1. କୃଷି ଖବର

ଓଡିଶା ଚାଷୀ ଙ୍କ ଲାଗି ନୂତନ ଉପହାର

ଓଡିଶା ଚାଷୀ ଙ୍କ ଲାଗି ନୂତନ ଉପହାର

KJ Staff
KJ Staff
ଭାରତ ସରକାର ବର୍ତମାନ ଚାଷୀଙ୍କ ଠାରୁ ଉତ୍ପାଦ କିଣିବା ପୂର୍ବରୁ ଆଧାର ଯାଞ୍ଚ ବା ବାୟୋମେଟ୍ରିକ ଆଇଡେଣ୍ଟିଫିକେସନ କରିବାର ନିଷ୍ପତି ନେଇଛନ୍ତି |ଏହା ଦ୍ୱାରା କେବଳ କଠିନ ପରିଶ୍ରମ କରି ଫସଲ ଉତ୍ପାଦନ କରୁଥିବା ଚାଷୀ ହିଁ ନିଜର ପରିଶ୍ରମ ର ଫଳ ପାଇବା ଏବଂ ଏଥିରେ କୌଣସି ଦଲାଲ ଚାଷୀ ର ପଇସା କୁ ବିନିଯୋଗ କରିପାରିବ ନାହିଁ | ଯୋଜନା ଅନ୍ତର୍ଗତ ଏକ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି ଯେ ,'ଏହି ଯୋଜନା ପ୍ରଥମ ଥର ଲାଗି ଓଡିଶା ର ୪ ଟି ଜିଲ୍ଲା ରେ କରାଯିବ ଏବଂ ଏହା ସଫଳ ହେଲେ ଭାରତ ର ସମସ୍ତ ଅଂଚଳରେ ଏହାକୁ ଲାଗୁ କରାଯିବ | ସେ କହିଛନ୍ତି ଯେ ପୂର୍ବରୁ ଅନେକ ଥର ଆମେ ଚାଷୀଙ୍କ ଠାରୁ ଦଲାଲ ମାନଙ୍କର ଠକାମୀ ର ଅଭିଯୋଗ ଶୁଣିଛୁ |

ଦଲାଲ ମାନେ ଚାଷୀଙ୍କ ଠାରୁ ସ୍ୱଳ୍ପ ଦର ରେ ଶସ୍ୟ କିଣି ସରକାର ଙ୍କୁ ଅଧିକ ଦର ରେ ବିକି ବେଶ ଲାଭବାନ ହେଉଛନ୍ତି ତେଣୁ ଏହି ପରି ପରିସ୍ଥିତ ର ମୁକାବିଲା ଲାଗି ଆମେ ଆଧାର ରେ ଥିବା ଟିପ ଚିହ୍ନ କୁ ଯାଞ୍ଚ କରି ଚାଷୀଙ୍କ ଠାରୁ ଶସ୍ୟ କିଣିବୁ |ଏମିତି କରିଲେ କେବଳ ଗରିବ ଚାଷୀଙ୍କ ଠାରୁ ହିଁ ଉତ୍ପାଦନ ଆଣି ତାଙ୍କୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ତା କରାଯିବ |
ଏହି ଯୋଜନା ଅନ୍ତର୍ଗତ ସରକାର ସମସ୍ତ ସେଣ୍ଟର କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବେ ଯାହା ଲ୍ୟାପଟପ ଏବଂ ପି .ଓ ଏସ କିଣିବାରେ ସାହାଯ୍ୟ କରିବ |ଏହି ପି.ଓସ.ଏସ କେନ୍ଦ୍ରୀୟ ସରକାର ଙ୍କ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଡାଟାବେଶ ରେ ସଂଗ୍ରହ କରି ରଖାଯିବ |ଏହା ଦ୍ୱାରା ଚାଷୀଙ୍କୁ ନିଜର ପରିଶ୍ରମ ର ଉଚିତ  ଫଳରେ ମିଳିପାରିବ |
ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଚାଷୀଙ୍କ ଠାରୁ କମ ଦର ରେ କେବଳ ଧାନ  ଓ ଗହମ କିଣିଥାଏ ଯାହାକୁ ଗରିବ ମାନଙ୍କୁ ସୂବସିଡ଼ି ଭାବେ ପ୍ରଦାନ କରାଯାଏ |
ପ୍ରତି ବର୍ଷ ସରକାର ହାରାହାରି ୪୫ ମିଳନ ଟନ ର ଧାନ ସହ ୩୫ ମିଲିଅନ ଟନ ର ଗହମ ଚାଷୀଙ୍କ ଠାରୁ କିଣିଥାନ୍ତି ଯାହା ୧୦ କୋଟି ଚାଷୀ ପରିବାରଙ୍କ ପେଟ ପୋଷିଥାଏ |ପରେ ଏହି ଧାନ(୩ ଟଙ୍କା ପ୍ରତି କି.ଗ୍ରା) ଓ ଗହମ କୁ (୫ କି ଗ୍ରା  ପ୍ରତି କି.ଗ୍ରା )ଦର ରେ ରାଶନ ଦୋକାନ ରେ  ଉପଲବ୍ଧ କରାଯାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments