1. କୃଷି ଖବର

ଟିପ୍ପଣୀ ହେଲା ଭୟାଭୟ ….ଇସ୍ତଫା ଦେଲେ ମହାରଥୀ !!

ପିପିଲି ଗଣବଲାତ୍କାର ମାମଲାରେ ପୁଣି ଫସିଲେ କୃଷି ମନ୍ତ୍ରୀ କହିଲେ ..."ସତ୍ୟ ର ହେଲା ଜୟ !ପୀଡ଼ିତାଙ୍କୁ ମିଳିଲା ନ୍ୟାୟ !" ଗିରଫ ହୋଇଥିବା ୨ ଆରୋପି ପ୍ରମାଣ ବିନା "ନିର୍ଦୋଷ " ..

KJ Staff
KJ Staff

-ପିପିଲି ଗଣବଲାତ୍କାର ମାମଲାରେ ପୁଣି ଫସିଲେ କୃଷି ମନ୍ତ୍ରୀ
କହିଲେ ..."ସତ୍ୟ ର ହେଲା ଜୟ !ପୀଡ଼ିତାଙ୍କୁ ମିଳିଲା ନ୍ୟାୟ !"

-ଗିରଫ ହୋଇଥିବା ୨ ଆରୋପି ପ୍ରମାଣ ବିନା "ନିର୍ଦୋଷ " ..

ଓଡିଶା ର କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଜାନୁଆରୀ ୬ ରେ ଇସ୍ତଫା ଦେଇଛନ୍ତି |ପିପିଲି ର ଗଣବଲାତ୍କାର ମାମଲାରେ ନିଜର ବିବାଦପୂର୍ଣ ମନ୍ତବ୍ୟ ପ୍ରକାଶ କରି ସେ ଏଭଳି ପରିସ୍ଥିତି ର ସମ୍ମୁଖୀନ ହୋଇଛନ୍ତି |

ଇସ୍ତଫା ଦେବା ସହ ସେ କହିଛନ୍ତି,"ମୁଁ ସ୍ୱଇଚ୍ଛାରେ ,ନୈତିକ ଦୃଷ୍ଟି ରେ ଦଳ ର ସୁରକ୍ଷା ଲାଗି ଇସ୍ତଫା ଦେଇଛି |ମୁଁ ଭୀରୁ ନୁହେଁ ଏବଂ ସମସ୍ତ ପ୍ରକାର ପରିସ୍ଥିତି ର ସମ୍ମୁଖୀନ ହେବାକୁ ରାଜି ଅଛି "|

ଏହି ଘଟଣା ପ୍ରକାରାନ୍ତର ପ୍ରଧାନ ମନ୍ତ୍ରୀ ମୋଦିଙ୍କର ବାରିପଦା ସମାରୋହ ରେ ହେଇଥିବା ଜନସାଧାରଣ ସମୀଲନ୍ନୀ ର ବକ୍ତା ପରେ ହୋଇଛି ଯେଉଁଥିରେ ସେ କହିଥିଲେ ଯେ ଓଡିଶାସରକାର ନାରୀ ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ଏବଂ ପିପିଲି ର ଗଣବଳାତ୍କାର ମାମଲା କୁ ପୁନର୍ବାର ଯାଞ୍ଚ କରାଯିବାର ମନ୍ତବ୍ୟ ପ୍ରକାଶ କରିଥିଲେ

ଡ଼ିସେମ୍ବର ୨୪ ,୨୦୧୮ ରେ ମାନ୍ୟବର ଅଦାଲତ ଗିରଫ ହୋଇଥିବା ୨ ବ୍ୟକ୍ତିଙ୍କୁ କୁ ପ୍ରମାଣ ଅଭାବ ରୁ ରିହା କଲା ପରେ ମହାରଥୀ କହିଥିଲେ ,"ମୁଁ ମାନ୍ୟବର ଅଦାଲତଙ୍କର ରାୟ ସମ୍ପୂର୍ଣ ସମର୍ଥନ ଦେଉଛି ଏବଂ ଏହା ସତ୍ୟ ର ଜୟ ବୋଲି ମନେ କରୁଛି |ପୀଡ଼ିତାଙ୍କୁ ଉଚିତ ନ୍ୟାୟ ମିଳିଛି "|

ତାଙ୍କର ଏହି ବ୍ୟାଖ୍ୟା ପରେ ଏବେ ରାଜ୍ୟ ବ୍ୟାପି ଆନ୍ଦୋଳନ ଦେଖିବାକୁ ମିଳିଛି |ଏନେଇ ଓଡିଶା ମହିଳା କଂଗ୍ରେସ ର ମୁଖ୍ୟ ସୁମିତ୍ରା ଜେନା ;ପ୍ରଦୀପ ମହାରଥିଙ୍କର ଇସ୍ତଫା ଦାବି କରିଥିଲେ |


ସେହିପରି ପୀଡିତଙ୍କର ପରିବାର ସହ ସାଧାରଣ ଯନ୍ତା ମଧ୍ୟ ଏହି ବ୍ୟାଖ୍ୟା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି !"ଦୋଷୀ ମୁକ୍ତ ଆକାଶରେ ବୁଲିଲେ କେମିତି ମିଳିଲା ପୀଡ଼ିତାଙ୍କୁ ନ୍ୟାୟ ??"

୨୦୧୧ ,ନଭେମ୍ବର ରେ ୧୯ ବର୍ଷ ର ଜଣେ କିଶୋରୀ ପିପିଲି ରେ ଗଣବଲାତ୍କାର ର ଶିକାର ହୋଇଥିଲା ଏବଂ ଏହି ମାମଲାରେ ଦୋଷୀଙ୍କୁ ସମର୍ଥନ ଦେଇଥିଲେ ମହାରଥୀ ବୋଲି ଆରୋପ ଲଗାଯାଇଥିଲା |


ଏନେଇ ଏହି ମାମଲା ର ପୁନଃ ସି.ବି.ଏଇ ତଦନ୍ତ କରାଯାଉ ବୋଲି ଦାବି କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments