1. କୃଷି ଖବର

ଅଜଣା ରୋଗ ନେଉଛି ତାଳ ଗଛ ର ଜୀବନ

ଅଜଣା ରୋଗ ନେଉଛି ତାଳ ଗଛ ର ଜୀବନ

KJ Staff
KJ Staff

ଅଜଣା ରୋଗ ନେଉଛି ତାଳ ଗଛ ର ଜୀବନ
ଫ୍ଲୋରିଡ଼ା ରେ ଜୀବାଣୁ ର ଆକ୍ରମଣ

ଫ୍ଲୋରିଡ଼ାର ବିଶିଷ୍ଟ ତାଳ ଗଛ ଏବେ ଏକ ଅଜଣା ରୋଗ ରେ ପୀଡିତ |ରୋଗ ହେଲା ମାତ୍ରକେ ଗଛ କିଛି ମାସ ମଧ୍ୟରେ ସୁଖୀ ପାଉଁଶ ପରି ହେଇ ଯାଉଛି ଏବଂ ସୂତ୍ର ଅନୁଯାୟୀ ଏଥିରୁ ବଞ୍ଚିବା ର କୌଣସି ଉପାୟ ନାହିଁ|
ଏକ ଧାନ ମଞ୍ଜି ପରି ଛୋଟ କୀଟ କୁ ଏହି ରୋଗ ର କାରଣ ବୋଲି ସନ୍ଦେହ କରାଯାଉଛି ଯାହା ଫ୍ଲୋରିଡ଼ା ର ଉପକୂଳବର୍ତ୍ତୀ ଅଞ୍ଚଳ ର ଏକ କ୍ଷୁଦ୍ର ପୋକ ଭାବେ ବ୍ୟାଖ୍ୟା କରାଯାଉଥିଲା ଏବଂ ବର୍ତମାନ ସେହି ପୋକ ୧୦ ବର୍ଷ ମଧ୍ୟରେ ସମ୍ପୂର୍ଣ ଫ୍ଲୋରିଡ଼ା ରାଜ୍ୟ ରେ ଦାଉ ସାଧିଛି |୧ ବା ୨ ନୁହେଁ ବରଂ ଲକ୍ଷେ ଲକ୍ଷେ ତାଳ ଗଛ ଏହା ଦାଉ ରୁ ପ୍ରାଣ ହରାଇସାରିଲେଣି |ଏନେଇ ଏବେ ଫ୍ଲୋରିଡ଼ା ରାଜ୍ୟ ନିଜ ଗଛ ମାନଙ୍କ ଲାଗି ବେଶ ଚିନ୍ତିତ ;ଏକ ପକ୍ଷ ରେ ଏବେ ଅକାଳ ମୃତ୍ୟୁ ବରଣ କରୁଥିବା ଏହି ତାଳ ଗଛ କୁ ଅନ୍ୟ ପକ୍ଷରେ ସର୍ବଦା ରୋଗ ପୋକ ର କବଳ ରେ ରହୁଥିବା ଲେମ୍ବୁ ଜାତୀୟ ଫସଲ ର ସୁରକ୍ଷା |

ଏହି ତାଳ ଗଛ ଫ୍ଲୋରିଡ଼ା ରେ ବିଶେଷ ଭାବେ ଦେଖିବାକୁ ମିଳିଥାଏ |ଏହା ଲମ୍ବା ,ବଡ ପତ୍ର ବିଶିଷ୍ଟ ଏବଂ ଏହାକୁ  ସବଳ ତାଳ ଗଛ ବୋଲି କୁହାଯାଏ |ଏହାର ଲକ୍ଷାଧିକ ମାତ୍ରାରେ ମୃତ୍ୟୁ ହେଲା ପରେ ବହୁ ଫାର୍ମ ,ନର୍ସରୀ ଏବଂ ଚାଷୀ ମାନେ ଏବେ ବେଶ ଚିନୀନ୍ତ ଏବଂ ଏନେଇ ତାଙ୍କୁ ବହୁ ପ୍ରକାର କ୍ଷେତିଗ୍ରସ୍ତ ମଧ୍ୟ ହେବାକୁ ପଡୁଛି
ଏହାର ଅଳ୍ପ କିଛି ପ୍ରତିରୋଧକ ପ୍ରତିକାର ରହିଥିଲା ବେଳେ ମାତ୍ର  ଏହା ଆକ୍ରମଣ କରେ ତେବେ ଗଛ ର ମୃତ୍ୟୁ ସୁନିଶ୍ଚିତ ତେଣୁ ଗଛ କୁଉପାଡି ନଷ୍ଟ କରିବା ଏହାର ଏକମାତ୍ର ପ୍ରତିକାର |"ଏହି ରୋଗ କୁ ନିୟନ୍ତ୍ରଣ ନ କରାଗଲେ ଫ୍ଲୋରିଡ଼ା ରାଜ୍ୟ ର ସୌନ୍ଦର୍ଯ୍ୟ କ୍ଷେତିଗ୍ରସ୍ତ ହେବେ ବୋଲି ମତ ଦେଇଛନ୍ତି ,ଏହି ରୋଗ ର ସମୀକ୍ଷକ  ଏବଂ ବିଶେଷଜ୍ଞନ କୀଟ ତତ୍ୱ ବିଜ୍ଞାନୀ ବ୍ରିୱାନ ବହ୍ଡେର ,"ରୋଗ ଦ୍ୱାରା ହୁଏତ  ସମସ୍ତ ଗଛ ନଷ୍ଟ ହେବ ନାହିଁ ହେଲେ ସ୍ଥିତି ଶୋଚନୀୟ ହେବା ସୁନିଶ୍ଚିତ "|

ଏହାର ଏକ ବିଶେଷ ଲକ୍ଷଣ ହେଲା ଗଛ ଗୁଡିକର ମାଟିଆ ରଙ୍ଗ ହୋଇ ଶୁଖିଯିବା |ବିଶେଷଜ୍ଞନ ଙ୍କ ଅନୁଯାୟୀ ଏହି ରୋଗ ଫ୍ଲୋରିଡ଼ା ପରେ ଅନ୍ୟ ରାଜ୍ୟ କୁ ମଧ୍ୟ ବ୍ୟାପଇପାରେ |ଏନେଇ ବ୍ରାଜ଼ୀଲ ସରକାର ଏବେ ଏହାର ପ୍ରତିକାର ଆରମ୍ଭ କରିସାରିଥିଲା ବେଳେ ଟେକ୍ସସ ,ଜମାଇକା ପ୍ରବୃତ ରାଜ୍ୟ ରେ ଏହା ବ୍ୟାପକ କ୍ଷୟ କ୍ଷେଟି କରିସାରିଛି |
ଏହି ରୋଗ ବିଶେଷ ଭାବେ ଆମେରିକାନ ଟ୍ରି  ହପର ନାମକ କୀଟ ଦ୍ୱାରା ବ୍ୟାପିଥାଏ ଏବଂ ଗଛ ରୁ ରସ ଶୋଷିଲା ବଳେ କୀଟ ର ଲାଳ ରେ ଥିବା ଜୀବାଣୁ ଗଛ ମଧ୍ୟରେ ପ୍ରବେଶ କରି ଗଛ କୁ ରୋଗାକ୍ରାନ୍ତ  କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments