1. କୃଷି ଖବର

ଚାଷୀ ପୁଅ !!କିନ୍ତୁ ବୈଜ୍ଞାନିକ !

ଚାଷୀ ପୁଅ !!କିନ୍ତୁ ବୈଜ୍ଞାନିକ !

KJ Staff
KJ Staff

-୭ ଲକ୍ଷ ଆବେଦନକାରୀ ମଧ୍ୟରୁ ଆଲୋକ ଶ୍ରେଷ୍ଠ
-ଇସ୍ରୋ ,ନାସା ,ବାର୍କ , ରୁଷିଆରେ ତାଲିମ

ପଙ୍କ ରେ ହିଁ ପଦ୍ମ ଫୁଟିଥାଏ ଠିକ ସେହିପରି ପ୍ରତିକୂଳ ପରିସ୍ଥିତି ,ଅଭାବ ଅନାଟନ ମଧ୍ୟରେ ଗତି କରି ମଧ୍ୟ ନିଜ ଜୀବନରେ ଆଲୋକ ବିଛୁରିତ କରିପାରିଛନ୍ତି ଆଲୋକ ଭଞ୍ଜ |୨୦ ବର୍ଷ ର ଆଲୋକ ନିଜ ପରିବାର ସହ ବାଲେଶ୍ୱର ରେ ରୁହନ୍ତି |ବାପା ପରିବା ଚାଷୀ ଏବଂ ମା ଗୃହିଣୀ |ସାରା ଭାରତ ରୁ ୭ ଲକ୍ଷ ଇସ୍ରୋ ଆବେଦନକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ ୧୦୦ ଜଣଙ୍କୁ ଚୟନ କରାଯାଇଥିଲା ଏବଂ ସେଥି ମଧ୍ୟରୁ ୧୬ ସ୍ଥାନ ରେ ଥିଲେ ଓଡ଼ିଆ ପୁଅ ଆଲୋକ |

ପରବର୍ତ୍ତୀ ସମୟରେ ଏହି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୧୦ ଜଣ ଚୟନ କରାଯାଇଥିଲେ ଏବଂ ସେଥିରେ ଆଲୋକ ପ୍ରଥମ ସ୍ଥାନ ରେ ରହିଥିଲେ |


ବିଜୟାଞ୍ଜଳି ରେ ଯୁକ୍ତ ୨ ପଢ଼ୁଥିବା ଆଲୋକ ଏବେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ର ପ୍ରଥମ ବର୍ଷ ର ଛାତ୍ର |ଯୁକ୍ତ ୩ ଓ ସ୍ନାତକୋତ୍ତର ପାଠ ପଢ଼ାର ୪ ବର୍ଷ ଭିତରେ ଇସ୍ରୋ ,ନାସା ,ବାର୍କ ,ଓ ଋଷର ବୋର୍ଡ ପାର୍ଟିକଲ ତାଲିମ ନେବେ |

ପିଲାଦିନରୁ ମେଧାବୀ ଆଲୋକ ଙ୍କୁ ନେଇ ବହୁ ଆଶାବାଦୀ ଥିଲେ ବାପା ଦୟାନିଧି ଏବଂ ମା ଗୀତାଞ୍ଜଳି |ଏବେ ସେ ଆଗାମୀ ୪ ବର୍ଷ ଯାଏ ପ୍ରତି ବର୍ଷ ଜୁନ ମାସରେ ତାଲିମ ନେବାକୁ ଯିବେ |ପ୍ରଥମ ବର୍ଷ ଇସ୍ରୋ,ଦ୍ଵିତୀୟ ବର୍ଷ ନାସା ,ତୃତୀୟ ବର୍ଷ ବାର୍କ ଏବଂ ଚତୁର୍ଥ ବର୍ଷ ଋଷର ବୋର୍ଡ ପାର୍ଟିକଲ ରେ ତାଲିମ ନେବେ |ତାଲିମ ପରେ ଇସ୍ରୋ ରେ ବୈଜ୍ଞାନିକ ଭାବେ ଯୋଗଦାନ କରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments