1. କୃଷି ଖବର

ଆଇ.ଆଇ.ଟି ଏଣ୍ଟ୍ରାନ୍ସ ! ଚୟନ ହେଉଛନ୍ତି ବିଦ୍ୟାର୍ଥୀ ନା ମେସିନ ?

ଆଇ.ଆଇ.ଟି ଏଣ୍ଟ୍ରାନ୍ସ ! ଚୟନ ହେଉଛନ୍ତି ବିଦ୍ୟାର୍ଥୀ ନା ମେସିନ ?

KJ Staff
KJ Staff

ଆଇ.ଆଇ.ଟି ଏଣ୍ଟ୍ରାନ୍ସର ପ୍ରଶ୍ନ ପତ୍ର ଉପରେ ଲାଗିଛି ପ୍ରଶ୍ନ..
ଅଷ୍ଟ୍ରେଲିଆ ର ଜଣେ ପ୍ରଫେସର ଦେଇଛନ୍ତି ଏହି ମନ୍ତବ୍ୟ
ଭାଇରାଲ ହୋଇଛି ଏହି ଭିଡିଓ


ଭାରତ ରେ ଦ୍ୱାଦଶ ଶ୍ରେଣୀ ରୁ ଉତ୍ତୀର୍ଣ ହେଉଥିବା ସମସ୍ତ ବିଜ୍ଞାନ ବିଦ୍ୟାର୍ଥୀଙ୍କ ର ଲକ୍ଷ ଥାଏ ଏହି ଏଣ୍ଟ୍ରାନ୍ସ! ପିତା ମତ ଙ୍କ ସହ ଅଭିଭାବକ ମଧ୍ୟ ବହୁ ଆଶା ଓ ଭରସା ସହ ଭାବନ୍ତି ଯେ ତାଙ୍କ ସନ୍ତାନ ଆଇ.ଆଇ.ଟି ପରୀକ୍ଷା ରେ ଉତୀର୍ଣ୍ଣ ହେବ |ଏହି ଏଣ୍ଟ୍ରାନ୍ସ ରେ ପରୀକ୍ଷାର୍ଥୀଙ୍କୁ ୩ ଟି ବିଷୟ ରେ ୩ ଘଣ୍ଟା ମଧ୍ୟରେ ପରୀକ୍ଷା ଦେବାକୁ ପଡିଥାଏ -ଗଣିତ ,ରାସାୟନିକ ବିଜ୍ଞାନ (କେମେଷ୍ଟ୍ରି )ଏବଂ ଭୌତିକ ବିଜ୍ଞାନ (ଫିଜିକ୍ସ )|

ଏହି ପରୀକ୍ଷା ର ପ୍ରଶ୍ନପତ୍ର ଉପରେ ଅଷ୍ଟ୍ରେଲିଆର କେତେକ ପ୍ରଫେସର ମନ୍ତବ୍ୟ ଦେଉଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି |ଟିବେଶ ନାମକ ଜଣେ ୟୁଟ୍ୟୁବର ଏହି ଏଣ୍ଟ୍ରାନ୍ସ ର ପ୍ରଶ୍ନପତ୍ର କୁ ମେଲବର୍ନେ ବିଶ୍ୱବିଦ୍ୟାଳୟ ର କେତେକ ପ୍ରଫେସର ମାନଙ୍କୁ ଦେଖାଇଥିଲେ ଏବଂ ଏହାକୁ ନେଇ ବେଶ ଚକିତ ହୋଇଥିଲେ ବିଶ୍ଵବିଦ୍ୟଳ ର ପ୍ରଫେସର |କେତେକଙ୍କ ମତରେ ଏହା ଲାଗି ସମୟ ସୀମା ବେଶ କାମ ନିର୍ଧାରିତ ହୋଇଥିଲାବେଳେ ,ଅନେକଙ୍କ ମତରେ ୩ ଟି ବିଷୟ କୁ ଏକା ବେଳେ ଗୋଟେ ପ୍ରଶ୍ନପତ୍ର ଦ୍ୱାରା ସମୀକ୍ଷା କରିବା ଅସମ୍ଭବ |

ଗଣିତ ର ପ୍ରଫେସର ବାରି ହ୍ୟୁଜ ଙ୍କ ଅନୁଯାୟୀ ,"୩ ଟି ବିଷୟ ର ଗୋଟେ ପ୍ରଶ୍ନପତ୍ର ଦ୍ୱାରା ପରୀକ୍ଷା କରାଯାଇପାରିବ ନାହିଁ ଏବଂ ଏହାର କେତେକ ପ୍ରଶ୍ନ ମୁ ସ୍ୱୟଂ ଦେଖିଛି,ଏହାକୁ ମୁ ଚାହିଁଲେ ମଧ୍ୟ ୧ ଘଣ୍ଟା ରେ କେବଳ ଗଣିତ କଷି ଭଲ ଅଙ୍କ ରଖିପାରିବି ନାହିଁ |ପ୍ରଶ୍ନ ବେଶ କଷ୍ଟ ଅଛି "|ଏହା ବ୍ୟତୀତ ଭାରତ ରେ କୋଚିଂ ଏବଂ ବିନା କୋଚିଂ ରେ ଦେଉଥିବା ପିଲାଙ୍କର ମଧ୍ୟ ସଂଖ୍ୟା କମ ନୁହେଁ |ଏହି ପରିସ୍ଥିତି ରେ ମୁଁ ଥିଲେ ହୁଏତ ପରୀକ୍ଷା ସେଣ୍ଟର ରୁ କାନ୍ଦି କାନ୍ଦି ବାହାରକୁ ଆସିଥାନ୍ତି |ଦ୍ୱାଦଶ ଶ୍ରେଣୀ ପରେ ଏହି ପରି ପ୍ରଶ୍ନ ଏକା ବଡ ଚ୍ୟାଲେଞ୍ଜ ବୋଲି ସେ ମତ ଦେଇଛନ୍ତି |

ସେହିପରି ଡଃ ଜସ୍ମିନା ଲେଯେଣ୍ଡିକ କହିଛନ୍ତି ଯେ ,ଏହି ପରି ଵ୍ୟଵସ୍ଥା ଦ୍ୱାରା ପରୀକ୍ଷା ବିଦ୍ୟାର୍ଥୀଙ୍କ ଲାଗି ଏକ ଡ୍ରିଲ ବା ବ୍ୟାୟାମ ସଦୃଶ ହୋଇଯାଇଛି ଯେଉଁଠି କେବଳ ନିରନ୍ତର ଅଭ୍ୟାସ କରୁଥିବା ପରୀକ୍ଷାର୍ଥୀ ହିଁ ଉତୀର୍ଣ୍ଣ ହୋଇପାରିବ |ପ୍ରଶ୍ନ ପତ୍ର ସମୀକ୍ଷା କରିଲେ ଜଣାପଡୁଛି ଯେ ଏହା ବହୁତ କଷ୍ଟ ,ତେଣୁ ୩ ଘଣ୍ଟା ମଧ୍ୟରେ ଏହାକୁ କଷୀବ କିଛି କମ କଥା ନୁହେଁ |ଏହା ବ୍ୟତୀତ ଏତେ ସଂଖ୍ୟାରେ ବିଦ୍ୟାର୍ଥୀଙ୍କୁ ଅଭ୍ୟାସ କରାଇଲା ପରେ ,ନିର୍ଧାରିତ ସମୟ ସୀମା ମଧ୍ୟରେ ଏହିପରି ପ୍ରଶ୍ନ ଦ୍ୱାରା ତାଙ୍କର ବୁଦ୍ଧିମତା କୁ ସମୀକ୍ଷା କରିହେବ ନାହିଁ |ଅତ୍ୟଧିକ କଷ୍ଟ ପ୍ରଶ୍ନପତ୍ର ରହିଲେ ,ଏହାଉତ୍ତମ ବିଦ୍ୟାର୍ଥୀ ଚୟନ କରିବା ବଦଳରେ ଏହାର ବିପରୀତ କାର୍ଯ୍ୟ କରିଥାଏ |


ଭାରତରେ ପ୍ରତି ବର୍ଷ ୧୨ ରୁ ୧୪ ଲକ୍ଷବିଦ୍ୟାର୍ଥୀ ଜେ.ଇ.ଇ ମେନ୍ସ ପରୀକ୍ଷା ଲାଗି ଫର୍ମ ପୁରାଣ କରିଥିଲା ବେଳେ ,କେବଳ ୨.୨ ଲକ୍ଷଏଥିରେ ଉତୀର୍ଣ୍ଣ ହୋଇ ଆଇ.ଆଇ.ଟି ଲାଗି ପରୀକ୍ଷା ଦେଇଥାନ୍ତି ଏବଂ ମାତ୍ର ୧୧୦୦୦ ଏଥିରେ ଉତୀର୍ଣ୍ଣ ହୋଇ ଭାରତ ରେ ଅତି ଉତ୍ତମ ଆଇ.ଆଇ.ଟି ରେ ପଢିବାକୁ ସୁଯୋଗ ପାଇଥାନ୍ତି ଏବଂ ଏହା ସହ ମରିଯାଏ ବଳକା ବିଦ୍ୟାର୍ଥୀଙ୍କ ଆତ୍ମବିଶ୍ୱାସ ଯେଉଁମାନେ ଅଳ୍ପ କେତେକ ଅଙ୍କ ରେ ପୁନଃ ପ୍ରୟାସ କରିବାଲାଗି ବର୍ତ୍ତିଯାନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments