1. କୃଷି ଖବର

ଆସ ଲଗାଇବା ଗଛ ..

ଆସ ଲଗାଇବା ଗଛ ..

KJ Staff
KJ Staff

ରୋପଣ ହେବ ୧.୩୦ କୋଟି ଚାରା
ପୁରୀ ଭୁବନେଶ୍ୱର ଓ କଟକ ରେ ଲାଗିବ ୧.୫ ଲକ୍ଷ ବଡ ଗଛ
ବନ ବିଭାଗ ପୁନରୁଦ୍ଧାର କଲା ୩୦୦୦ ଗଛ
ଆନ୍ଦ୍ରରୁ ଆସିବ "ଶା" ଗଛ

ସବୁ କିଛି ଧ୍ବଂସ ଵିଧ୍ଵଂସ କରି ସିନା ଚାଲିଯାଇଛି ଫଣି ହେଲେ ଏବେ ମଧ୍ୟ ସବୁଜିମା କୁ ବିନାଶ କରି ଏବେ ଛାରକାର ହୋଇଯାଇଛି ପୁରୀ ଭୁବନେଶ୍ୱର ପରି ସହରାଞ୍ଚଳ ର ସୌନ୍ଦର୍ଯ୍ୟ |ଏତେ ବଡ କ୍ଷେତି ର ଭରଣା ଲାଗି ମନୁଷ୍ୟ କୁ କେଜାଣି କେତେ ସମୟ ଲାଗିବ ହେଲେ ପ୍ରୟାସ ଜାରି ରଖିଛି ମାନବ |ଏନେଇ ଏବେ ସରକାର ମଧ୍ୟ ତତ୍ପର ହୋଇପଡିଲେଣି |ଚଳିତ ବର୍ଷ ୧.୩ କୋଟି ଚାରା କେବଳ ଉପକୂଳ ଓଡିଶା ରେ ଲାଗିବ |ଏହା ଛଡା ପୁରୀ ଭୁବନେଶ୍ୱର ଓ କଟକ ର ସୌନ୍ଦର୍ଯ୍ୟ ଫେରାଇ ଆଣିବା ଲାଗି ଦେଢ଼ଲକ୍ଷ ବଡ ଗଛ ସିଧାସଳଖ ରୋପଣ କରାଯିବ ବୋଲି ଶୁକ୍ରବାର ସରକାରସ୍ଥର ରେ ନିଷ୍ପତି ନିଆଯାଇଛି |

ସଚିବାଳୟରେ ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପଢିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ଥରୀୟ ବୈଠକରେ ଚଳିତ ବର୍ଷ ବୃକ୍ଷ ରୋପଣ କୁ ମିଶନ ମୋଡ଼ ରେ କରିବାପାଇଁ ସ୍ଥିର କରାଯାଇଛି |ଏଥିରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସ୍ଵେଛା ସେବି ଓ ଗ୍ରାମ ସମୁଦାୟ ସାମିଲ ହେବାର ଯୋଜନା ମଧ୍ୟ ରହିଛି|ବଞ୍ଚିବା ସମ୍ଭାବନା ଥିବା ଗଛ କୁ ପୁନସ୍ଥାପନା କରିବା ସହ ଶୀଘ୍ର ବଢିପାରୁଥିବା ଗଛ ମାନଙ୍କ ଚାରା ରୋପଣ କରାଯିବ ଉପରେ ଗୁରୁତ୍ୱ ଦିଆଯିବ |

ଏହି ଅବସରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି ଯେ ସନ୍ଦୀପ ତ୍ରିପାଠୀ କହିଛନ୍ତିଯେ ରାଜଧାନୀ ଭୁବନେଶ୍ୱର ପୁରୀ ଓ କଟକ ର ସୌନ୍ଦର୍ଯ୍ୟ ଫେରାଇ ଆଣିବା ପାଇଁ ବ୍ୟବସ୍ଥିତ ଭାବେ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ମାନ ପୋତାଯିବା |ଓଡ଼ିଶାର ବିଭିନ୍ନ ନର୍ସରୀ ରୁ ବଡ ବଡ ଗଛ ସଂଗ୍ରହ କରାଯିବ |ଅବଶିଷ୍ଟ ଗଛ ପଡୋଶୀ ରାଜ୍ୟ ଆନ୍ଧ୍ର ରୁ ଆଣିବାର ଯୋଜନା ରହିଛି|ସବୁଜିମା ସୃଷ୍ଟି ବେଳେ ନିମ୍ବ କରଞ୍ଜ ବଉଳ ,ଜାମ୍ମୁ ,କୋଚିଲା ,ଶିରୀଷ ,ମହାଯୋନି ଭଳି ବାତ୍ୟା ପ୍ରତିରୋଧକ ବୃକ୍ଷ କୁ ଗୁରୁତ୍ୱ ଦିଆଯିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments