1. କୃଷି ଖବର

କରୋନା ବଦଳାଇଛି ବୃତି: ଯୁବ ଇଂଜିନିୟର ଏବେ କୃଷି ଉଦ୍ୟାନବିତ୍

ଭଦ୍ରକ : ମହାମାରୀ କରେନା ପାଇଁ ବଦଳିଯାଇଛି ବୃତି । ଜଣେ ଉଚ୍ଚଶିକ୍ଷିତ ଯୁବକ ଚାକିରୀ ଓ ଠିକାଦାରୀ ଛାଡ଼ି ଏବେ ନର୍ସରୀ ବ୍ୟବସାୟରେ ନିଜକୁ ନିୟୋଜିତ କରିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବାସହ ନିଜ ଅଂଚଳରେ ଥିବା ପ୍ରବାସୀ ଓଡିଆଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାରେ ସକ୍ଷମ ହୋଇଛନ୍ତି । ଲକ୍‌ଡାଉନ୍ ପରେ ପ୍ରବାସୀ ଓଡିଆ ଶ୍ରମିକଙ୍କମାନଙ୍କୁ ଥଇଥାନ ଦିଗରେ ତଥା ସ୍ୱାବଲମ୍ବୀ କରିବା ଦିଗରେ ସରକାର ଅନେକ ଯୋଜନା ହାତକୁ ନେଇଥିଲେ । କିନ୍ତୁ ସରକାରଙ୍କ ଆଭିମୁଖ୍ୟ ଓ ଲକ୍ଷ ଅନେକ କ୍ଷେତ୍ରରେ ଫଳପ୍ରଦ ହୋଇପାରିନାହିଁ । ଫଳରେ କରୋନା ଭୟରେ ଜୀବନ ବିକଳରେ ଜିଲ୍ଲାକୁ ଫେରି ଆସିଥିବା ଅଧିକାଂଶ ପ୍ରବାସୀ ପୁଣି ଏବେ ବାହାର ରାଜ୍ୟରେ ଥିବା ନିଜ ନିଜ କର୍ମକ୍ଷେତ୍ରକୁ ଫେରି ସାରିଛନ୍ତି ।

KJ Staff
KJ Staff

ଭଦ୍ରକ : ମହାମାରୀ କରେନା ପାଇଁ ବଦଳିଯାଇଛି ବୃତି । ଜଣେ ଉଚ୍ଚଶିକ୍ଷିତ ଯୁବକ ଚାକିରୀ ଓ ଠିକାଦାରୀ ଛାଡ଼ି ଏବେ ନର୍ସରୀ ବ୍ୟବସାୟରେ ନିଜକୁ ନିୟୋଜିତ କରିଛନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବାସହ ନିଜ ଅଂଚଳରେ ଥିବା ପ୍ରବାସୀ ଓଡିଆଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାରେ ସକ୍ଷମ ହୋଇଛନ୍ତି । ଲକ୍‌ଡାଉନ୍ ପରେ ପ୍ରବାସୀ ଓଡିଆ ଶ୍ରମିକଙ୍କମାନଙ୍କୁ ଥଇଥାନ ଦିଗରେ ତଥା ସ୍ୱାବଲମ୍ବୀ କରିବା ଦିଗରେ ସରକାର ଅନେକ ଯୋଜନା ହାତକୁ ନେଇଥିଲେ । କିନ୍ତୁ ସରକାରଙ୍କ ଆଭିମୁଖ୍ୟ ଓ ଲକ୍ଷ ଅନେକ କ୍ଷେତ୍ରରେ ଫଳପ୍ରଦ ହୋଇପାରିନାହିଁ । ଫଳରେ କରୋନା ଭୟରେ ଜୀବନ ବିକଳରେ ଜିଲ୍ଲାକୁ ଫେରି ଆସିଥିବା ଅଧିକାଂଶ ପ୍ରବାସୀ ପୁଣି ଏବେ ବାହାର ରାଜ୍ୟରେ ଥିବା ନିଜ ନିଜ କର୍ମକ୍ଷେତ୍ରକୁ ଫେରି ସାରିଛନ୍ତି । କିନ୍ତୁ ରାନ୍ଦିଆ ଅଂଚଳର ଜଣେ ଉଚ୍ଚ ଶିକ୍ଷିତ ଯୁବ ଶାନ୍ତି ସ୍ୱରୂପ ମିଶ୍ର ନିଜର ଠିକାଦାରୀ ବୃତିକୁ ଛାଡ଼ି ଏବେ ନର୍ସରୀ ବ୍ୟବସାୟକୁ ଆବୋରି ନେଇଛନ୍ତି । ମାତ୍ର ୯ମାସ ମଧ୍ୟରେ ଶାନ୍ତିସ୍ୱରୂପ ନିଜକୁ ଜଣେ ସଫଳ ଉଦ୍ୟାନବିତ୍ ଭାବେ ପ୍ରତିଷ୍ଠିତ କରି ପାରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ତାଙ୍କ ନର୍ସକରେ ସେ ୮ଜଣ ପ୍ରବାସୀଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଭଦ୍ରକ ସହରର ଉପକଣ୍ଠ ରାନ୍ଦିଆ ଅଂଚଳରେ ଶାନ୍ତିସ୍ୱରୂପଙ୍କ ଘର । ପେଷାରେ ସେ ଥିଲେ ଇଂଜିନିୟର । କିନ୍ତୁ ଏକ ଦୁର୍ଘଟଣା ପରେ ଚାକିରୀ ଛାଡ଼ି ଠିକାଦାରୀକୁ ପେଷା ଭାବେ ବାଛି ନେଇଥିଲେ । କିନ୍ତୁ କରୋନା ଲକଡାଉନ ସମୟରେ ସେ ଠିକାଦାରୀ ଛାଡ଼ି ନିଜ ଜମିରେ ଏକ ନର୍ସରୀ ପ୍ରତିଷ୍ଠା କଲେ । ରାନ୍ଦିଆ ଶାସନ ରାସ୍ତାରେ ଗଲାବେଳେ, ମାତ୍ର କିଛି ଦୂରରେ ରହିଛି ଶାନ୍ତି ସ୍ୱରୂପଙ୍କ ନର୍ସରୀ ଫାର୍ମ । ବାହାରୁ ନର୍ସରୀର ଅସ୍ତିତ୍ୱ ଜାଣି ହେଉନଥିଲେ ମଧ୍ୟ ଭିତରକୁ ପଶିଲେ ସେଠାରେ ଥିବା ଦୃଷ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ପରି । ବିଭିନ୍ନ କିସମର ଫୁଲଗଛ, ଫଳ ଗଛ, ପରିବା ଚାରାରେ ଭର୍ତୀ ସଂପୃକ୍ତ ଅ ଳ । ତେବେ ଶାନ୍ତସ୍ୱରୂପଙ୍କ କହିବାନୁଯାୟୀ ପ୍ରଥମେ ସେ ଆନ୍ଧପ୍ରଦେଶରୁ ଚାରା ଆଣି ବ୍ୟବସାୟ ଆରମ୍ଭ କଲି । ଇତିମଧ୍ୟରେ ୨ଲକ୍ଷରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ଚାରା ବିକ୍ରି କରି ସାରିଛନ୍ତି । ଲକଡାଉନ ସମୟରେ ଯେଉଁ ପ୍ରବାସୀମାନେ ଘରକୁ ଫେରିଥିଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ କେତେଜଣ ଯୋଗଯୋଗ କରିଥିଲେ ।

ଶାନ୍ତିସ୍ୱରୂପ ମଧ୍ୟ ଖୁସୀରେ ସେମାନଙ୍କୁ କାମ ଯୋଗାଇ ଦେଇଥିଲେ । ଏବେ ୮ଜଣ ପ୍ରବାସୀ ତାଙ୍କ ନର୍ସରୀରେ କାମ କରୁଛନ୍ତି । ସେମାନେ କୁଶଳୀ । ସେମାନଙ୍କ ନିକଟରେ କାମ କରିବାର ସ୍ପୃହା ଓ ଗୁଣବ । ରହିଛି । କିନ୍ତୁ ସରକାର ସେମାନଙ୍କୁ ଠିକ ଭାବରେ ନିୟୋଜିତ କରି ଲାଭ ଉଠାଇ ପାରୁ ନାହାନ୍ତି । ତେବେ ବର୍ତମାନ ସମୟରେ ଚାକିରୀ ପଛରେ ନଗୋଡ଼ାଇ ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ କରିବାକୁ ଯୁବବର୍ଗ ଆଗେଇ ଆସିବା ଉଚିତ । ସରକାରଙ୍କର ବହୁ ଯୋଜନା ରହିଛି । ତାହାର ଫାଇଦା ସେମାନେ ନେବା ଉଚିତ ବୋଲି କୁହନ୍ତି ଶାନ୍ତିସ୍ୱରୂପ । ସେହିପରି ତାଙ୍କ ଫାର୍ମରେ କାର୍ଯ୍ୟ କରୁଥବବା ସେହି ଅଂଚଳର ଜଣେ ପ୍ରବାସୀ ଶ୍ରମିକ କହିଛନ୍ତିଯେ ବାହାର ରାଜ୍ୟ ଅପେକ୍ଷା ନିଜ ଅ ଳରେ ଏପରି କର୍ମ ସଂସ୍ଥାନ ତାଙ୍କୁ ବହୁତ ଆତ୍ମସନ୍ତୋଷ ଦେଇଛି । ତେବେ ଶାନ୍ତିସ୍ୱରୂପଙ୍କ ପରି ଜଣେ ଉଚ୍ଚଶିକ୍ଷିତ ଯୁବକ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments