Krishi Jagran odia
Menu Close Menu

ଚିଲିକା ରେ ଆରମ୍ଭ ହେବ ବାର୍ଡ଼ ଫେଷ୍ଟ…

Saturday, 19 January 2019 10:02 AM
chillika bird fest
ବିଶ୍ୱପ୍ରସିଦ୍ଧ ଫଟୋଗ୍ରାଫର,ପାଖି ନିରୀକ୍ଷକ ଏବଂ ପ୍ରାୟେ ୨୦୦ ଟି ଭାରତୀୟ ଙ୍କୁ ନେଇ ଜାନୁଆରୀ ୨୭ ରେ ମଙ୍ଗଳଜୋଡି ରେ ଆରମ୍ଭ ହେବ ଦ୍ଵିତୀୟ ବାର୍ଡ଼ ଫେଷ୍ଟ|୨ ଦିନିଆ ଏହି କାର୍ଯ୍ୟକ୍ରମ ରେ ଆୟୋଜିତ ହେବ ବିଭିନ୍ନ ଆଲୋଚନା ଶିବିର ,ପ୍ରଦର୍ଶନୀ ଏବଂ ନାଳବନ ଓ ମଙ୍ଗଳଯୋଡି ପରିଦର୍ଶନ |

"ଏସିଆ ବାର୍ଡ଼ ପାରାଡାଇସ;ମଙ୍ଗଳଯୋଡି";ଏସିଆ ମହାଦେଶ ସବୁଠାରୁ ବଡ ଲୁଣି ପାଣି ହ୍ରଦ ଚିଲିକା ରେ ଅବସ୍ଥିତ |ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ମାତ୍ର ରେ ପାଖି ବିଭିନ୍ନ ଦେଶ ରୁ ଉଡି ଆସିଥାନ୍ତି ଏବଂ ହଜାର ହଜାର ପର୍ଯ୍ୟଟକଙ୍କର ମନ କିଣି ନିଅନ୍ତି |ହାରାହାରି ୨୦୦ ଟି ପ୍ରଜାତି ଭିଭିନ୍ନ ଚଢେଇ ଏଠାକୁ ଆସିଥାନ୍ତି |

ଚିଲିକା ଏସିଆ ମହାଦେଶର ମଧ୍ୟାଞ୍ଚଳ ରେ ଥିବାରୁ ଏଠାକୁ ଆର୍ଟିକ ଏବଂ ସବ ଆର୍ଟିକ ଅଂଚଳରେ ବିଭିନ୍ନ ପାଖି ଏହି ସମୟରେ ପ୍ରଜନନ ଏବଂ ଅଣ୍ଡା ଦେବା ଲାଗି ଆସିଥାନ୍ତି |ଏହାର ଗୁରୁତ୍ୱ କୁ ଲକ୍ଷ କରି ଚିଲିକା ଏବେ ରାମସାର କଂବେସନ ଅନୁଯାୟୀ ରାମସାର ସାଇଟ ଭାବେ ଘୋଷଣା କରାଯାଇଛି |  

Share your comments


CopyRight - 2019 Krishi Jagran Media Group. All Rights Reserved.