1. କୃଷି ଖବର

ପ୍ରତିଶୃତି ର ପ୍ରତିରକ୍ଷା କରିଲେ ମୁଖ୍ୟମନ୍ତ୍ରୀ

ପ୍ରତିଶୃତି ର ପ୍ରତିରକ୍ଷା କରିଲେ ମୁଖ୍ୟମନ୍ତ୍ରୀ

KJ Staff
KJ Staff

ପ୍ରଥମ ଦିନ ରେ "କାଳିଆ" ଟଙ୍କା
ଚୌକି ରେ ବସି କହିଲେ ,"ଲକି ଚେୟାର "

ବୁଧବାର ସନ୍ଧ୍ୟାରେ ନିଜ କାର୍ଯ୍ୟାଳୟ ରେ ମୁଖ୍ୟମନ୍ତ୍ରୀ ଭାବେ ଆସନ ଗ୍ରହଣ କରିଲା ପରେ ;ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ଙ୍କ ର ଥିବା ଚାଷୀ ଙ୍କ ପ୍ରତ୍ରି ଶ୍ରଦ୍ଧା ଓ ଆଶ୍ୱାସନା କୁ ଦର୍ଶାଇଛନ୍ତି |ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ,"ପ୍ରଥମ ଦିନରେ ଅବଶିଷ୍ଟ କାଳିଆ ଟଙ୍କା ବଣ୍ଟନ କରାଯିବ "; କୁ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

୫ମ ଥର ଲାଗି ସରକାର ଗଠନ କରିସାରିଲା ପରେ ,ପ୍ରଥମ କ୍ୟାବିନେଟ ବୈଠକ ରେ କାଳିଆ ଯୋଜନା ରେ ଅନ୍ତର୍ଗତ ଅବଶିଷ୍ଟ ଚାଷୀଙ୍କୁ ଆଜି ଠାରୁ ଟଙ୍କା ବଣ୍ଟନ କରାଯିବ ବୋଇ ଘୋଷଣା କରିବା ସାଙ୍ଗରେ ଏହି ସପ୍ତାହ ଭିତରେ ସମସ୍ତେ ଟଙ୍କା ପାଇଯିବେ ବୋଲି ମଧ୍ୟ କହିଛନ୍ତି |ଏହି ଯୋଜନା ରେ ୭୫ ଲକ୍ଷ ଚାଷୀ ପରିବାରଙ୍କୁ ସାମିଲ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି |

ଏହା ବ୍ୟତୀତ ମିଶନ ଶକ୍ତି -ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସରକାର ସଦା ସର୍ବଦା ଗୁରୁତ୍ୱ ଦଇଅଛନ୍ତି ଏବଂ ଏଥିପାଇଁ ପ୍ରଥମ ବୈଠକ ରେ ୧୦ ଟି ବିଭାଗରୁ ୧ ହଜାର କୋଟି ବ୍ୟବସାୟିକ ସହାୟତା ଦେବାକୁ ନିଷ୍ପତି ନିଆଯାଇଛି ଏଥିରେ ମହିଳା ଓ ଶିଶୁ ବିକାଶ ଏବଂମିଶନ ଶକ୍ତି ,ଅଙ୍ଗନବାଡି କେନ୍ଦ୍ରକୁ ପ୍ରାକ ବିଦ୍ୟାଳୟ ୟୁନିଫର୍ମ ଯୋଗାଣ ,ଖାଦ୍ୟ ଯୋଗାଣ ,ଓ ଖାଉଟି କଲ୍ୟାଣ ବିଭାଗ ଲାଗି ଧାନ ସଂରକ୍ଷଣ ,କିରାସିନି ଡ଼ିଲରସିପ ,ମାଣ୍ଡିଆ ଲଡୁ ଯୋଗାଣ ପ୍ରବୃତି କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ ରଖାଯାଇଛି |

 

ରାଜ୍ୟ ସରକାର ମହିଳା ଓ ଚାଷୀଙ୍କ ବିକାଶ ଲାଗି ସବୁ ପ୍ରକାର ଉଦ୍ୟମ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments