ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଙ୍କ ପୁତ୍ର ମୋହ କୁ ନେଇ ଜିଲା କଂଗ୍ରେସ ରେ ଦେଖାଯାଇଛି ବିଦ୍ରୋହ |ଦଳ ର ନୀତି ଆଦର୍ଶ କୁ ଭୁଲି ଏକଛତ୍ରବାଦ ସହ ପରିବାରବାଦକ କୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ଆଣି କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି ଏକାଧିକ ନେତା ଓ କର୍ମୀ |
ଅନ୍ୟପକ୍ଷେ ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ପାଦିକା ସମ୍ମିଳନୀ ରେ କୁହାଯାଇଛି ଯେ ଦଳ ଛାଡିଥିବା ନେତା ବ୍ୟକ୍ତିଗତ ସ୍ୱାର୍ଥ ସାଧନ ନ ହେବାରୁ ଏପରି ନିଷ୍ପତି ନେଇଛନ୍ତି|ଦଳ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ବଲାଙ୍ଗୀର ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି |କଂଗ୍ରେସ ଦଳରେ ଦଶନ୍ଧି ଧରି ରହିଥିବା କର୍ମୀମାନଙ୍କୁ ଅବହେଳା କରିବା ସହିତ ବିଭିନ୍ନ ଆଳରେ ହିନସ୍ଥା କରାଯାଉଛି |
ବଲାଙ୍ଗୀର କଂଗ୍ରେସର ମୁଣ୍ଡିଆଳ ନେତା ନରସିଂହ ମିଶ୍ରଙ୍କ ପୁତ୍ରମୋହ ଯୋଗୁଁ ଦଳ ଛାରଖାର ହେବାର ଆଶଙ୍କା ଦେଖାଦେଲାଣି କହି ଦଳ ଛାଡିଥିବା ଶ୍ରୀ ବଗର୍ତ୍ତୀ କହିଛନ୍ତି |
Share your comments