1. କୃଷି ଖବର

ଗୁଜୁରାଟ ରେ ହାଇ ଆଲର୍ଟ !

ଆଜି ସ୍ଥଳ ଭାଗ ଛୁଇଁବ ବାତ୍ୟା ବାୟୁ ଅତି ବ୍ୟୟଙ୍କର ରୂପ ନେଲା "ବାୟୁ " ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଲେ ଗୁଜୁରାଟ ସରକାର ୧୭୦-୧୮୦ କି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିବ ପବନ ବେଗ

KJ Staff
KJ Staff

ଆଜି ସ୍ଥଳ ଭାଗ ଛୁଇଁବ ବାତ୍ୟା ବାୟୁ
ଅତି ବ୍ୟୟଙ୍କର ରୂପ ନେଲା "ବାୟୁ "
୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଲେ ଗୁଜୁରାଟ ସରକାର
୧୭୦-୧୮୦ କି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିବ ପବନ ବେଗ
ଓଡିଶା ର ସହଯୋଗ ଲୋଡ଼ିଲା ଗୁଜୁରାଟ

ଓଡିଶା ପରେ ଏବେ ଗୁଜୁରାଟ ର ପାଳି |ବିଗତ ୨୦ ବର୍ଷ ରେ ଗୁଜୁରାଟ ରେ ଦେଖିବାକୁ ମିଳୁଥିବା ଏପରି ଏକ ଭୟଙ୍କର ବାତ୍ୟା, ବିରଳ|ଆରବ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ "ବାୟୁ " ଅତି ଭୟଙ୍କର ରୂପ ନେଇସାରିଛି | ଏହା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଏବେ ଆରବ ସାଗରରେ ଗୁଜୁରାଟ ଉପକୂଳ ଆଡକୁ ମୁହାଁଇବ |
ଗୁରୁବାର ସକାଳ ୮ ଟା ୩୦ ମିନିଟରେ ଏହା ଗୁଜୁରାଟ ର ପୋରବନ୍ଦର ଓ ବେଡ଼ବ୍ଲ ପଶ୍ଚିମରେ ଥିବା ଡିଓ ମଧ୍ୟରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ରହିଥିଲା |
ତେବେ ଏହି ଗତିପଥ ପରିବର୍ତ୍ତନ କରିଥିବାରୁ ସ୍ଥଳଭାଗ ଛୁଇଁବା ବିଳମ୍ବ ହୋଇପାରେ |ଅର୍ଥାତ ଗୁରୁବାର ଅପରାହ୍ନ ରେ "ବାୟୁ "ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ |ଏଥିପାଇଁ ଗୁଜୁରାଟ ରେ ହାଇ ଆଲର୍ଟ ଜାରି କରାଯାଇଛି |

ଝଡ ର ଗତିବିଧି ଉପରେ ଆଇଏମଡି ପ୍ରତି କ୍ଷଣ କ୍ଷଣର ନଜର ରଖିଛି |ଝଡ କୁ ମୁକାବିଲା କରିବା ନିମନ୍ତେ ବୁଧବାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ନେତୃତ୍ୱ ରେ ଉଚସ୍ଥରୀୟ ସମୀକ୍ଷା ବୈଠକ କରାଯାଇଛି |ଇତିମଧ୍ୟରେ ତଳିଆ ଅଞ୍ଚଳରେ ଥିବା ୩ ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି |ବିଶେଷକରି କଚ୍ଛ ଓ ପୋରବନ୍ଦର ଅଞ୍ଚଳରେ ଉପକୂଳିଆ ୫୦୦ ଟି ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନ କୁ ନିଆଯାଇଛି

ବିଶେଷ କରି ଝଡ ଯୋଗୁ ଗୁଜୁରାଟ ର ମେରବି,ଭାବନଗର ,ଜୁନାଗଡ଼ ,ଗିର ସୋମନାଥ ,ଜାମନନଗର ,ଦ୍ଵାରକା ,କଚ୍ଛ ପୋରବନ୍ଦର ,ରାଜକୋଟ ,ଏବଂ ଆମରେଲୀ ଭଳି ୧୦ ଟି ଜିଲ୍ଲା ସର୍ବାଧିକ କ୍ଷେତିଗ୍ରସ୍ତ ହେବାର ଆଶଙ୍କା ରହିଥିବାରୁ ଏହି ସବୁ ଜିଲ୍ଲା କୁ ହାଇ ଆଲର୍ଟ ଜାରି କରାଯାଇଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments