ଜଣେ ଡାକ୍ତର ଧୋକା ଦେଇ ୪୯ ପିଲାର ବାପା ହୋଇଛନ୍ତି |ଉକ୍ତ ଡାକ୍ତରଙ୍କ ମୃତ୍ୟୁ ପରେ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି |ଏହି ଖବର ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବିଶ୍ୱସନୀୟତା କମାଇବା ବୋଲି ଆଶଙ୍କା କରାଯାଉଛି |
କେତେକ ସମୟରେ ମହିଳାମାନେ ଆଇ.ଭି.ଏଫ ଉପାୟରେ ମା ହେବାର ଖୁସି ହାସଲ କରିଥାନ୍ତି |ଏଥିରେ ଶୂକ୍ରାଣୁ ଡୋନର ମଧ୍ୟମାନରେ ମହିଳାଙ୍କୁ ଗର୍ଭବତୀ କରାଯାଇଥାଏ |ତେବେ ନେଦରଲ୍ୟାଣ୍ଡ ଜଣେ ଡାକ୍ତର ଆଇ.ଭି.ଏଫ କେନ୍ଦ୍ରରେ ମହିଳାଙ୍କୁ ଧୋକା ଦେଇ ୪୯ ଜଣ ପିଲାଙ୍କ ବାପା ହୋଇଛନ୍ତି |
ସୂଚନା ଅନୁସାରେ ନେଦରଲ୍ୟାଣ୍ଡ ଜନ କର୍ବଟ ନାମକ ଜଣେ ଡାକ୍ତର "ଡିଫେନ୍ସ ଫର ଚିଲଡ୍ରେନ୍ସ "ନାମକ ଏକ ଆଇଭିଏଫ କେନ୍ଦ୍ର ଖୋଲିଥିଲେ |ସେଠାରେ ସେ ପ୍ରାୟେ ସମୟ ସ୍ପର୍ମ ଡୋନର ଶୂକ୍ରାଣୁ ବଦଳାଇ ନିଜ ଶୂକ୍ରାଣୁ ବ୍ୟବହାର କରୁଥିଲେ | ତାଙ୍କ ଶୂକ୍ରାଣୁ ଦ୍ୱାରା ସେ ମହିଳାଙ୍କୁ ଗର୍ଭବତୀ କରାଉଥିଲେ|
୨୦୦୯ ରେ ତାଙ୍କ ଡାକ୍ତରଖାନାରେ କେତେକ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଥିଲା |ଏହି ମାମଲା କୋର୍ଟ ରେ ବିଚାରଧାନ ଥିବାବେଳେ ୨୦୧୬ ରେ ୮୯ ବର୍ଷ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା |ନିଜ ମୃତ୍ୟୁ ପୂର୍ବରୁ କର୍ବଟ ସ୍ୱୀକାର କରିଥିଲେ ଯେ ସେ ୬୦ ପିଲାଙ୍କ ବାପା |କୋର୍ଟ ଗତ ଫେବୃଆରୀ ମାସରେ ଉକ୍ତ ଆଇଭିଏଫ କେନ୍ଦ୍ରରୁ ଜନ୍ମ ହୋଇଥିବା ପିଲା ଓ କର୍ବଟ ଙ୍କ ଡିଏନଏ ମିସାଇବାକୁ ନିର୍ଦେଶ ଦେଇଥିଲେ |
ଏହି କ୍ରମରେ ଗତ ଏପ୍ରିଲ ୧୨ ରେ ଡାକ୍ତର କର୍ବଟ ଙ୍କ ଡିଏନଏ ପରୀକ୍ଷା କରାଯାଇଥିଲା |ଏଥିରୁ ସେ ୪୯ ପିଲାଙ୍କର ବାପା ଥିବା ଭଳି ତଥ୍ୟ ପଦାକୁ ଆସିଛି |
Share your comments