1. କୃଷି ଖବର

ଅସମ୍ଭଳ ତାତି !

ଅସମ୍ଭଳ ତାତି !

KJ Staff
KJ Staff

ଆହୁରି ବଢୁଛି ପାରଦ..

ବଢିଚାଲିଛି ଖରା ର ପ୍ରକୋପ ,ବର୍ଷା ର ଦେଖା ନାହିଁ ହେଲେ ଟାଣ କାହାରରେ ଝାଇଁ ମାରୁଛି ମୁଣ୍ଡ |ଏବେଠୁଁ ସ୍ଥିତି ଅସମ୍ଭାଳ ହେଲାଣି |ସୋମବାର ରାଜ୍ୟର ୧୨ ଟି ସହରରେ ତାପମାତ୍ରା ୪୦ ଅତିକ୍ରମ କରିଛି |

ତାଳଚେର ଆଜି ରାଜ୍ୟର ସବୁଠାରୁ ଗରମ ସହର ଭାବେ ୪୩.୮ ଡିଗ୍ରୀ ରେ ପହଞ୍ଚିଛି|ସେହିପରି ଅନୁଗୁଳରେ ପାରଦ ୪୩.୭ ଡିଗ୍ରୀ ସେଲସିଅସ ଛୁଇଁଥିଲାବେଳେ ତା ତଳକୁ ଟିଟିଲାଗଡ଼ ରେ ତାତି ୪୩ ଡିଗ୍ରୀ ରେ ପହଞ୍ଚିଛି |ତେବେ ଗୋପାଳପୁର ଓ ପାରାଦ୍ବୀପ ରେ ଗରମ(୩୧.୯ ଡିଗ୍ରୀ ) ବହୁତ କମ ରହିଥିଲେ |

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଗରମ କ୍ରମାଗତ ଭାବେ ବୃଦ୍ଧି ପାଉଛି |ଗତ ଚାରିଦିନ ହେଲା ତାତିରେ ୧ ରୁ ୧.୫ ଡିଗ୍ରୀ ବଢିଛି |ବର୍ତ୍ତମାନ ସ୍ଥିତିରେ ବର୍ଷାର ସମ୍ଭାବନା ନଥିଲେ ସୁଦ୍ଧା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ବଳବତ୍ତର ରହିବ ,କିନ୍ତୁ କାଳବୈଶାଖୀ ବର୍ଷାରେ ଅସହ୍ୟ ତାତି ରୁ ନିସ୍ତାର ମିଳିବ ସହଜ ନୁହେଁ |ଏପରି ସ୍ଥିତି ରେ ରାଜ୍ୟରେ ପାରଦର ଜ୍ୱାଳା ଲାଗି ରହିବ |ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଅଧିକାଂଶ ସହରରେ ତାପମାତ୍ରା ୪୦ ଅତିକ୍ରମ କରିବାର ସମ୍ଭାବନ ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments