1. କୃଷି ଖବର

ଚାଷୀଙ୍କ ଲାଗି ସରକାରଙ୍କ ଉପହାର!

ଚାଷୀଙ୍କ ଲାଗି ସରକାରଙ୍କ ଉପହାର!

KJ Staff
KJ Staff

ବଢ଼ିଲା ଖରିଫ ଫସଲ ର ସର୍ବନିମ୍ନ ସହାୟକ ମୂଲ୍ୟ

ଏକ ଗୁରୁତ୍ୱପୂର୍ଣ ନିଷ୍ପତି କ୍ରମେ କେନ୍ଦ୍ର କ୍ୟାବିନେଟ ଧାନର ଏମଏସପି କୁଇଣ୍ଟାଲ ପିଛା ୭୫ ଟଙ୍କା ବୃଦ୍ଧି କରାଯାଇଛି |୨୦୧୯-୨୦ ଋତୁ ପାଇଁ ସମସ୍ତ ଖରିଫ ଫସଲର ଏମଏସପି ରେ ବୃଦ୍ଧି ଅନୁକ୍ରମ ରେ ଧାନ କୁଇଣ୍ଟାଲ ପିଛା ଏହି ବୃଦ୍ଧି କରାଯାଇଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଙ୍କ ମୋଦି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ୨୦୧୯-୨୦ ଋତୁ ପାଇଁ ସମସ୍ତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି |ଏହି ଅନୁଯାୟୀ ,ସାଧାରଣ ଧାନର ସହାୟକ ଧାନର ସହାୟକ ମୂଲ୍ୟ ପୂର୍ବରୁ କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ଥିଲା ବେଳେ ଏବେ ଏହାକୁ ୧୮୧୫ ଟଙ୍କା କରି ଦିଆଯାଇଛି |ଏହାର ଉତ୍ପାଦନ ବ୍ୟୟ ବର୍ତମାନ ୧୨୦୮ ଟଙ୍କା ଥିବାବେଳେ କୃଷକମାନେ ୫୦ ପ୍ରତିଶତଲାଭ ଫେରସ୍ତ ପାଇପାରିବେ |

ସେହିପରି ଗ୍ରେଡ଼ ଏ ଶ୍ରେଣୀ ର ଧାନ ପାଇଁ କୁଇଣ୍ଟାଲ ପିଛା ଏମଏସପି ପୂର୍ବରୁ ୧୭୭୦ ଟଙ୍କା ଥିବାବେଳେ ଏଥିରେ ମଧ୍ୟ ମଧ୍ୟ ୭୫ ଟଙ୍କା ବୃଦ୍ଧି କରାଯାଇ ୧୮୩୫ ଟଙ୍କା ହୋଇଛି |ଏହି ମନର ଧାନ ଉତ୍ପାଦନ ବ୍ୟୟ ଏବଂ ଚାଷୀଙ୍କ ଲାଭ ପ୍ରତିଶତ ସାଧାରଣ ମାନର ଧାନ ସହ ସମାନ ରହିଛି |

ସେହିଭଳି ଯଅ ଓ ମାଣ୍ଡିଆରେ ଏମଏସପି କୁଇଣ୍ଟାଲ ପିଛା ୧୨୦ ଟଙ୍କା ବଢିଛି |ତେବେ ହରଡ,ଯୁଗ ଓ ବିରି ଡାଲିର କୁଇଣ୍ଟାଲ ପ୍ରତି ଏମଏସପି ଯଥାକ୍ରମେ ୧୨୫ ଟଙ୍କା ,୭୫ ଟଙ୍କା ,ଓ ୧୦୦ ଟଙ୍କା ବୃଦ୍ଧି ହୋଇଛି |ଚିନାବାଦାମର ଏମଏସପି ୨୦୦ ଟଙ୍କା ଏବଂ ସୋୟାବିନ ର ୩୧୧ ଟଙ୍କା ବୃଦ୍ଧି କରାଯାଇଥିଲାବେଳେ ମଧ୍ୟମଧ୍ୟରେ କପା ୧୦୫ ଟଙ୍କା ଏବଂ ଲମ୍ବା କପା ଏମଏସପି ୧୦୦ ଟଙ୍କା ରୁ ବୃଦ୍ଧିକରାଯାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments