1. କୃଷି ଖବର

୪ ଦିନ ପର୍ଯ୍ୟନ୍ତ ବର୍ଷା !

୪ ଦିନ ପର୍ଯ୍ୟନ୍ତ ବର୍ଷା !

KJ Staff
KJ Staff

କିଛି ଦିନ ହେବ ସାରା ରାଜ୍ୟ ରେ ବର୍ଷା ର ମାତ୍ରା ବଢିବାର ଦେଖାଯାଇଛି | କେଉଁଠି ଖରା ହେଉଛି ତ ଅକସ୍ମାତ କେଉଁଠି ବର୍ଷା ହେଉଛି |ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଉଛି |କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି |ଏହାକୁ ଦୃଷ୍ଟି ରେ ରଖି ପାଣିପାଗ ବିଭାଗ ପକ୍ଷରୁ ୮ ଟି ଜିଲା ଲାଗି ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି |

ତେବେ ୨୪ ତାରିଖ ବେଳକୁ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସକାଳୁ ବର୍ଷା ପରିମାଣ ବୃଦ୍ଧି ପାଇବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |ସୂଚନା ଅନୁଯାୟୀ ଶୁକ୍ରବାର ଗଜପତି ଗଞ୍ଜାମ,ରାୟଗଡା ,ଖୋର୍ଦ୍ଧା ,କଟକ ,କଳାହାଣ୍ଡି ,କନ୍ଧମାଳ ,ନବରଙ୍ଗପୁର ଜିଲାରେ ଅଧିକ ବର୍ଷା ସମ୍ଭାବନା ରହିଛି |
ସେହିପରି ଶନିବାର ଦିନ ମୟୁରଭଞ୍ଜ କେନ୍ଦୁଝର ଯାଜପୁର ଭଦ୍ରକ ଢେଙ୍କାନାଳ କଟକ ନବରଙ୍ଗପୁର ମାଲକାନଗିରି ଓ କୋରାପୁଟ ଜିଲାରେ ମଧ୍ୟମ ଧରଣ ର ବର୍ଷା ହେବ |ତେବେ ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ହେତୁ ବର୍ଷା ବୃଦ୍ଧି ପାଇବା ବୋଲି ଆଇ.ଏମ.ଡି ପକ୍ଷରୁ ସୂଚନା ଦିଆଯାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments