1. କୃଷି ଖବର

୨ ଦିନ ପରେ ପୁଣି ବର୍ଷା

୨ ଦିନ ପରେ ପୁଣି ବର୍ଷା

KJ Staff
KJ Staff


ବଙ୍ଗୋପ  ସାଗର ରେ ଲଘୁଚାପ ସକ୍ରିୟ ନଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି |ଭସା ବାଦଲ ସହ ମଝିରେ ମଝିରେ ଘଡଘଡି ସହ ବର୍ଷା ହେଉଛି |ଉତ୍ତର ପଶ୍ଚିମ ଝାରଖଣ୍ଡ ଏବଂ ବିହାର ଉପରେ ଥିବା ଲଘୁଚାପ ଏବେ ଓଡିଶା ପଶ୍ଚିମ ବଙ୍ଗ ଉପକୂଳ ରେ ରହିଛି |
ଏହାର ପ୍ରଭାବ ରେଓଡ଼ିଶାରେ ପାଗ ମେଘୁଆ ରହିଛି ମାତ୍ର ଦିନବେଳେ ଟାଣ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଛି |

ଗତ କାଲି ସନ୍ଧ୍ୟା ସୁଧା ହୀରାକୁଦ ରେ ସର୍ବାଧିକ ୭୫.୫ ମିଲି ବର୍ଷା ହେଉଥିବା ବେଳେ ସମ୍ବଲପୁର ,ଚାନ୍ଦବାଲି ଓ ଫୁଲବାଣୀ ରେ ବର୍ଷା ହେଉଛି |ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୪ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନ ରହିଛି |ଆସନ୍ତା ୨ ଦିନ ପାଗ ମୁଖ୍ୟତ ଶୁଖିଲା ରହିବ ଏବଂ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ |
ତେବେ ଗୁରୁବାର ଠାରୁ  ବର୍ଷା  ପ୍ରକୋପ ବୃଦ୍ଧି ପାଇବ|ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଅଧିକାଂଶ ଜିଲାରେ ପ୍ରବଳ  ବର୍ଷା ର ସମ୍ଭାବନା ରହିଛି |୨୫ ତାରିଖ ପରେ ପାଗ ବଦଳିବାର ସମ୍ଭାବନା ରହିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments