1. କୃଷି ଖବର

କୋଭିଡ୍‌-୧୯ ସ୍ଥିତି ସତ୍ୱେ ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା ୩,୯୫,୦୩୨ କ୍ୱିଂଟାଲ୍‌ ଏବଂ ୨୫,୦୩୪ କ୍ୱିଂଟାଲ୍ ଅଣଧାନ ବିହନ ଉତ୍ପାଦନ

କୋଭିଡ୍‌-୧୯ ସ୍ଥିତିରେ ଲକ୍‌ଡାଉନ୍‌, ସଟଡାଉନ୍ କଟକଣା ସତ୍ୱେ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟ ବିହନ ନିଗମ ବିହନ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ନିଗମ ଦ୍ୱାରା ନିଜସ୍ୱ ଯୋଜନା ‘ମୋ ବିହନ ଯୋଜନା’ରେ ଏବଂ ଅନ୍ୟ ସଂସ୍ଥାମାନଙ୍କ ସହଯୋଗିତାରେ ୩,୯୫,୦୩୨ କ୍ୱିଂଟାଲ୍ ଧାନ ଏବଂ ୨୫,୦୩୪ କ୍ୱିଂଟାଲ୍ ଅଣଧାନ ବିହନ ଉତ୍ପାଦନ କରିପାରିଛି । ନୂତନ କିସମର ୨୫ଟି ଧାନ, ୪ଟି ମାଣ୍ଡିଆ, ୧୪ଟି ଡାଲି ଏବଂ ୧୬ଟି ତୈଳବୀଜ ବିହନକୁ ‘ବିହନ ଉତ୍ପାଦନ ଯୋଜନା’ରେ ସାମିଲ କରାଯାଇଛି । ନିଗମ ଦ୍ୱାରା ଡିବିଟି ମାଧ୍ୟମରେ ରେକର୍ଡ ପରିମାଣର ୪,୦୭,୪୪୦ କ୍ୱିଣ୍‌ଯାଲ୍ ଧାନ ଏବଂ ୫୭,୨୪୩ କ୍ୱିଂଟାଲ୍ ଅଣଧାନ ବିହନ ବିକ୍ରୟ କରାଯାଇପାରିଛି । ନିଗମର ବରଗଡ଼, ବରପାଲି ଏବଂ ପରମାଣପୁର ଫାର୍ମରେ ଅନ୍ୟ ସଂସ୍ଥାଙ୍କ ସହଭାଗିତାରେ ବିହନ ଉତ୍ପାଦନ କରାଯାଇ ୨,୯୪୨ କ୍ୱିଂଟାଲ ପିଣ୍ଡ ବିହନ ଉତ୍ପାଦନ କରାଯାଇଛି ଏବଂ ହେକର ପ୍ରତି ଅନୁମୋଦିତ ୩୦ କ୍ୱିଂଟାଲ୍ ଠାରୁ ଅଧିକ ଅମଳ କରାଯାଇଛି ।

KJ Staff
KJ Staff

ଭୁବନେଶ୍ୱର : କୋଭିଡ୍‌-୧୯ ସ୍ଥିତିରେ ଲକ୍‌ଡାଉନ୍‌, ସଟଡାଉନ୍ କଟକଣା ସତ୍ୱେ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟ ବିହନ ନିଗମ ବିହନ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ନିଗମ ଦ୍ୱାରା ନିଜସ୍ୱ ଯୋଜନା ‘ମୋ ବିହନ ଯୋଜନା’ରେ ଏବଂ ଅନ୍ୟ ସଂସ୍ଥାମାନଙ୍କ ସହଯୋଗିତାରେ ୩,୯୫,୦୩୨ କ୍ୱିଂଟାଲ୍ ଧାନ ଏବଂ ୨୫,୦୩୪ କ୍ୱିଂଟାଲ୍ ଅଣଧାନ ବିହନ ଉତ୍ପାଦନ କରିପାରିଛି । ନୂତନ କିସମର ୨୫ଟି ଧାନ, ୪ଟି ମାଣ୍ଡିଆ, ୧୪ଟି ଡାଲି ଏବଂ ୧୬ଟି ତୈଳବୀଜ ବିହନକୁ ‘ବିହନ ଉତ୍ପାଦନ ଯୋଜନା’ରେ ସାମିଲ କରାଯାଇଛି । ନିଗମ ଦ୍ୱାରା ଡିବିଟି ମାଧ୍ୟମରେ ରେକର୍ଡ ପରିମାଣର ୪,୦୭,୪୪୦ କ୍ୱିଣ୍‌ଯାଲ୍ ଧାନ ଏବଂ ୫୭,୨୪୩ କ୍ୱିଂଟାଲ୍ ଅଣଧାନ ବିହନ ବିକ୍ରୟ କରାଯାଇପାରିଛି । ନିଗମର ବରଗଡ଼, ବରପାଲି ଏବଂ ପରମାଣପୁର ଫାର୍ମରେ ଅନ୍ୟ ସଂସ୍ଥାଙ୍କ ସହଭାଗିତାରେ ବିହନ ଉତ୍ପାଦନ କରାଯାଇ ୨,୯୪୨ କ୍ୱିଂଟାଲ ପିଣ୍ଡ ବିହନ ଉତ୍ପାଦନ କରାଯାଇଛି ଏବଂ ହେକରଫ ପ୍ରତି ଅନୁମୋଦିତ ୩୦ କ୍ୱିଂଟାଲ୍ ଠାରୁ ଅଧିକ ଅମଳ କରାଯାଇଛି । କୋଭିଡ୍ କଟକଣୋ ସତ୍ୱେ ୧୪,୫୨,୪୦୭ ଗୋଟି ଫଳଚାରା, ୬୩୦ କ୍ୱିଂଟାଲ୍ ଆଳୁ ଏବଂ ୧୨୧ କ୍ୱିଂଟାଲ୍ ପିଆଜ ମଂଜି ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ତଥା ଅନ୍ୟ ସଂସ୍ଥାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗାଇ ଦିଆଯାଇଛି । ନିଗମ ଦ୍ୱାରା ରାଜ୍ୟ ସରକାରଙ୍କ ମିଲେଟ୍ ମିଶନ ଏବଂ ମୋ ଉପକାରୀ ବଗିଚା ଯୋଜନାରେ ବିହନ ଯୋଗାଣ କରି ଯୋଜନାକୁ ସଫଳ କରିବାରେ ସହାୟକ ହୋଇପାରିଛି ଯାହାକି ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଛି । ଏଥି ସହିତ ରାଜ୍ୟର ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ଭୁବନେଶ୍ୱର, କଟକ, ରଙ୍ଗେଇଲୁଣ୍ଡା, ବାବନପୁର ଓ ଶେରଗଡ଼ ଆଦି ଆଠଟି ସ୍ଥାନରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରାଯାଇଛି । ବିହନ ସଂରକ୍ଷଣ ପାଇଁ ସୋନପୁର, ଭବାନୀପାଟଣା, ସମ୍ବଲ ପୁର, ନୟାଗଡ଼, ଭୁବନେଶ୍ୱର, ର ଙ୍ଗେ ଇଲୁଣ୍ଡା, ସାତ ଶଙ୍ଖ , ବାବନ ପୁର ଓ ଶେରଗଡ଼ଠାରେ ଗୋଦାମ ଗୃହ ନିର୍ମାଣ କରି ୫୮,୦୦୦ କି୍ୱଂଟାଲ ବିହନ ସଂର କ୍ଷଣ ପାଇଁ ଅତିରିକ୍ତ, ୮୭,୦୦୦ ବ ର୍ଗଫୁଟର ଗୋଦାମ ଗୃହର ବ୍ୟବସ୍ଥା କରାଯାଇଛି ।

ବିହନର ଉତମ ସଂରକ୍ଷଣ ପାଇଁ ୧୭୦୦୦ ଗୋଟି ଲୁହା ପ୍ୟାଲେ ଟ୍ ବିଭିନ୍ନ ଗୋଦାମରେ ବ୍ୟବହାର କରାଯାଇଛି, ଯାହାକି ବିହନ ଗଜା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବାରେ ସହାୟକ ହୋଇପାରିଛି । ନିଗମର ତିନୋଟି ପ୍ରକ୍ରିୟାକରଣ କେନ୍ଦ୍ର ବରଗଡ଼, ରଙ୍ଗେଇଲୁଣ୍ଡା ଏବଂ ଜୟପୁରଠାରେ ବିହନ ଓଜନ ଯନ୍ତ୍ର ସ୍ଥାପନ କରାଯାଇଛି । ନିଗମର ସମସ୍ତ ୩୭ଟି ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିହନ ପ୍ରକ୍ରିୟାକରଣ କାର୍ଯ୍ୟ ଆରମ୍ଭ କରାଯାଇ ପ୍ରକ୍ରିୟାକରଣକୁ ସରଳ ଓ ଅଧିକ ପାରଦର୍ଶୀ କରାଯାଇଛି । ଏଥିସହିତ ବିହନ ନିଗମ ଦ୍ୱାରା ଉତମ ଆର୍ôଥକ ପରିଚାଳନା ତଥା ନିରନ୍ତର ପ୍ରଚେଷ୍ଟା ମାଧ୍ୟମରେ ପ୍ରାରମ୍ଭିକ ଡିବିଟି ପ୍ରଚଳନଜନିତ କ୍ରମବର୍ଦ୍ଧିଷ୍ଣୁ କ୍ଷତିର ଭରଣା ତଥା ବ୍ୟାଙ୍କରୁ ଋଣ ଉଠାଣକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments