1. କୃଷି ଖବର

ଇଫ୍କୋ ସାର ର କମିଲା ଦର

ଇଫ୍କୋ ସାର ର କମିଲା ଦର

KJ Staff
KJ Staff

ରବି ଫସଲ ଚାଷ ପୂର୍ବରୁ ଚାଷୀଙ୍କ ଲାଗି ଏବେ ନୂତନ ସୁଯୋଗ ଆଣି ଦେଇଛି ଇଫ୍କୋ |ୟୁରିଆ ବ୍ୟତୀତ ଅନ୍ୟ ସମସ୍ତ କେମ୍ପ୍ଲେକ୍ସ ବା ଯୁଗ୍ମ ସାର ଯଥା ଡିଏପି (ଡାଇ ଆମୋନିଅମ ଫୋସଫେଟ) ର ଦର ହ୍ରାସ କରାଯାଇଛି |ଏହା ବର୍ତମାନ ବଜାରରେ ପ୍ରତି ବ୍ୟାଗ ପିଛା ୫୦ ଟଙ୍କା ଦର ରେ ମଧ୍ୟ ଉପଲବ୍ଧ କରାଯିବ |
ବିଶ୍ୱ ବ୍ୟାପି ଚାଷ ଉପଯୋଗୀ ର ମ୍ୟାଟେରିଆଲ ର ଦର ହ୍ରାସ ପାଇବାରୁ ଇଫ୍କୋ ମଧ୍ୟ ସାର ର ଦର କମାଇବାକୁ ନିଷ୍ପତି ନେଇଥିଲେ |ଇଫ୍କୋ ନିର୍ଦେଶକ ଶ୍ରୀଯୁକ୍ତ ୟୁ ଏସ ଅବସ୍ଥି କହିଛନ୍ତି ଯେ ,'ବିଶ୍ୱ ବଜାର ରେ ଏବେ ସମସ୍ତ ସାର ଏବଂ ଚାଷ ରେ ଲାଗୁଥିବା ସବୁ ଦ୍ରବ୍ୟ ର ଦର କମିବାରୁ ଆମେ ମଧ୍ୟ ଏହି ପରି ନିଷ୍ପତି ନେଇଛୁ "|

ବର୍ତମାନ ଡିଏପି ର ଦର ପ୍ରତି ବ୍ୟାଗ ପିଛା ୧୨୦୦ ଟଙ୍କା ରହିଛି ଯାହା ପୂର୍ବରୁ ୧୨୫୦ ଦର ରେ ଉପଲବ୍ଧ କରାଯାଉଥିଲା |
ସେହିପରି ଇଂ ପି କେ -୧ କମ୍ପ୍ଲେକ୍ସ ବର୍ତମାନ ବ୍ୟାଗ ପିଛା ୧୧୭୫ ଟଙ୍କା ଧାର୍ଯ୍ୟ କରିଛି ଯାହା ପୂର୍ବରୁ ୧୨୦୦ ଟଙ୍କା ଥିଲା ଏବଂ ଏନ.ପି.କେ -୨ କମ୍ପ୍ଲେକ୍ସ ର ଦର ପୂର୍ବରୁ ୧୨୧୦ ପ୍ରତି ବ୍ୟାଗ ଥିଲା ବେଳେ ଏବେ ତାହା ୧୧୮୫ ଟଙ୍କା କରାଯାଇଛି |
ଏହା ବ୍ୟତୀତ ଏନ ପି କମ୍ପ୍ଲେକ୍ସ ର ଦର କୁ ୨୫ ଟଙ୍କା ହ୍ରାସ କରାଯାଇ ବର୍ତମାନ ୯୭୫ ଟଙ୍କା ପ୍ରତି ବ୍ୟାଗ କରାଯାଇଛି |ଜିଏସ୍ଟି ମିଶାଇ ଏହି ନୂତନ ଦର ଧାର୍ଯ୍ୟ କରାଯାଇଛି ବୋଲି ମତ ଦେଇଥିଲେ ଶ୍ରୀଯୁକ୍ତ ଅବସ୍ଥି ଏବଂ ଏହା ଅକ୍ଟୋବର ୧୧ ରୁ ଲାଗୁ କରାଯାଇଛି |

କିନ୍ତୁ ନିମ୍ବ କୋଟିଙ୍ଗ ଥିବା ୟୁରିଆ ର ଦର ସରକାର ଙ୍କ ଦ୍ୱାରା ଧାର୍ଯ୍ୟ କର ଯାଉଥିବାରୁ ଏହାର ଦର ରେ କାୖଅନସି ପରିବର୍ତନ କରାଯାଇନାହିଁ ଏବଂ ଏହା ଏବେ ମଧ୍ୟ ପ୍ରତି ୪୫ କି.ଗ୍ରା ବ୍ୟାଗ ପିଛା ବଜାରରେ ୨୬୬.୫୦ ଟଙ୍କା ରେ ଉପଲବ୍ଧ କରାଯାଉଛି |
ବିଶ୍ୱ ର ସର୍ବ ବୃହଦ ସାର କୋ -ଅପେରେଟିଭ ଇଫ୍କୋ ହାରାହାରି ଦେଶର ୫.୫ କୋଟି ଚାଷୀ ଙ୍କୁ ସାର ଯୋଗାଇଥାଏ |
ଇଣ୍ଟେରନେଶନାଲ କୋ-ଅପେରେଟିଭ ଟ୍ରେଡ଼ ଫେଆର ରେ ନିର୍ଦେଶକ ନୂତନ ଦର ର ଘୋଷଣା କରିବା ସାଙ୍ଗରେ କହିଥିଲେ ଯେ ଏହି ପଦକ୍ଷେପ ଦ୍ୱାରା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ୨୦୧୨ ସୁଦ୍ଧା ଚାଷୀ ଙ୍କ ଆୟ ଦ୍ବିଗୁଣିତ କରିବା ର ସ୍ବପ୍ନ ସାକାର ହୋଇପାରିବ |
ଆସନ୍ତା ମାସ ରୁ ଆରମ୍ଭ ହେବାକୁ ଥିବା ରବି ଚାଷ ରେ ଇଫ୍କୋ ର ଏହି ପଦକ୍ଷେପ ବେଶ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments