1. କୃଷି ଖବର

ରାଷ୍ଟ୍ରୀୟ ପୁରସ୍କାର ରେ ସମ୍ମାନିତ ହେଲେ ଆଇ.ଆଇ.ଏସ.ଡବ୍ଲୁ.ସି

ଭାରତୀୟ ମୃତ୍ତିକା ଏବଂ ଜଳ ସଂରକ୍ଷଣ ଅନୁସନ୍ଧାନ କେନ୍ଦ୍ର ,ସୁନାବେଡା କୁ ମିଳିଲା ରାଷ୍ଟ୍ରୀୟ ପୁରସ୍କାର ଦ୍ୱାରା ସମ୍ମାନ

KJ Staff
KJ Staff

ଭାରତୀୟ ମୃତ୍ତିକା ଏବଂ ଜଳ ସଂରକ୍ଷଣ ଅନୁସନ୍ଧାନ କେନ୍ଦ୍ର ,ସୁନାବେଡା କୁ ମିଳିଲା ରାଷ୍ଟ୍ରୀୟ ପୁରସ୍କାର ଦ୍ୱାରା ସମ୍ମାନ

ପ୍ରାକୃତିକ ସମ୍ପଦ ର ସୁରକ୍ଷା ଏବଂ କୋରାପୁଟ ର ଆଦିବାସୀ ମାନଙ୍କୁ ସ୍ୱାବଲମ୍ବୀ କରିଥିବାରୁ ଭାରତୀୟ ମୃତ୍ତିକା ଏବଂ ଜଳ ସଂରକ୍ଷଣ ଅନୁସନ୍ଧାନ କେନ୍ଦ୍ର ,ସୁନାବେଡା କୁ "ନାନାଜି ଦେଶମୁଖ " ଦଳଗତ ରାଷ୍ଟ୍ରୀୟ ପୁରସ୍କାର ଗତକଲି ୫ ମାର୍ଚ୍ଚ ରେ ଭାରତୀୟ କୃଷି ଅନୁସନ୍ଧାନ ପରିଷେଦ ରେ ମହାନିର୍ଦେଶକ ଙ୍କ ହାତରୁ ପ୍ରାପ୍ତ ହୋଇଛି |ପୁରାସ୍କାର ସ୍ୱରୂପ ମିଳିଛି ମାନପତ୍ର ସହ ୫ ଲକ୍ଷ ରାଶି |

 

ମୃତ୍ତିକା ଏବଂ ଜଳ ସଂରକ୍ଷଣ ଦ୍ୱାରା ଶସ୍ୟ ଉତ୍ପାଦନ ୧୬.୦୪ %ବୃଦ୍ଧି ଏବଂ ପନି ପରିବା ଉତ୍ପାଦନ ୨୫ % ବୃଦ୍ଧି ହୋଇଛି |କେନ୍ଦ୍ର ଦ୍ୱାରା ୬୦୦୦ ଆଦିବାସୀ ଚାଷୀଙ୍କୁ ଦିଆଯାଇଥିଲା ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ର ଜ୍ଞାନ କୌଶଳ |ଏହା ଅନ୍ତର୍ଗତ ଥିଲା ଗୁଣ୍ଡୁରୀ ପାଳନ .କୁକୁଡ଼ା ପାଳନ ,ଛତୁ ଚାଷ ,ଛତୁ ମଞ୍ଜି ଉତ୍ପାଦନ ,ମତ୍ସ୍ୟପାଳନ ,ଫାର୍ମ ବ୍ୟବହୃତ ଯନ୍ତ୍ରପାତି ର ବ୍ୟବହାର ,ବର୍ଷାଜଳର ସଂରକ୍ଷଣ ପ୍ରଶିକ୍ଷଣ ଏବଂ ମୃତ୍ତିକା ସଂରକ୍ଷଣ ର ଆଧୁନିକ ପଦ୍ଧତି ର ଅବଲମ୍ବନ ଇତ୍ୟାଦି |

ଏହା ବ୍ୟତୀତ କେନ୍ଦ୍ର ଅଧିକାରୀ ସ୍ବେଛାସେବୀ ଅନୁଷ୍ଠାନ ,କ୍ଷେତ୍ରକର୍ମୀ ଏବଂ ଜଳ ବିଭାଜିକା ର ସଚିବ ଏବଂ ଅଧ୍ୟକ୍ଷ ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇଯାଇଥିଲା |ଏହି କେନ୍ଦ୍ର ର ଅନ୍ୟ ଉପଲବ୍ଧି ହେଲା ସମନ୍ୱିତ ଜଳ ବିଭାଜିକା ପରିଚାଳନା ଅନ୍ତର୍ଗତ ଇଚ୍ଛାପୁତାଘଟି ରେ ମଡେଲ ଜଳବିଭାଜିକା ର ଗଠନ | ଝୋଲା ଜମିରେ ଠିକ ଭାବେ ବ୍ୟବହାର ,ପାଞ୍ଚଟି ଜିଲାକୁ ଜଳ ସେଚନ ଯୋଜନାରେ ତିଆରି ,ଓଡିଶା ରାଜ୍ୟ ବନ୍ୟା ବିକାଶ ପରିଯୋଜନା ସହିତ ପରାମର୍ଶ ଭିତିକ କାର୍ଯ୍ୟ ର ସମ୍ପୂର୍ଣ ଭାରତୀୟ ଇସ୍ପାତ (ସେଲ )ଉଦ୍ୟୋଗ ସହିତ ପରାମର୍ଶ ଭିତିକ କାର୍ଯ୍ୟ ର ସମ୍ପୂର୍ଣ ଏବଂ ଓଡ଼ିଶାରେ ସ୍ଥାନାନ୍ତରଣ ପଢୁ ଚାଷ ର ନିୟନ୍ତ୍ରଣ ଇତ୍ୟାଦି |

ଏହି ଦଳଗତ ପୁରସ୍କାର ରେ ଥିବା ବୈଜ୍ଞାନିକ ମାନେ ହେଲେ ଏମ ମଧୁ ,ପି .ପି ଅଧିକାରୀ ,ଦି.ସି ସାହୁ ଶ୍ରୀମତୀ ଜ୍ୟୋତି ପ୍ରଭା ଦାସ, ହମ୍ବେ ଗୌଡା ,ପ୍ରବୀଣ ଝକର,ଗୋଲକ ବିହାରୀ ନାୟକ ,କର୍ମବୀର ଏବଂ ପ୍ରଶାନ୍ତ କୁମାର ମିଶ୍ର |ଅଧିକାରୀମାନେ କେନ୍ଦ୍ରର ଅନ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିବା ସହ ସୂବେଛ ଜଣାଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments