1. କୃଷି ଖବର

ବାତ୍ୟା ପରେ ତାତି ର ଦୁର୍ଦଶା ..

ବାତ୍ୟା ପରେ ତାତି ର ଦୁର୍ଦଶା ..

KJ Staff
KJ Staff

୪୦ ଡିଗ୍ରୀ ଉପରେ ୧୦ ଟି ସହର
ଟିଟିଲାଗଡ଼ ରେ ୪୫.୫ ଡିଗ୍ରୀ ତାପମାତ୍ରା
ଅଂଶୁଘାତ ରେ ଦିନକରେ ୬ ମୃତ

ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ର ତାତି ଅସହ୍ୟ ଥିଲା ବେଳେ ଅନ୍ୟପକ୍ଷେ ଉପକୂଳ ଓଡିଶା ର ଗରମ ଏକ ପ୍ରକାର ନିୟନ୍ତ୍ରଣ ରେ ରହିଛି |ପଶ୍ଚିମ ଓଡିଶା ରେ ଗ୍ରୀଷ୍ମ ଦାଉ ରୁ ମଣିଷ ଅଶଷ୍ୟ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି |ବର୍ଷା ର ଗୋଟେ ବୁନ୍ଦା ଲାଗି ଚିତ୍କାର କରୁଛନ୍ତି ଏବେ ଓଡିଶା ବସି |ଆଜି ଗୋଟିଏ ଦିନରେ ରାଜ୍ୟରେ ୬ ଜଣଙ୍କ ଅଂଶୁଘାତ ହେତୁ ମୃତ୍ୟୁ ହୋଇଛି |ପଶ୍ଚିମ ଓଡ଼ିଶାରେ ୪ ଜଣ ଙ୍କର ମୃତ୍ୟୁ ହୋଇଥିଲା ବେଳେ ପୁରୀ ଓ କେନ୍ଦୁଝର ଜିଲାରେ ଜଣ ଲେଖାଏଁ ବ୍ୟକ୍ତି ମୃତ୍ୟୁ ବାରଣ କରିଛନ୍ତି |

ଆଜି ପୁଣିଥରେ ଟିଟିଲାଗଡ଼ ରେ ପାରଦ ୪୫.୫ ଛୁଇଁଥିଲାବେଳେ ଅନ୍ୟ ୧୦ ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି |ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା କାଲି ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି |ସେହିପରି ୨୨ ତାରିଖ ରୁ ପାଗ ପରିବର୍ତ୍ତନ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |୧୮ ତାରିକରେ ମାଲକାନଗିରି ,କୋରାପୁଟ, ଗଜପତି, ଗଂଜାମ ,ନବରଙ୍ଗପୁର, ମୟୁରଭଞ୍ଜ , ବାଲେଶ୍ୱର ,ଭଦ୍ରକ, ଯାଜପୁର ,କେନ୍ଦ୍ରାପଡା ,କଟକ ,ଢେଙ୍କାନାଳ ,କେନ୍ଦୁଝର ରେ ବର୍ଷା ହେବାର ସମ୍ଭାବନା ରହିଛି|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments