1. କୃଷି ଖବର

ଚନ୍ଦ୍ରପୃଷ୍ଠ ରେ ଭାରତ ର ଦ୍ଵିତୀୟ ପାଦ !ଚନ୍ଦ୍ରୟାନ - ୨

ଚନ୍ଦ୍ରପୃଷ୍ଠ ରେ ଭାରତ ର ଦ୍ଵିତୀୟ ପାଦ !ଚନ୍ଦ୍ରୟାନ - ୨

KJ Staff
KJ Staff

ହାରାହାରି ୧ ସପ୍ତାହ ର ବିଳମ୍ବ ପରେ ଗତ କଲି ଚନ୍ଦ୍ରପୃଷ୍ଠ ଅଭିଯାନ ରେ ପୁଣି ଏକ ପଦକ୍ଷେପ ନେଇଛି ଭାରତ |ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନ (ଇସ୍ରୋ )ଗତ କାଲି ଏକ ଐତିହାସିକ ବିଜୟ ଲାଭ କରିଛି |ସପ୍ତାହ ର ବିଳମ୍ବ ପରେ ଇସ୍ରୋ ର ଗବେଷକ ମାନେ ଚନ୍ଦ୍ରୟାନ - ୨ ର ଲଞ୍ଚ ବା ଉନ୍ମୋଚନ କରିବା ଲାଗି ୨୦ ଘଣ୍ଟା ର କାଉଣ୍ଟ ଡାଉନ ନିର୍ଧାରିତ କରିଥିଲେ ଯାହା ରବିବାର ସନ୍ଧ୍ୟା ୬.୪୩ ରେ ଆରମ୍ଭ କରାଯାଇଥିଲା |ପୂର୍ବ ଆକଳନ ଅନୁଯାୟୀ ଗତ କାଲି ଷୋମବାର ଅପରାହ୍ନ ୨.୪୩ ରେ ଏହା ଲଞ୍ଚ ହେବାର ଯୋଜନା କରାଯାଇଥିଲା |

ଗବେଷକ ଙ୍କ ଅନୁଯାୟୀ ରକେଟ ଲଞ୍ଚ ଲାଗି ଉଚିତ ସମୟ ସୀମା ଖୁବ କମ ରହିଥାଏ |"ଚନ୍ଦ୍ରୟାନ - ୨ ର ଲଞ୍ଚ ଲାଗି ସବୁଠାରୁ ଉତ୍ତମ ସମୟ ଜୁଲାଇ ୯ ରୁ ଜୁଲାଇ ୧୬ ମଧ୍ୟରେ ଥିଲା ,ଯେଉଁଠି ରକେଟ ଲଞ୍ଚ କରିବାଲାଗି ହାରାହାରି ୧ ଘଣ୍ଟା ର ସମୟ ପ୍ରାପ୍ତ ହୋଇଥାନ୍ତା |ମାତ୍ର ସୋମବାର ଦିନ ରକେଟ ଲଞ୍ଚ କରିବା ଲାଗି ସମୟ ଖୁବ କାମ ,ହାରାହାରି କେତେ ମିନିଟ ର ରହିଥିଲାବେଳେ ,ଉନ୍ମୋଚନ ର ପୂର୍ବ ଆବଶ୍ୟକ କାର୍ଯ୍ୟ ସମସ୍ତ ସେହି ସମୟ ଆଗରୁ ଶେଷ ହେବ ଜରୁରୀ ଥିଲା ,ଯାହା ଇସ୍ରୋ ର ଗବେଷକ ମାନେ କରିପାରିବେ "ବୋଲି ମତ ଦେଇଥିଲେ ,ପୂର୍ବରୁ ଇସ୍ରୋ ରେ ଗବେଷଣା କରୁଥିବା ଜଣେ ବୈଜ୍ଞାନିକ |

ଇସ୍ରୋ ର ଚେୟାରମ୍ୟାନ କେ ଶିବାନ କହିଛନ୍ତି ଯେ ଚନ୍ଦ୍ରୟାନ - ୧ ,ଚନ୍ଦ୍ରପୃଷ୍ଠ ରେ ପାଣି ର ଉପସ୍ଥିତି କୁ ବ୍ୟାଖ୍ୟା କରିଥିଲା ବେଳେ ,ଚନ୍ଦ୍ରୟାନ - ୨ ସେହି ସମ୍ବନ୍ଧିତ ଅଧିକ ବୈଜ୍ଞାନିକ ତଥ୍ୟ ସାଉଣ୍ଟିବା ର ଲକ୍ଷ ନେଇ ଉନ୍ମୋଚନ କରାଯାଇଛି |ଏହି କାରଣରୁ ଚନ୍ଦ୍ରୟାନ - ୨ ଭାରତୀୟ ବୈଜ୍ଞାନିକ ଙ୍କ ସହ ବିଶ୍ଵସ୍ଥରୀୟ ସମସ୍ତ ବୈଜ୍ଞାନିକ ଙ୍କ ଦୃଷ୍ଟି ରେ ରହିଛି |

ସମୟ ଏବଂ ଉନ୍ମୋଚନ ସ୍ଥାନ :


୩ ଟି ବିଭାଗ ବିଶିଷ୍ଟ ଚନ୍ଦ୍ରୟାନ - ୨ ର ଉନ୍ମୋଚନ ସୋମବାର ଅପରାହ୍ନ ୨:୪୩ ରେ ଆନ୍ଧ୍ର ପ୍ରଦେଶ ସ୍ଥିତ ଶ୍ରୀହରିକୋଟା ରୁ କରାଯାଇଥିଲା|ଏହାର ଓଜନ ୩୮୫୦ କି.ଗ୍ରା ରହିଥିଲା ବେଳେ ଏହା ଚନ୍ଦ୍ର ର ଦକ୍ଷିଣ ଦିଗ ରେ ଲ୍ୟାଣ୍ଡ କରାଇବାର ଯୋଜନା ରଖାଯାଇଛି |ଏଠାରେ ଉଲେଖନିୟ ଯେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ୧୫ ଜୁଲାଇ କୁ କରାଯାଇଥିଲା ବେଳେ ,ଲଞ୍ଚ ର ୨ ଘଣ୍ଟା ପୂର୍ବରୁ ରକେଟ ର ଏକ ଭାଗ ରେ ଚାପ ଅକସ୍ମାତ ହ୍ରାସ ପାଇବା ରୁ ଏହି ଉନ୍ମୋଚନ ଉପରେ ରୋକ ଲଗାଯାଇଥିଲା |କାରଣ ଅସ୍ପଷ୍ଟ ରହିଥିବାରୁ ଏହି କାର୍ଯ୍ୟକ୍ରମ କୁ ବନ୍ଦ କରାଯାଇଥିଲା ମାତ୍ର ଗତ କାଲି ଇସ୍ରୋ ର ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ବେଳେ ଚନ୍ଦ୍ରୟାନ - ୨ ,ଚନ୍ଦ୍ରପୃଷ୍ଠ ରେ ୪୮ ଦିନ ପରେ ପହଞ୍ଚି ,ଚନ୍ଦ୍ର ର ବ୍ୟାଖ୍ୟା ବେଶ ଭଲ ଭାବେ କରିପାରିବ ବୋଲି ଆଶା କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments