1. କୃଷି ଖବର

ବଡଦାଣ୍ଡ ରେ ଆଲୁଅ :

ବଡଦାଣ୍ଡ ରେ ଆଲୁଅ :

KJ Staff
KJ Staff

ଫଣି ରେ ପ୍ରଭାବିତ ହୋଇଥିବା ଶ୍ରୀହୀନ ଶ୍ରୀକ୍ଷେତ୍ର ରେ କାଲି ଦେଖାଦେଇଛି ଆଲୋକ ର କିରଣ |ବାତ୍ୟା ର ୧୩ ଦିନ ପରେ ବଡଦାଣ୍ଡ ଏବେ ଆଲୋକମୟ |ସେଠାରେ ଭୂତଳ ବିଜୁଳି ସଂଯୋଗ ଥିବାରୁ ପ୍ରଥମ ପର୍ଯ୍ୟାୟ ରେ ଦିଆଯାଇଛି ବିଜୁଳି ସଂଯୋଗ |ଶ୍ରୀ ଜଗନ୍ନାଥ ମନ୍ଦିର ,ସ୍ଵଂତନ୍ତ୍ର ସର୍କିଟ ହାଉସ ଏବଂ ଆକାଶବାଣୀ କେନ୍ଦ୍ରକୁ ବିଜୁଳି ଯୋଗାଯାଇଛି |


ବଡ଼ଦାଣ୍ଡରେ ଥିବା ହାଇମାଷ୍ଟ ଲାଇଟ ସମେତ ନେତାଜୀ ଛକରୁ ଦିଗବାରେଣୀ ପର୍ଯ୍ୟନ୍ତ ରାସ୍ତା ଆଲୋକ ବ୍ୟବସ୍ଥା କୁ ବିଜୁଳି ଯୋଗାଯାଇଛି |ଚନ୍ଦକା କେଶୁରା ଏବଂ ନିମାପଡା ଦେଇ ମଙ୍ଗଳବାର ରାତିରେ ପୁରୀ ଶ୍ରୀରାମନାଗର ଗ୍ରୀଡକୁ ବିଜୁଳି ଆସିଥିଲା |ସେଠାରୁ ତାଳବଣିଆ ,କଚେରୀ ,ଅଠରନଳା ଗ୍ରୀଡ଼ ଷ୍ଟେସନ ରେ ବିଜୁଳି ପହଞ୍ଚିଥିବା ସେସୁ ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି |


ଜିଲା ସଦର ଡାକ୍ତରଖାନା ସମେତ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଓ ଏପର୍ଯ୍ୟନ୍ତ ବିଜୁଳି ଯୋଗାଣ ସମ୍ଭବପର ହୋଇପାରିନାହିଁ |ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପୁରୀ ସହରର ଅଧିକାଂଶ ସାହି ବସ୍ତି ଏବେ ମଧ୍ୟ ଅନ୍ଧକାର ରହିଛି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments