ବୁଧବାର ରାଜ୍ୟରେ କେତକ ସହର ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ସନ୍ଧ୍ୟାରେ କାଳବୈଶାଖୀ ସହ ଝଡ ଓ ବଜ୍ରପାତ ହୋଇଥିଲା |ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଟି ଜିଲାରେ ପୁଣି କାଳବୈଶାଖୀ ର ଆଶଙ୍କା ରହିଥିବା ରାଜ୍ୟ ର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ସମ୍ଭବତଃ ପ୍ରଭାଭିତ ଜିଲା ମାନଙ୍କ ମଧ୍ୟରେ ରହିଛି ମାଲକାନଗିରି,କୋରାପୁଟ ,ରାୟଗଡା ,ଗଂଜାମ ,ଗଜପତି ,କେନ୍ଦୁଝର ,ମୟୁଭଞ୍ଜ ,ସମ୍ବଲପୁର ,ସୁନ୍ଦରଗଡ଼ ,ବାଲେଶ୍ୱର ,ଭଦ୍ରକ ,ନବରଙ୍ଗପୁର ,ନୂଆପଡା ,ବଲାଙ୍ଗୀର ,ବରଗଡ଼ ,କଳାହାଣ୍ଡି ,କଳାହାଣ୍ଡି ,ବୌଧ ,କନ୍ଧମାଳ ,ପୁରୀ ,କଟକ ,ଖୋର୍ଦ୍ଧା ଓ ନୟାଗଡ |
କେତେକ ସ୍ଥାନରେ କାଳବୈଶାଖୀ ଜନିତ ଝୁଲିଝଡ ସମେତ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି |ଘଣ୍ଟାକୁ ୩୦ ରୁ ୪୦ କି.ମି ବେଗ ରେ ବୋହି ପରେ ପବନ |ଭାରତୀୟ ପାଣିପାଗ ର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ରଅପରାହ୍ନ ୫ ଟା ରୁ ରାତି ୧୧.୩୦ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ନେଇ ସତର୍କ ସୂଚନା, ଜାରି କରିଛି |
Share your comments