1. କୃଷି ଖବର

ଚାଷୀଙ୍କ ପାଇଁ "କାଳିଆ" !

ଚାଷୀଙ୍କ ପାଇଁ "କାଳିଆ" !

KJ Staff
KJ Staff

କୃଷି ଋଣ ଛାଡ କୁ ନେଇ ରାଜନୀତି ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରାୟେ ୯୧ ପ୍ରତିଶତ ଚାଷୀ ଓ ସମସ୍ତ ଭୂମିହୀନ କୃଷି ଶ୍ରମିକ ଙ୍କ ପାଇଁ "କାଳିଆ "ନାମକ ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା କରି ସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି | ସେ କହିଛନ୍ତି କୃଷି ଋଣ ଛଡା ଦ୍ୱାରା ସବୁ ଚାଷୀ ଉପକୃତ ହୋଇପାରିବେ ନାହିଁ |ଋଣ ଛଡା ଦ୍ୱାରା ମାତ୍ରା ୮ ଲକ୍ଷ ଚାଷୀ ପରିବାର ଉପକାର ପାଇଥାଆନ୍ତେ |କେହି ଭାଗଚାଷୀ ଓ କୃଷି ଶ୍ରମିକ ଉପକୃତ ହୋଇ ପାରିନଥାନ୍ତେ|ଏହି ପରିପ୍ରେକ୍ଷୀରେ କାଳିଆ ଯୋଜନା ଦ୍ୱରା ଉଭୟ ରୁନି ,ଅଣାରୁନି ,ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଆଦି ୯୧ % ଚାଷୀ ଉପକୃତ ହେବେ |ଯୋଜନାରେ ଗ୍ରାମ ପଞ୍ଚାୟତ ଦ୍ୱାରା ଚିହ୍ନଟ ଆପଦଗ୍ରସ୍ଥ ଚାଷୀ ମଧ୍ୟ ଉପକାର ପାଇବେ |

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କାଳିଆ (କୃଷକ ଆସିଷ୍ଟାନ୍ସ ଫର ଲାଇଭ୍ଳିହୁଡ଼ ଆଣ୍ଡ ଇନକମ ଅଗମେଣ୍ଟେସନ) ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ ,ଏହି ଯୋଜନା ୫ ଟି ବିଷୟ ଉପରେ ଆଧାରିତ ;ସେଗୁଡିକ ହେଲା -
-ଉପକୃତ ହେବେ ୯୧ % ଚାଷୀ
-୩ ବର୍ଷରେ ୧୦ ହଜାର କୋଟି ବ୍ୟୟ
-ଭାଗ ଚାଷୀଙ୍କୁ ବି ମିଳିବ ସୁବିଧା
- ୫ ଟି ଫସଲ ଋତୁ ପାଇଁ ଲାଗୁ ହେବ
- ବିନା ସୁଧରେ ୫୦ ହଜାର ପର୍ଯ୍ୟନ୍ତ ଋଣ

 

ରାଜ୍ୟରେ କୃଷି କ୍ଷେତ୍ର ରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ୟ ହ୍ରାସ ପାଇଁ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ କାଳିଆ ଯୋଜନାକୁ ଅନୁମୋଦନ ମିଳିଛି | ଏହି ଯୋଜନା ଦ୍ୱାରା ୩ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ କରାଯିବ |ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟ ସରକାରଙ୍କ ର ଏକ ଐତିହାସିକ ଯୋଜନା ବୋଲି ଅଭିହିତ କରି ଏହି ପ୍ରଗତିଶୀଳ ଯୋଜନା ଦ୍ୱାରା ଜମି ପରିମାଣ କମ ଥିବା ପ୍ରକୃତ ଚାଷୀ ଓ ଭାଗ ଚାଷୀ ବହୁ ମାତ୍ରରେ ଉପକୃତ ହେବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments