1. କୃଷି ଖବର

ବାଲିପାଟଣା ରେ କୃଷି ସମ୍ପର୍କ ମେଳା !୨୦ ଚାଷୀ ପରିସ୍କୃତ

ବାଲିପାଟଣା ରେ କୃଷି ସମ୍ପର୍କର ମେଳା !୨୦ ଚାଷୀ ପରିସ୍କୃତ

KJ Staff
KJ Staff

ଓଡିଶା ସରକାରଙ୍କ କୃଷି ଓ କୃଷିକା ଶକ୍ତୀକରଣ ବିଭାଗ ଆନୁକୂଲ୍ୟ ରେ ବାଲିପାଟଣା (କୁରୁଞ୍ଜିପୁର)ଠାରେ ବ୍ଲକ ସ୍ଥରୀୟ କୃଷି ଓ କୃଷକ ସମ୍ପର୍କ ମେଳା ରେ ୨୦ ଜଣ ଚାଷୀ ପୁରସ୍କୃତ ହୋଇଛନ୍ତି |କୃଷି ବିଭାଗର ସହକାରୀ କୃଷି ଅଧିକାରୀ ବିଭୁଦତ୍ତ ସାହୁଙ୍କ ପୌରହିତ ରେ ଅନୁଷ୍ଠିତ ଏହି କୃଷି ସମ୍ପର୍କ ମେଳା ରେ ମୁଖ୍ୟ ଅତିଥି ଭାବେ ଅର୍ଥ ,ଅବକାରୀ କୃଷି ,ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଶିଶୁଭୁଷଣ ବେହେରା ଯୋଗଦେଇ ରାଜ୍ୟ ସରକାର କୃଷି ଓ କୃଷିକାର ବିକାଶ ଧାରା ବିଜୟୀ ରଖିବା ପାଇଁ ବହୁ ବିଧି ଯୋଜନାମାନ ପ୍ରଣୟନ କରିବା ସହ ନୂତନ ଜ୍ଞାନ କୌଶଳ ଜରିଆରେ କୃଷିକୁ ସହଜ ଓ ସରଳୀକରଣ କରିବାରେ ଲାଗିଛନ୍ତି |

ଚାଷୀଙ୍କୁ କୃଷି ବୀମା ,ସ୍ବାସ୍ଥ୍ୟବୀମା ,ନୂତନ ଯନ୍ତ୍ରପାତି ,ସାର ,ବିହନ ,କିଟସ ଔଷଧ ଆଦି ସରକାର ରିହାତି ଦରାର ଯୋଗାଇ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତପ୍ରକାଶ କରିଥିଲେ |ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ,ଜିଲ୍ଲା ଉପ କୃଷି ଅଧିକାରୀ ଭାସ୍କର ,ଉଦ୍ୟାନ କୃଷି ଜିଲ୍ଲା ଉପନିର୍ଦ୍ଧେଶକ ପ୍ରଦୋଷ କୁମାର ପଣ୍ଡା ,ସହକାରୀ ଅଧିକାରୀ ବିଭୁଦତ୍ତ ସାହୁ ,କୃଷି ବୈଜ୍ଞାନିକ ସୁରେନ୍ଦ୍ର ନାଥ ଉପସ୍ତିତି ରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶିଶୁଭୁଷଣ ପାତ୍ର,ଖୋର୍ଦ୍ଧା ଜିଲା ପରିଷଦ ଉପାଧ୍ୟକ୍ଷ ସୁମିତ୍ରା ରାଉତରାୟ ,ବି.ଜେ.ଡି ବିଧାୟକ ପ୍ରତିନିଧି ଅଶୋକ କୁମାର ରାଉତରାୟ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ |

କୃଷି ସମ୍ପର୍କ ମେଳା ଅବସରରେ ୨୦ ଟି ଉନ୍ନତ କୃଷି ଯନ୍ତ୍ରପାତି ର ଷ୍ଟଲ ହୋଲ ଯାଇଥିଲା |ପରିଷେହସାରେ କିଶୋର କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments