ବିଶ୍ୱ ମୃତିକା ଦିବସ !
"ସେହି ୬ ଇଞ୍ଚ ର ମାଟି ଯାହା ଯୋଗାଇଥାଏ ଖାଦ୍ୟ !
ମୃତିକା ର ସଂରକ୍ଷଣ ଏବଂ ଆମ ପରିବେଶ ଓ ଜୀବନ ଧାରଣା ଲାଗି ତାର ଗୁରୁତ୍ୱ ଅବର୍ଣ୍ଣନୀୟ !କ୍ଷୁଦ୍ର ରୁ କ୍ଷୁଦ୍ର ପ୍ରାଣୀ ଠାରୁ ଆରମ୍ଭ କରି ମନୁଷ୍ୟ ଲାଗି ମଧ୍ୟ ଏହା ବେଶ ଉପଯୋଗୀ |ଏହାର ସଂରକ୍ଷଣ ଲାଗି ବିଶ୍ୱବାସୀ ଙ୍କୁ ସଚେତନ କରିବା ର ଉଦେଶ୍ୟ କୁ ନେଇ ପାଳିତ ହୋଇଥାଏ ଆଜିର ଦିବସ |
ଏହା ପ୍ରତ୍ୟେକ ବର୍ଷ ଡିସେମ୍ବର ୫ ରେ ପାଳିତ ହୋଇଥାଏ |
ଚଳିତ ବର୍ଷ ଏହାର ବିଶ୍ଵବ୍ୟାପୀ ବାର୍ତା ରହିଛି ,"ମୃତିକା କ୍ଷୟ ରୋକିବା !ଭବିଷ୍ୟତ ସୁରକ୍ଷିତ କରିବା "|
ଏହି ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ,କର୍ମଶାଳା ଇତ୍ୟାଦି ର ଆୟୋଜନ କରାଯାଇଥାଏ |
ଥାଇଲ୍ୟାଣ୍ଡ ର ମହାରାଜା ,ସ୍ବର୍ଗତ ଏଚ.ଏମ କିଙ୍ଗ ଭୂମିବଲ ଅଦୁଲ୍ୟଦେଜ ଙ୍କର ଜନ୍ମ ତିଥି ରେ ଏହାର ପାଳନ କରାଯାଏ କାରଣ ମୃତିକା ସଂରକ୍ଷଣ ର ପ୍ରଥମ ପଦକ୍ଷପ ସେ ନେଇଥିଲେ |
"ସେହି ୬ ଇଞ୍ଚ ର ମାଟି ଯାହା ଯୋଗାଇଥାଏ ଖାଦ୍ୟ !
ଏହାର ଉପାଦେୟତା :
ମୃତିକା ସଂରକ୍ଷଣ କହିଲେ ବିଶେଷ କରି ମୃତିକା କ୍ଷୟ ରୋକିବା କୁ ବୁଝାଇଥାଏ ଅର୍ଥାତ ଆମର ମାଟି ବିଭିନ୍ନ କାରଣ ଯଥା ଅତ୍ୟଧିକ ରାସାୟନିକ ଦ୍ରବ୍ୟ ବ୍ୟବହାର ,ଅମ୍ଳତା ବୃଦ୍ଧି ,କ୍ଷରତା ବୃଦ୍ଧି ପରି କାରଣ ଲାଗି କ୍ଷୟ ହୋଇଥାଏ ଏବଂ ଏହାର ଗୁରୁତ୍ୱପୂର୍ଣ ଉପର ଭାଗ ନଷ୍ଟ ହୋଇଯାଇଥାଏ |ଯାହା ଫଳରେ ଏହାର ସମସ୍ତ ଆବଶ୍ୟକ ପୋଷାକ ତଥ୍ୟ ଏହା ସହ ନଷ୍ଟ ହୋଇଯାଏ ଫଳ ବୃକ୍ଷ ଲତା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷୁଦ୍ର ପ୍ରାଣୀ ଏଥି ଲାଗି ପ୍ରଭାବିତ ହୋଇଥାଏ |ମୋଟ ଉପରେ ଏହା ପରିବେଶ ଉପରେ ବେଶ କୁପ୍ରଭାବ ପକାଇଥାଏ |
ଆମର ଖାଦ୍ୟ ଅଭାବ ର ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ କାରଣ |
ଏହାର ସୁରକ୍ଷା ତଥ୍ୟ !
-ସବୁଜ ଖତ:ଧନିଚା ,ସେଶବଣିଆ ପରି ବିଭିନ୍ନ ଫସଲ କୁ ସବୁଜ ଖତ ଲାଗି ବ୍ୟବହାର କରାଯାଇଥାଏ ଯାହା ମାଟି ର ପୋଷାକ ତତ୍ୱ ବୃଦ୍ଧି ସହ ଅନାବନା ଘାସ ଉଠିବାରୁ ମଧ୍ୟ ସୁରକ୍ଷା ଦେଇଥାଏ |
-ଅମ୍ଳତା ଓ କ୍ଷରତା ର ନିୟନ୍ତ୍ରଣ :ଯଥା ସମ୍ଭବ ଜୈବିକ ସାର ର ବ୍ୟବହାର କରନ୍ତୁ ଯାହା ମାଟି ର ଅମ୍ଳତା କୁ ନିୟନ୍ତ୍ରିତ କରିବା ସହ ଅଧିକ ପୋଷଣ ଯୋଗାଇଥାଏ |
-ଟେରାସ ଫାଂର୍ମିଙ୍ଗ:ପାହାଡିଆ ଅଂଚଳରେ ଏହି ପ୍ରକାର ଚାଷ ମୃତିକା ସଂରକ୍ଷଣ ଲାଗି ବିଶେଷ ଉପଯୋଗୀ |
ଆସନ୍ତୁ ଆମେ ସମସ୍ତେ ମିଶି ମୃତିକା ସଂରକ୍ଷଣ ର ସଂକଳ୍ପ ନେବା |
Share your comments