ସୁନ୍ଦରଗଡ଼ ପରେ ଏବେ କଳାହାଣ୍ଡି ଜିଲ୍ଲା ରେ ଆକ୍ରମଣ
ନଷ୍ଟ ହେଉଛି ରାଜ୍ୟବ୍ୟାପୀ ମକା ଫସଲ
ମକା ଫସଲରେ ଆର୍ମି ୱାର୍ମ ର ଆକ୍ରମଣ ସୂଚନା ସୁନ୍ଦରଗଡ଼ ଜିଲ୍ଲା ରେ ଦେଖିବାକୁ ମିଳିଲା ପରେ ଏହା ଏବେ କଳାହାଣ୍ଡି ରେ ମଧ୍ୟ ମକା ଫସଲ କୁ ଖାଇବା ଆରମ୍ଭ କଲାଣି |ଜିଲ୍ଲା ର ନର୍ଲା ଏବଂ ଗୋଲାମୁଣ୍ଡା ବ୍ଲକ ରୁ ବାରମ୍ବାର ଚାଷୀ ମାନଙ୍କର ଅଭିଯୋଗ କୁ ଦୃଷ୍ଟି ରେ ରଖି କୃଷି ବିଭାଗ ଅଧିକାରୀ ଏବଂ ବିଶେଷଜ୍ଞନ ଘଟଣା ସ୍ଥଳ ରେ ପହଞ୍ଚିଥିଲେ |ଚାଷୀ ମାନେ ଏହି କୀଟ କୁ "ଅଜଣା ପୋକ ଆକ୍ରମଣ" ର ନାଁ ଦେଇଥିଲା ବେଳେ ସୁନ୍ଦରଗଡ଼ ପରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଆର୍ମି ୱାର୍ମ ର ଆତଙ୍କ କୁ ସ୍ୱୀକାର କରିଛି କୃଷି ବିଭାଗ |
ଗତ ୨-୩ ବର୍ଷ ମଧ୍ୟରେ ଏହି ପରି ରାଜ୍ୟ ବ୍ୟାପି କୀଟ ଆକ୍ରମଣ ଧାନ ଫସଲ ରେ ମଧ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଅତ୍ୟଧିକ ଚକଡା ପୋକ ଦ୍ୱାରା ଫସଲ ଆକ୍ରମଣ ହେଉଥିବା ର ସାବ୍ୟସ୍ତ କରିଥିଲେ ଅଧିକାରୀ ମାନେ |ଧାନ ପରେ ଏବେ ମକା ଫସଲ ରେ ପ୍ରଳୟ ଦେଖିବାକୁ ମିଳୁଛି |
କୃଷି ବିଭାଗୀୟ ଅଧିକାରୀ ମାନେ କୀଟ ନିୟନ୍ତ୍ରଣ ଲାଗି ବିଭିନ୍ନ ରାସାୟନିକ କୀଟନାଶକ ବ୍ୟବହାର ର ପରାମର୍ଶ ଦେଇଥିଲା ବେଳେ ଚାଷୀ ମାନେ କୀଟନାଶକ ଦ୍ୱାରା ପୋକ ଅଧିକ ପ୍ରତିରୋଧକ ହେଇଯିବ ବୋଲି ବ୍ୟାଖ୍ୟା କରିଥିଲେ |
"ଅନିଶ୍ଚିତ ବର୍ଷା ପରେ ଅନିୟମିତ ମୌସୁମୀ ଏବଂ ତା ସହ ଏହି ପରି କୀଟ ମାନଙ୍କର ଆତଙ୍କ |ସରକାର ଙ୍କ ଦ୍ୱାରା କେତେକ କୀଟନାଶକ ଉପଲବ୍ଧ କରାଯାଉଥିଲା ବେଳେ ସେଗୁଡିକ ଦ୍ୱାରା ଫସଲ ସୁରକ୍ଷା ସମ୍ପୂର୍ଣ ହୋଇ ପାରୁ ନାହିଁ "ବୋଲି ମତ ଦେଇଥିଲେ ସ୍ଥାନୀୟ ଚାଷୀ ନରେଶ ସାହୁ |
ବିଶେଷଜ୍ଞନ ଙ୍କ ଅନୁଯାୟୀ ଆର୍ମି ୱାର୍ମ ପତ୍ର ଖୋଲିବା ଆଗରୁ ଗଛ ଉପେର ଆକ୍ରମଣ କରିଥାଏ ତେଣୁ ଏହା ଦ୍ୱାରା ଗଛ କୁ ଅତ୍ୟଧିକ କ୍ଷେତି କରିଥାଏ |ଏହା ବ୍ୟତୀତ ଏହାର ଜୀବନ ଚକ୍ର ଛୋଟ ହୋଇଥିବାରୁ ଏହା ଖୁବ ଶୀଘ୍ର ବହୁ ମାତ୍ର ରେ ଅଣ୍ଡା ଦେଇ ବଂଶ ବିସ୍ତାର କରେ ତେଣୁ ଏଥିରୁ ଶାବକ ମାନେ ବାହାରି ଫସଲ ନଷ୍ଟ କରିବାକୁ ଅଧିକ ସମୟ ଲଗାନ୍ତି ନାହିଁ |
Share your comments