1. କୃଷି ଖବର

କ୍ଷୁଦ୍ର ଉଠା ଜଳସେଚନ କାର୍ଯ୍ୟକ୍ରମ ..

କ୍ଷୁଦ୍ର ଉଠା ଜଳସେଚନ କାର୍ଯ୍ୟକ୍ରମ

KJ Staff
KJ Staff

କୃଷି ଓ କୃଷକ ଶକ୍ତୀକରଣ ବିଭାଗ
ଜଳନିଧି ୨ ଯୋଜନା ଅନ୍ତର୍ଗତ

ଓଡିଶା ସରକାର ,କୃଷି ଓ କୃଷକ ଶକ୍ତୀକରଣ ବିଭାଗ ତଥା ଓଡିଶା କୃଷି ଶିଳ୍ପ ନିଗମ ଜରିଆରେ ସମସ୍ତ ୩୦ ଟି ଜିଲ୍ଲାରେ ଥିବା ବିଭିନ୍ନ ଜଳ ଉତ୍ସ ଯଥା -ନଦୀ, ନାଳ ,ଆଡ଼ିବନ୍ଧ ,ର ଉପର ମୁଣ୍ଡ ଇତ୍ୟାଦି ରେ ଏକ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି |ଏହି ଯୋଜନା ରେ ଚାଷୀ ମାନଙ୍କୁ ଏକକ ମାଲିକାନା ଭିତ୍ତି ରେ ଗୋଟିଏ ଲେଖା ପମ୍ପ ,ପମ୍ପ ,ପିଣ୍ଡି ,ପ୍ୟାନେଲ ,ପାଇପ ,ଓ ବିଦ୍ୟୁତ ସଂଯୋଗ ସ୍ୱତନ୍ତ୍ର ସ୍ଵଷ୍ଟେସନ ମାଧ୍ୟମରେ ଦିଆଯାଇ ସମ୍ପୂର୍ଣ ପ୍ରକଳ୍ପ ଗଠିତ ହେବ |
ଆବେଦନକାରୀ ଚାଷୀ ଶତକଡା ୧୦ ଭାଗ ଖର୍ଚ ବହନ କରିବେ ଯାହା ସର୍ବୋଚ୍ଚ ରାଶି ୨୦୦୦୦ ମାତ୍ର ଏବଂ ଅଧିବାସୀ ଓ ହରିଜନ ଚାଷୀ ଙ୍କ ଲାଗି ଏହି ରାଶି ୧୦୦୦୦ ଟଙ୍କା ଅଟେ |ହସ୍ତାନ୍ତର ପରେ ପ୍ରକଳ୍ପ ର ସମସ୍ତ ଦାୟିତ୍ୱ ସମ୍ପୃକ୍ତ ଚାଷୀ ବହନ କରିବେ |

କ୍ଷୁଦ୍ର ଉଠା ଜଳସେଚନ ଗ୍ରୁପ ବା କ୍ଲଷ୍ଟର ଭିତ୍ତିରେ ଚୟନ କରାଯିବ |ଏଣୁ ,ଗୋଟିଏ ଗୋଟିଏ ଗ୍ରୁପ ରେ ତିନୋଟି ବା ତତୋଧିକ ସେଚ ପ୍ରକଳ୍ପ ପାଇଁ ଆବେଦନ କରାଯିବ ବାଞ୍ଚନୀୟ |
ସେଚ ପ୍ରକଳ୍ପ ପାଇଁ ଉଦ୍ଧିଷ୍ଟ ଜମିର ଦୂରତା ଜଳଉତ୍ସ ଠାରୁ ଅତି ବେଶୀରେ ୫୦୦ ମିଟର ହେବ ଉଚିତ |ଆବେଦନକାଇ ଚାଷୀଙ୍କର ଅତି କାମରେ ଅଧା ଏକର ଅଣଜଳସେଚିତ ଜମି ସମ୍ପୃକ୍ତ ଉଠା ସେଚ ପ୍ରକଳ୍ପ କ୍ଷେତ୍ର ମଧ୍ୟରେ ଥିବା ଜରୁରୀ |
ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ କ୍ଲଷ୍ଟର ନିକଟସ୍ଥ ୧୧ କେ.ଭି ଲାଇନ ଠାରୁ ଅତି ବେଶୀରେ ୪୦୦ ମିଟର ଦୂରତା ମଧ୍ୟରେ ରହିବ ଆବଶ୍ୟକ |
ପ୍ରତି ଉଠା ସେଚ ପ୍ରକଳ୍ପ ର ଜଳ ସେଚନ କ୍ଷମତା ଦୁଇ ହେକ୍ଟର ବା ତଦୁର୍ଧ୍ୱ  ହେବା ଆବଶ୍ୟକ |ପ୍ରକଳ୍ପ କୁ ବିଦ୍ୟୁତ ସଂଯୋଗ ନିମିତ୍ତ ଆବଶ୍ୟକୀୟ ରାଜିନାମା ସମ୍ପୃକ୍ତ ଚାଷୀ ବିଦ୍ୟୁତ ବିତରଣକାରୀ କମ୍ପାନୀ ସହ କରିବେ |
ପ୍ରତ୍ୟେକ ପ୍ରକଳ୍ପ କୁ ମେନ ପାଇପ ସହ ଛିଞ୍ଚା ଜଳସେଚନ ଲାଗି  ପାଇପ କିମ୍ବା ପମ୍ପ ହାଉସ  ଯୋଗାଇ ଦିଆ ଯିବ|

ଏଥିପାଇଁ ରାଜ୍ୟର ସମସ୍ତ ଜିଲାର ଚାଷୀମାନଙ୍କୁ ଅନୁରୋଧ କରାଯାଉଛି ନିଜର ଫାର୍ମର ଆଇ.ଡି  ରେ ଆବଶ୍ୟକୀୟ  ଫର୍ମ ଅନଲାଇନ ଜରିଆରେ ୧.୧୧..୨୦୧୯ ରୁ ଆବେଦନ କରନ୍ତୁ କିମ୍ବା ନିକଟସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଜିଲା କାର୍ଯ୍ୟାଳୟ ସହ ସାକ୍ଷାତ କରନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments