1. କୃଷି ଖବର

ବିଦା ହେଲେ ୧୨ ଅଧିକାରୀ..

ବିଦା ହେଲେ ୧୨ ଅଧିକାରୀ..

KJ Staff
KJ Staff

ଦୁର୍ନୀତିଗ୍ରସ୍ତ ଙ୍କୁ ମୋଦି ଛାଟ.
ଲାଞ୍ଚ ,ଦୁର୍ନୀତି ,ବେଆଇନ ସମ୍ପତି ଠାବ ରେ ଏମାନେ ଅଭିଯୁକ୍ତ
ଦୀଘ୍ର ଦିନ ପରେ ନିୟମ "୫୬ "ଲାଗୁ

ଆୟକର ବିଭାଗ ର ୧୨ ଜଣ ବରିଷ୍ଠ ଅଧିକାରୀ ଙ୍କୁ କେନ୍ଦ୍ର ସରକାର ବିତାଡିତ କରିଛନ୍ତି |ଏମାନଙ୍କୁ ବାଧ୍ୟତାମୂଳକ ଭାବେ ଇସ୍ତଫା ଦେବାକୁ ନିର୍ଦେଶ ଦିଆଯାଇଥିଲା |ଦୁର୍ନୀତି ,ବେଆଇନ ସମ୍ପତି ,ଆୟବର୍ହିଭୂତ ସମ୍ପତି ଠାବ ହୋଇଥିବାରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |
ଏଭଳି ସଂଗୀନ ମାମଲାରେ ଅଭିଯୁକ୍ତ ଥିବାରୁ ଦୀର୍ଘଦିନ ଧରି ଏମାନେ ସରକାରଙ୍କ ଟାର୍ଗେଟରେ ଥିଲେ |ଶେଷରେ ନିୟମ ୫୬ ଲାଗୁ ବ୍ୟବହାର କରି ସରକାର ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି |ଅର୍ଥ ମନ୍ତ୍ରାଳୟ ନିର୍ଦେଶ କ୍ରମେ ଏମାନେ ବାଧ୍ୟତାମୂଳକ ଇସ୍ତଫା ଦେଇଛନ୍ତି |

ଏହି ତାଲିକା ରେ ରହିଛନ୍ତି ଯୁଗ୍ମ କମିଶନର ଅଶୋକ ଅଗ୍ରୱାଲ ,କମିଶନର ଏସ କେ ଶ୍ରୀବାସ୍ତବ ,ହୋମି ରାଜବଂଶ ବି ବି ରାଜେନ୍ଦ୍ର ପ୍ରସାଦ ,ଅଜୟ କୁମାର ସିଂ ,ଆଲୋକ କୁମାର ମିତ୍ର , ଚନ୍ଦର ସାଇନି ଭାରତୀ, ଅନ୍ଦାସୁ ରବୀନ୍ଦ୍ର ବିବେକ ବ୍ରାତା ,ଶ୍ଵେତଭ ସୁମନ ଏବଂରାମ କୁମାର ଭାଗର୍ଵ |

୨୦୧୪ ମେ ମାସରେ ମୋଦି ସରକାର କ୍ଷମତା କୁ ଆସିଲା ପରେ ଏଭଳି ନିକୃଷ୍ଟ ପ୍ରଦର୍ଶନକାରୀ ଙ୍କୁ ଚିହ୍ନଟ କରି ବିଦା କରିବ ପ୍ରକ୍ରିୟା ଆରମ୍ଭ କରିଥିଲେ |ଏବେ ମୋଦି ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଆୟକର ବିଭାଗ ରେ ଛନକା ପଶିଛି|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments