1. କୃଷି ଖବର

ମୋଦି ଫେରିଲେ ହେବ ଏହି ପରିଣାମ !

ମୋଦି ଫେରିଲେ ହେବ ଏହି ପରିଣାମ !

KJ Staff
KJ Staff

ଚାକିରୀ ଛାଡ଼ିବେ ବହୁ ଉଚ୍ଚ ଅଧିକାରୀ ..


ନରେନ୍ଦ୍ର ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ ବହୁ ଉଚ୍ଚ ପଦସ୍ଥ କର୍ମଚାରୀ ଚାକିରୀ ଛାଡିବା ବା ଅନ୍ୟତ୍ର ବଦଳି ହେବ ର ସମ୍ଭାବନ ରହିଛି|ମୋଦି ଙ୍କ କାର୍ଯ୍ୟଶୈଳୀ ରେ ମଧ୍ୟ ସେମାନେ ଖୁସି ନାହାନ୍ତି ବୋଲି ଏକ ରିପୋର୍ଟ ରୁ ଜଣା ପଡିଛି |୮ ଜଣ ବରିଷ୍ଠ ଅଧିକାରୀ ଏଠି ମଧ୍ୟରେ ବଦଳି ପାଇଁ ଏବଂ ୩ ଜଣ ଆଗୁଆ ଅବସର ପାଇଁ ନିବେଦନ କରିବାର ଜଣାପଡିଛି |ଏମାନଙ୍କ ମଧ୍ୟରେ ସ୍ବରାଷ୍ଟ୍ର ଏବଂ ବୈଦେଶିକ ମନ୍ତ୍ରାଳୟରେ କିଛି ଅଧିକାରୀ ମଧ୍ୟ ଅଛନ୍ତି |ସମ୍ପ୍ରତି ପ୍ରଦାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରେ କେବଳ ୨୫ ଜଣ ବରିଷ୍ଠ ସର୍ବଭାରତୀୟ ପ୍ରଶାସନିକ ସେବା ପାହ୍ୟାର ଅଧିକାରୀ କାର୍ଯ୍ୟ କରୁଛନ୍ତି |

ଅବସର ବା ବଦଳି ଚାହୁଁଥିବା ଅଧିକାରୀ ମାନେ କହୁଛନ୍ତି ଯେ ସେମାନେ ସରକାରୀ ଯୋଜନା ବା କାର୍ଯ୍ୟକ୍ରମ କୁ ପ୍ରଭାବିତ କରିବାର ସକ୍ଷମ ହେଉନାହାନ୍ତି |ଏହା ବ୍ୟତୀତ ମୋଦି ଓ କିଛି ବରିଷ୍ଠ ମନ୍ତ୍ରୀ ଅମଲାତନ୍ତ୍ର ସହିତ ତାଳ ଦେଇ ଦେଇ ଗତି କରିପାରୁନାହାନ୍ତି ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ମନ୍ତ୍ରୀମାନଙ୍କ ର ସମ୍ପର୍କ ଭଲ ରୁହେ ନାହିଁ |ଛୁଟି ଦିନରେ କାମ କରିବାକୁ ବାଧ୍ୟ କରାଯାଉଛି ଓ ସମ୍ପତ୍ତି ତାଲିକା ଦେବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି |କେବଳ ଅନୁଗତମାନେ ହିଁ ସେଠାରେ ତିଷ୍ଠି ପାରିବେ |

ଅଧିକାରୀ ମାନେ ବାମପନ୍ଥା ପ୍ରେମ ମାନସିକତାରେ ବୁଡି ରହିଛନ୍ତି ବୋଲି ଗତ ମାସରେ ସଭାପତି ଅମିତ ଶାହା ଙ୍କ ମନ୍ତବ୍ୟରେ କର୍ମଚାରୀଙ୍କ କ୍ଷୁବ୍ଧ ବୋଲି ମଧ୍ୟ ରିପୋର୍ଟ ଆସିଛି |ଏଭଳି ସ୍ତିଥି ରେ କାମ କରିବା ସହଜ ହେଉ ନାହିଁ ବୋଲି ମଧ୍ୟ ରିପୋର୍ଟ ରେ ଥିବା ସେ କହିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments