1. କୃଷି ଖବର

ସଫଳ ହେଲା "ନିର୍ଭୟ "

ମଧ୍ୟମ ଦୂରଗାମୀ କ୍ଷପଣାସ୍ତ୍ର ନିର୍ଭୟ ର ସଫଳ ପରୀକ୍ଷା ..

KJ Staff
KJ Staff

ମଧ୍ୟମ ଦୂରଗାମୀ କ୍ଷପଣାସ୍ତ୍ର ନିର୍ଭୟ ର ସଫଳ ପରୀକ୍ଷା ..

ଆଣବିକ କ୍ଷମତା ସମ୍ପନ୍ନ ମଧ୍ୟମ ଦୂରଗାମୀ କୄଜ କ୍ଷପଣାସ୍ତ୍ର "ନିର୍ଭୟ "ର ସଫଳ ପରୀକ୍ଷା ସୋମବାର ବାଲେଶ୍ୱର ଜିଲା ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ,ଅନ୍ତରୀଣ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ୩ ନମ୍ବର ଉତ୍କ୍ଷପଣ କେନ୍ଦ୍ରରୁ କରାଯାଇଛି |ସ୍ବଦେଶୀ ଜ୍ଞାନକୌଶଳ ର ନିର୍ମିତ ଭୂପୃଷ୍ଠରୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷପଣାସ୍ତ୍ର ପରୀକ୍ଷା ମଧ୍ୟାହ୍ନ ପ୍ରାୟ ୧୧ ତା ୪୪ମିନିଟ ସମୟରେ ପରୀକ୍ଷଣ କରାଯାଇଥିଲା |

ନିପେକ୍ଷଣର ୧୧ ମିନିଟ ସମୟ ମଧ୍ୟରେ ଏହା ନିର୍ଦ୍ଧିଷ୍ଟ ଦୂରତାକୁ ସଫଳତା ର ସହିତ ଅତିକ୍ରମ କରିଥିଲା |ଏହି ପରୀକ୍ଷା ବେଳେ ଆକାଶ ମାର୍ଗରେ ଦୁଇଟି ଜେଟ ଓ ରେଡାର ମୁତୟନ କରାଯାଇ ଏହାର ଗତିପଥ ଉପରେ ଲକ୍ଷ କରାଯାଇଥିଲା|ଆଣବିକ କ୍ଷମତା ସମ୍ପନ୍ନ ମଧ୍ୟମ ଦୂରଗାମୀ କୄଜ ମିସାଇଲ ଲକ୍ଷଭେଦ କ୍ଷମତା ୭୫୦ ମିଟର ରୁ ୧୦୦୦ କିଲୋମିଟର ଯାଏ ରହିଛି |ଏହା ୫ ମିଟରରୁ ୨.୫କିଲୋମିଟର ଉଚ୍ଚତାରେ ଗତି କରିପାରିବ |ଏହି ମିସାଇଲ ସବୁ ଋତୁରେ ଓ ସବୁ ସମୟରେ ପରୀକ୍ଷା କରାଯାଇ ପାରିବ |

କମ ଉଚ୍ଚରେ ଯାଇ ପାରୁଥିବା ନିର୍ଭୟର ବିଧ୍ଵଂସୀ କ୍ଷମତା ସର୍ବାଧିକ ଓ ଏହାକୁ ଶତ୍ରୁ ପକ୍ଷର ରେଡାର ସହଜରେ ଧରିପାରିବେ ନାହିଁ |୧ ଟନ ଓଜନ ବିଶିଷ୍ଟ ଏହି କ୍ଷପଣାସ୍ତ୍ର ର ଲମ୍ବା ୭ ମିଟର ଓ ଦର୍ଘ୍ୟ ୫୨ ମିଟର |ଆଲୋକର ବେଗଠାରୁ ୦.୮ ମିଟର ମାକ ସ୍ପିଡ଼ ରେ ଗତି କରିପାରୁଥିବା ନିର୍ଭୟ କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ଲକ୍ଷ୍ୟସ୍ଥଳ ରେ ଥିବା ଶତ୍ରୁପକ୍ଷକୁ ଧ୍ବଂସ କରିପାରିବାର କ୍ଷମତା ରଖିଛି |୨୦୧୩ ମସିହା ମାର୍ଚ୍ଚ ୧୨ ତାରିଖ ରେ ଏହାର ପ୍ରଥମ ପରୀକ୍ଷା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତ୍କ୍ଷପଣ କେନ୍ଦ୍ରରୁ କରାଯାଇଥିଲା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments