1. କୃଷି ଖବର

ପ୍ରକାଶ ପାଇଲା ନିଟ ଫଳାଫଳ

ପ୍ରକାଶ ପାଇଲା ନିଟ ଫଳାଫଳ

KJ Staff
KJ Staff

ଓଡ଼ିଶାରେ ଆଶୁତୋଷ ଓ ଦେଶରେ ନଳିନ ଟପର
-ଓଡ଼ିଶାରେ ପାସ ହାର ୫୯.୪୪% :୧୯,୨୪୪ କୃତକାର୍ଯ୍ୟ
ମହିଳା ଟପ- ୨୦ ରେ ଓଡିଶାରୁ ସଙ୍ଗୀତା ଅଗ୍ରୱାଲ
-୫ ତୃତିୟାଲିଙ୍ଗ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣ କୃତକାର୍ଯ୍ୟ

ଦେଶରେ ଏନଟିଏ ତରଫରୁ ଅନୁଷ୍ଠିତ ହେଉଥିବା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ସ୍ନାତକ -୨୦୧୯ )ର ଫଳ ଗତ କାଲି ପ୍ରକାଶ ପାଇଛି |ରାଜସ୍ଥାନ ଜୟପୁରର ଛାତ୍ର ନଳିନ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ଥର ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |ପ୍ରଥମ ୩ ଜଣଙ୍କ ମଧ୍ୟରେ ଛାତ୍ରମାନେ ରହିଛନ୍ତି |ନଳିନ ମୋଟ ୭୨୦ ରୁ ୭୦୨ ନମ୍ବର ରଖି ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି |ସେହିପରି ଦିଲ୍ଲୀ ର ଭାବିକ ବଂଶଲ ଦ୍ଵିତୀୟ ସ୍ଥାନ ରେ ରହିଥିଲା ବେଳେ ଉତ୍ତର ପ୍ରଦେଶ ର ଅକ୍ଷିତ କୌଶଳ ତୃତୀୟ ସ୍ଥାନ ରେ ରହିଛନ୍ତି |ତେଲେଙ୍ଗାନା ର ମାଧୁରୀ ରେଡ୍ଡୀ ଝିଅମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି |ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ମାତ୍ର ୨୦ ଜଣ ଛାତ୍ରୀ ରହିଥିବାର ସୂଚନା ମିଳିଛି |


ସୂଚନା ଯୋଗ୍ୟ ଯେ ଓଡ଼ିଶାରେ ମୋଟ ୭ ଟି ସେଣ୍ଟର ରେ ପରୀକ୍ଷା ନୂଷ୍ଠିତ ହୋଇଥିଲା |ଛାତ୍ରଛାତ୍ରୀ ୧୮୦ ପ୍ରଶ୍ନ ର ମୋଟ ୭୨୦ ମାର୍କ ର ପରୀକ୍ଷା ଦେଇଥିଲେ |ଏମବିବିଏସ ,ଡେଣ୍ଟାଲ ,ଆୟୁଷ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମ ଲେଖିପାରିବେ |ମେ ୫ ରେ ଏହି ପରୀକ୍ଷା ଦେଶ ବ୍ୟାପି ଅନୁଷ୍ଠିତ ହୋଇଥିଲା ବେଳେ ଏହା ଓଡିଶା ରେ ଫଣି ଲାଗି ସ୍ଥଗିତ ହୋଇ ମେ ୨୦ ରେ ହୋଇଥିଲା |

ଓଡ଼ିଶାରେ ପାସ ହାର ୫୯.୪୩ ରହିଛି |ଚଳିତ ବର୍ଷ ନିଟ ରେ ବଲାଙ୍ଗୀର ର ଆଶୁତୋଷ ପଣ୍ଡା ସର୍ବଭାରତୀୟ ସ୍ଥର ରେ ୭୩ ତମ ସ୍ଥାନ ଅଧିକାର କରିଥିଲାବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |ସେ ମୋଟ ୭୨୦ ରୁ 682 ନମ୍ବର ରଖି ଏହି ସ୍ଥାନ ଅଧିକାର କରିଥିଲେ |ଦିନକୁ ୬ ରୁ ୮ ଘଣ୍ଟା ପରିଶ୍ରମ କରୁଥିବା ଆଶୁତୋଷ +୨ ରେ 90% ଅଙ୍କ ରଖିଲା ପରେ ଡାକ୍ତର ହେବାକୁ ଲକ୍ଷ କରିଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments