କାଲି ଠାରୁ ଖୋଲିବ ସ୍କୁଲ
ପୁଣି ସରକାର ଙ୍କର ନିର୍ଦେଶ
ଜୁନ ୨୬ ପରିବର୍ତେ ଏବେ ଜୁନ୨୧ ରୁ ସ୍କୁଲ
ପାଗ ରେ ପରିବର୍ତନ ଏବଂ ମୌସୁମୀ ର ଆଗମନ ର ଲକ୍ଷଣ ଦେଖି ଗତ ୧୮ ତାରିଖ ଦିନ ଘୋଷିତ ହେଇଥିବା ଖରା ଛୁଟି ଏବେ ବାତିଲ କରାଯାଇଛି |ସମସ୍ତ ଘରୋଇ ଏବଂବେସରକାରୀ ସ୍କୁଲ କୁ ୧୮ ତାରିଖ ଦିନ ଜୁନ ୨୬
ଯାଏ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିଲାବେଳେ ଏବେ ସେହି ନିର୍ଦେଶ ରେ ପରିବର୍ତନ କରାଯାଇଛି |
ଓଡିଶା ସରକାର ଏବେ ପାଗ ରେ ପରିବର୍ତନ ହେତୁ ସମସ୍ତ ବିଦ୍ୟାଳୟ କୁ ଜୁନ ୨୧ ରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତି ନେଇଥିବାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି |
ପ୍ରଥମେ ସମସ୍ତ ବିଦ୍ୟାଳୟ କୁ ଏପ୍ରିଲ ୧୮ ରୁ ଆରମ୍ଭ କରି ରଜ ପର୍ଯ୍ୟନ୍ତ ବନ୍ଦ ରହିବାର ନିର୍ଦେଶ ଦିଆଯାଇଥିଲା ମାତ୍ରା ଗ୍ରୀଷ୍ମ ର ପ୍ରଭାବ ହେତୁ ଏହି ଛୁଟି କୁ ପୁନର୍ବାର ଜୁନ ୨୬ ଯାଏ ବୃଦ୍ଧି କରିବାର ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର |ତେବେ ଏଥିରେ ପରିବର୍ତନ କରି ଏବେ ବିଦ୍ୟାଳୟ ମାନଙ୍କୁ ଜୁନ ୨୧ ରେ ଖୋଳିବା ର ନିର୍ଦେଶ ଦିଆଯାଇଛି |
ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ହେତୁ ଏପ୍ରିଲ ୧୮ ରେ ହୋଇଥିବା ଏହି ଛୁଟି ୬୫ ଦିନ ଯାଏ ଲାଗୁ ହୋଇଥିଲା |
Share your comments