1. କୃଷି ଖବର

ଓଡିଶା ଲାଗି ବର୍ଷା..

ଓଡିଶା ଲାଗି ବର୍ଷା..

KJ Staff
KJ Staff

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଓଡ଼ିଶାର ବିଭିନ୍ନ ସ୍ଥାନ ରେ ଗୁରୁବାର ଦିନ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି |ଆନ୍ଧ୍ର ପ୍ରଦେଶ ଏବଂ ନିକଟବର୍ତୀ ଅଂଚଳରେ ସାଇକ୍ଲୋନ ସିରକୁଲେସନ ହେତୁ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ ର ବୈଜ୍ଞାନିକ ଶଶିକାନ୍ତ ମିଶ୍ର |ଏଣୁ କଟକ ,ଖୋର୍ଦ୍ଧା ,ମୟୁରଭଞ୍ଜ ,ନୟାଗଡ଼ ଆଦି ଜିଲ୍ଲା ରେ ବର୍ଷା ହୋଇପାରେ |ଏହି ବର୍ଷା ର ପ୍ରଭାବ ଶନିବାର ପର୍ଯ୍ୟନ୍ତ ଦେଖିବାକୁ ମିଳିବ |

ବାୟୁମଣ୍ଡଳ ରେ ଜଳୀୟ ଅଂଶ ହ୍ରାସ ପରିବାରେ ଲାଗିଛି ଏବଂ ଏହା ସହ ବିଦାୟ ନେଉଛି ମୌସୁମୀ |ପଞ୍ଜାବ ,ହରାୟାନା ସହ ଉତ୍ତରା ରାଜେସ୍ଥାନ ରୁ ମୌସୁମୀ ବିଦାୟ ନେବା ଆରମ୍ଭ କରିସାରିଛି |ଗତ କେତେ ବର୍ଷା ମଧ୍ୟ ରେ ଏହା ମୌସୁମୀ ର ସବୁଠାରୁ ବିଳମ୍ବିତ ବିଦାୟ ବୋଲି କହିଛନ୍ତି ପାଣିପାଗ ବିଭାଗ ର ଅଧିକାରୀ |ଏହିପରି ପରିସ୍ତିଥି ପ୍ରଥମେ ୧୯୬୧ ରେ ଦେଖାଯାଇଥିବା ବେଳେ ଆଉ ଥରେ ୨୦୦୭ ରେ ଦେଖିବାକୁ ମିଳିଥିଲା |ସାଧାରଣ ତ ମୌସୁମୀ ଏହି ସବୁ ଅଞ୍ଚଳ ରୁ ସେପ୍ଟେମ୍ବର ୧ ସୁଦ୍ଧା ବିଦାୟ ନେଇଥାଏ ମାତ୍ର ଚଳିତ ବର୍ଷା ଏହା ସର୍ବାଧିକ ବିଳମ୍ବିତ ହୋଇଛି |
ମାତ୍ର ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ ମଧ୍ୟ ସକ୍ରିୟ ରହିଥିଲା ବେଳେ ,ଓଡିଶା ରୁ ବିଦାୟ ନେବାକୁ ଆହୁରି କିଛି ଦିନ ଲାଗିବ ସାଧାରଣତଃ ଏହା କଟବର ୧୦ ସୁଦ୍ଧା ଓଡିଶାରୁ ବିଦାୟ ନେଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments