1. କୃଷି ଖବର

ଚାକିରିଆ ଙ୍କ ଲାଗି ଖୁସି ଖବର !!

ଚାକିରିଆ ଙ୍କ ଲାଗି ଖୁସି ଖବର !!

KJ Staff
KJ Staff

ଏଥର ଦେଶବ୍ୟାପୀ ଗୋଟେ ଦିନ ମିଳିବ ଦରମା
"ୱାନ ନେସନ ,ୱାନ ପେ ଡେ"

ସବୁ ଚାକିରିଆ ଙ୍କର ଗୋଟେ ଚିନ୍ତା ?କେବେ ମିଳିବ ଦରମା |ଏହି ଚିନ୍ତା ରେ ଦେଶର ବଡ ଛୋଟ ଚାକିରୀ କରୁଥିବା ସବୁ କର୍ମଚାରୀ ଚିନ୍ତା ରେ ରହିଥାନ୍ତି |ଯେଉଁ ଦିନ ଦରମା ମିଳେ ସେଦିନ ର ଖୁସି ଆକାଷଛୁଆଁ ହୋଇଥିଲାବେଳେ ସେହି ଗୋଟିଏ ଦିନ ର ଅପେକ୍ଷା ରେପୁରା ମାସ ସରିଯାଇଥାଏ |
କେତେକ କର୍ମଚାରୀ ବହୁ ଦିନ ପରେ ଏକକାଳୀନ ୨ ରୁ ୩ ମାସ ର ଦରମା ପାଇଥାନ୍ତି ,ତାଙ୍କର ଅବସ୍ଥା ଆହୁରି ଶୋଚନୀୟ ହୋଇଥାଏ ,ନାହିଁ ନଥିବା ହଇରାଣ ଓ ଅଭାବ ଅନଟନ ରେ ଚାଲିଥାଏ ତାଙ୍କର ସଂସାର |

ଏନେଇ ସରକାର ଏବେ ଏକ ନୂତନ ନିୟମ ଜାରି କରିଛନ୍ତି |ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ,"ୱାନ ନେସନ ୱାନ ପେ ଡେ "ଅର୍ଥାତ ଏକ ରାସ୍ତା ଏକ ବେତନ ବ୍ୟବସ୍ଥା ଲାଗୁ କରିବା ଉପରେ ବିଚାର କରୁଛନ୍ତି |
କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି |କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବେତନ ପ୍ରଦାନ କ୍ଷେତ୍ରରେ ଏଣିକି ସାରା ଦେଶରେ ଗୋଟିଏ ସମାନ ବ୍ୟବସ୍ତା ରହିବ ଯାହାଫଳରେ ସମଗ୍ର ଦେଶରେ ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟରତ କର୍ମଚାରୀ ମାନେ ଏକ ଦିନରେ ବେତନ ପାଇପାରିବେ|ସଂସଦ ରେ ବେତନ କୋଡ଼ ଲାଗୁ ମଞ୍ଜୁରୀ ମିଳିସାରିଥିବା ବେଳେ ଏହାର କାର୍ଯ୍ୟାନ୍ଵୟନ ପାଇଁ ନିୟନ ପ୍ରସ୍ତୁତି ଚାଲିଛି |

ଏଥିରେ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବା ଏବଂ ବାର୍ଷିକ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ ଆଦି ନିୟମର ବାଧ୍ୟତାମୂଳକ କରାଯାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments