1. କୃଷି ଖବର

କିସାନ ମନ ଧନ ଯୋଜନା :

କିସାନ ମନ ନ ଯୋଜନା :

KJ Staff
KJ Staff

ଚାଷୀଙ୍କୁ ମିଳିବ ପେନ୍ସନ ୩ ହଜାର

ଏବେ ଭାରତ ର ଚାଷୀ ଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ତରଫରୁ ଏକ ମନୋହର ଉପହାର ମିଳିବାକୁ ଯାଉଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାରଖଣ୍ଡ ରାଞ୍ଚି ରେ କେନ୍ଦ୍ର ସରକାରର କିସାନ ମନଧନ ଯୋଜନା ର ଶୁଭାରମ୍ଭ କରିଛନ୍ତି |ପ୍ରଧାନ ମନ୍ତ୍ରୀ କିସାନ ମନଧନ  ଯୋଜନା ରେ ସମସ୍ତ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଓ  ନାମମାତ୍ର ଚାଷୀ ଙ୍କୁ ୬୦ ବର୍ଷ ଅତିକ୍ରମ କରିଲା ପରେ ମାସିକ ୩୦୦୦ ଟଙ୍କା ପେନ୍ସନ ପାଇବେ |ଏହି ଯୋଜନା ରେ ଆଗାମୀ ୩ ବର୍ଷ ରେ ୧୦ ,୬୬୪ କୋଟି ଟଙ୍କା ଖର୍ଚ୍ଚ  ହେବ |ପ୍ରାୟେ ୫ କୋଟି ଚାଷୀଙ୍କୁ ଏହି ଯୋଜନା ରେ ସାମିଲ କରିବାର ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର |୧୮ ରୁ ୪୦ ବର୍ଷ ବୟସ ସୀମା ମଧ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ଯୋଜନା ରେ ସାମିଲ ହେଇପାରିବେ |

ତେବେ ଏହି ଯୋଜନା ରେ ସାମିଲ ହେବାକୁ ଥିବା ଆଗ୍ରହୀ ଚାଷୀ ମାନଙ୍କୁ  ନିୟମିତ ୬୦ ବର୍ଷ ଯାଏ ମାସିକ ଦେୟ ଦେବାକୁ ପଡିବ |ଚାଷୀଙ୍କ ବୟସ ଆଧାରରେ ସେମାନଙ୍କୁ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ |ସରକାରଙ୍କ ରେକର୍ଡ ଅନୁଯାୟୀ ୨ ହେକ୍ଟର କିମ୍ବା ତା ଠାରୁ କମ  ଜମି ଚାଷୀମାନେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକା ରେ ବିବେଚିତ ହେବେ |

୬୦ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ଦେୟ ପୈଠ କରିବେ |ସରକାର ଟଙ୍କା ପାଇଁ ଅନୁରୂପ ପରିମାଣ ଅର୍ଥ ୫୫ ଟଙ୍କା ଦେବେ |୬୦ ବର୍ଷ ପରେ ସମ୍ପୃକ୍ତ ଚାଷୀ ମାସିକ ୩୦୦୦ ଟଙ୍କା ପେନ୍ସନ ପାଇବେ  |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments