ଆର.ଏଫ.ଆଇ.ଡି ତ୍ୟାଗ ଦ୍ୱାରା ହେବ ଗାଈ ପଲ ନିୟନ୍ତ୍ରଣ
ରାଉରକେଲା ର ମୁନିସିପାଲିଟି ବର୍ତମାନ ଗାଈ ପଲ ଦ୍ୱାରା ରାସ୍ତା ରୋକ ରୁ ଅତିଷ୍ଠ ହୋଇ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଛନ୍ତି |ଖୁବ ଶୀଘ୍ର ସମସ୍ତ ଗାଈ ମାନଙ୍କ ଶରୀର ରେ ଆର.ଏଫ.ଆଇ.ଡି ତ୍ୟାଗ ଲାଗିବ ଏବଂ ଏହା ଦ୍ୱାରା ଗାଈ ମାଲିକ ର ଚିହ୍ନଟ ହୋଇପାରିବ |
ସ୍ମାର୍ଟ ରାସ୍ତା ରେ ଅତ୍ୟଧିକ ଗାଈ ପଲ ର ପଦରୁଭାବ ଦ୍ୱାରା ସଡକ ଦୁର୍ଘଟଣା ବହୁ ବାର ଦେଖିବାକୁ ମିଳିଛି |୨ ବର୍ଷ ପୂର୍ବେ ୫୧ ବର୍ଷ ର ଜଣେ ରେଲ୍ୱେ କର୍ମଚାରୀ ରାଉରକେଲା ର ବିଶାର ଛକ ନିକଟରେ ଷଣ୍ଢ ସହ ନିଜର ୨ ଚକିଆ ଯାନ ର ଧକା ହୋଇଥିବାରୁ ମୃତ୍ୟୁ ବାରଣ କରିଥିଲେ |
ସୂଚନା ଅନୁଯାୟୀ ହାରାହାରି ୨ ଡଜନ ର ଗାଈ ପଲ ,ମଇଁଷି ସମେତ ଛେଉଣ୍ଡ ପରି ରାସ୍ତା ରେ ବୁଲୁଛନ୍ତି ଏବଂ ଯାହାର ଗାଈ ଅଛି ସେମାନେ ଗାଈ ମାନଙ୍କ ପଘା ଫିଟାଇ ରାସ୍ତା ରେ ବୁଲି ଚାରିବାକୁ ଛାଡ଼ିଦିଅନ୍ତି |ଏପରି କି ଗାଈ ଗୋଠ କୁ ଗାଈ ଚରାଳୀ ରାଜା ରାସ୍ତା ଦେଇ ଘରକୁ ଫେରିଲା ବେଳେ ରାସ୍ତା ଅବରୋଧ କରିବାକୁ ରୁ ଏହିପରି ନାନାଦି ଦୁର୍ଘଟଣା ସ୍ୱାଭାବିକ ହୋଇପଡିଛି |ଏନେଇ ମହାନଗର ନିଗମ ର କମିଶନର ଡଃ ଏଦୁଲ୍ଳା ବିଜୟ କହିଛନ୍ତି ଯେ ଏହି ନୂତନ ପ୍ରଯୁକ୍ତି ଦ୍ୱାରା ରାସ୍ତା ଅବରୋଧ କରୁଥିବା ଗାଈ ମାନଙ୍କ ମାଲିକ ର ଚିହ୍ନଟ ହେଲା ପରେ ସେମାଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ସହ ଏହି ସମସ୍ୟା ରୁ ଶୀଘ୍ର ମୁକ୍ତି ମିଳିପାରିବ |
ସୂଚନା ଅନୁଯାୟୀ ରାଉରକେଲା ରେ ହାରାହାରି ୧୦୦୦୦ ଗୃହପାଳିତ ପଶୁ ଅଛନ୍ତି |
Share your comments