1. କୃଷି ଖବର

ଏଥର ବଢିବ ସମସ୍ତଙ୍କର ଦରମା ..

ଗତ ବର୍ଷ ମାସିକ ଦରମା ରେ ସାରା ଭାରତ ରେ ଶତକଡା ୧୦ ଭାଗ ବଢିବାର ଜଣାପଡିଛି |ତେଣୁ ଚଳିତ ବର୍ଷ ମଧ୍ୟ ଏହି ପରି ବଢତୀ ର ଆଶା କରାଯାଉଛି |ଏବେ ଚାକିରୀ ପାଇଥିବା ଯୁବ ପିଢ଼ି ବିଶେଷ କରି ଏହାର ଲାଭ ପାଇବା ମାତ୍ର ଉଚ୍ଚ ପାଦ ରେ ଥିବା ଅଧିକାରୀ ମାନେ ଅଧିକ ଦରମା ବୃଦ୍ଧି ର ଆଶା କରାଯାଉ ନାହିଁ |

KJ Staff

ସବୁଠାରୁ ଭଲ ଚାକିରୀ ରେ ଥିବା କର୍ମକର୍ତ୍ତା ମାନେ ମଧ୍ୟ ଏହାର ଲାଭ ଉଠାଇବେ ବୋଲି କହିଛନ୍ତି ଅମରଦୀପ ବିଶ୍ଵକର୍ମା ଜବ୍ସ ପୋର୍ଟାଲସାଇନ.କମ ର ସି.ଟି.ଓ|ଅଧିକ ପ୍ରଯୁକ୍ତି ବିଦ୍ୟା ଲୋଡୁଥିବା ଚାକିରୀ,ଯିବା ବିଜ୍ଞାନ ,ଗ୍ରାହକ ସେବା ଜନିତ ଚାକିରୀ ମାନଙ୍କରରେ ଦରକାର ହୋଇଥାଏ ଅଧିକ କଲା ,କୌଶଳ ଓ ବୁଦ୍ଧି ଯାହା ବର୍ତ୍ତମାନ ଯୁବ ପିଢ଼ି ଦେଇପାରୁନାହାନ୍ତି ତେଣୁ ଫଳସ୍ୱରୂପ ପୂର୍ବରୁ ଏହି ସବୁ କାର୍ଯ୍ୟରେ ଥିବା ଅଧିକାରୀ ମାନେ ଦରମା ବୃଦ୍ଧି ର ଲାଭ ଉଠାଇବେ ବୋଲି ଅମରଦୀପ ଉଲ୍ଲେଖ କରିଛନ୍ତି |

ସେହିପରି ଚଳିତ ବର୍ଷ ଅଧିକ ଇଞ୍ଜିନିଅର ଲୋଡ଼ିବା ଭାରତ |ଅଧିକ ଷ୍ଟାର୍ଟ ଉପ କମ୍ପାନୀ ଚଳିତ ବର୍ଷ ପ୍ରାୟେ ୧ କୋଟି ଡଲାର ଇନଭେଷ୍ଟ କରିବାର ଏକ ସୂତ୍ର ରୁ ଜଣାପଡିଛି |ତେଣୁ ରୋବଟିକ ,କୁତ୍ରିମ ବୁଦ୍ଧିମତା ,ବ୍ଲକ ଚେନ ଇତ୍ୟାଦି ରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଏହା ଏକ ଶୁଭ ସମାଚାର |
ସେହିପରି ଭାରତ ରେ ଦରମା ବୃଦ୍ଧି ର ହ୍ରାସ ଅନ୍ୟାନ୍ୟ ଦେଶ ଯଥା ଚାଇନା (୬.୯ %),ଇଣ୍ଡୋନେସିଆ (୮.୩..୫) ,ଏବଂ ହଂ କଂ (୪%) କୁ ବାତ ଦେଇ ୧୦ % ରେ ପହଂଚିଛି ବୋଲି ବିଶ୍ୱ ର ଏକ ଗ୍ଲୋବାଲ ଫର୍ମ ବିଳିସ ଟାୱାର ୱାଟସନ ନିଜର ରିପୋର୍ଟ ରେ ପ୍ରକାଶ କରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments