1. କୃଷି ଖବର

ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ !

ଆଜି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ !

KJ Staff
KJ Staff
ଆଜି ବରଗଡ଼ ,ସୁନ୍ଦରଗଡ଼ ,ବଲାଙ୍ଗୀର ,କନ୍ଧମାଳ ,ଓ ଆସିକା ସଂସଦୀୟ କ୍ଷେତ୍ର ସହିତ ୩୫ ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ରେ ନିର୍ବାଚନ ଅନୁଷ୍ଠିତ ହେବ |ନିର୍ବାଚନ ଅଵ୍ୟଵହିତ ପୁର୍ବରୂ କନ୍ଧମାଳ ସଂସଦୀୟ କ୍ଷେତ୍ର ର ଫୁଲବାଣୀ ଅଞ୍ଚଳରେ ଦୁଇଟି ସ୍ଥାନରେ ମାଓ ହିଂସା ଘଟିଛି |ଏହାକୁ ଦୃଷ୍ଟି ରେ ରଖି ମାଓ ପ୍ରଭାହିତ କନ୍ଧମାଳ ଜିଲାରେ ଅଧିକ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି |

୬୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ,୪୮ ପ୍ଲାଟୁନ ଓଏସଏପି ଓ ୪୦ ୟୁନିଟ ଏସଓଜି
ଏଡିଜି ଅପରେସନ ,ଏସଓଜି କାମଣ୍ଡାଣ୍ଟ ଙ୍କର କନ୍ଧମାଳ ରେ କ୍ୟାମ୍ପ

ସେହିପରି ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର କିଛି ଅଞ୍ଚଳ ମାଓ ପ୍ରବାହିତ ରହିଥିବାରୁ ସେଠାରେ ସମ୍ବେଦନଶୀଳ ପୁଲିସ ଫୋର୍ସ ମୁତୟନ କରାଯାଇଥିବାର ଜଣାପଡିଛି |

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାରେ କରିବା ଲାଗି ମୋଟ ୬୧ କମ୍ପାନୀ ସିଆରପିଏଫ ,୪୮ ପ୍ଲାଟୁନ ଓଏସଏପି ଏବଂ ୪୦ ୟୁନିଟ ଏସଓଜି ୟୁନିଟ ମୁତୟନ କରାଯାଇଥିବାର ଆଇଜି ଆଇନ ଶୃଙ୍ଖଳା ସଂଜିନ ପଣ୍ଡା ସୂଚନା ଦେଇଛନ୍ତି |କେନ୍ଦ୍ରୀୟ ଶାସ୍ତ୍ର ବାହିନୀ ଏବଂ ଏସଓଜି ୟୁନିଟକୁ ମାଓ ପ୍ରବାହିତ ସମ୍ବେଦନଶୀଳ ବୁଥ ଅଞ୍ଚଳରେ ନିୟୋଜିତ କରାଯାଇଛି |ରାତିରେ ମାଓ ପ୍ରଭାହିତ ଅଞ୍ଚଳ ଗୁଡିକରେ ପେଟ୍ରୋଲିଙ୍ଗ କଡାକଡି କରାଯାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments