1. କୃଷି ଖବର

ବାଲିଅନ୍ତା ବ୍ଲକ ସୋଲାର ବବଳ ଡ୍ରାୟର ର ପ୍ରଶିକ୍ଷଣ

ବାଲିଅନ୍ତା ବ୍ଲକ ସ୍ଥିତ ବେଣ୍ଟପୁର ଗ୍ରାମ ରେ ଆଜି ସୋଲାର ବବଳ ଡ୍ରାୟର ର ପ୍ରଶିକ୍ଷଣ ହୋଇଛି |କାର୍ଯ୍ୟକ୍ରମ ଟି ବାଲିଅନ୍ତା ର ସହକାରୀ କୃଷି ଅଧିକାରୀ ମନୋରଞ୍ଜନ ରାଉଳଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ଏଥିରେ ସିଫ ଅଧିନସ୍ଥ କେ.ବି.କେ -ଖୋର୍ଦ୍ଧା ର ବିଷୟବସ୍ତୁ ବିଶେଷଜ୍ଞ ଶେରେନ୍ଦ୍ର ସିଂ ଏଥିରେ ତତ୍ୱାବଧାନ କରିଥିଲେ |

KJ Staff
KJ Staff

ବାଲିଅନ୍ତା ବ୍ଲକ ସ୍ଥିତ ବେଣ୍ଟପୁର ଗ୍ରାମ ରେ ଆଜି ସୋଲାର ବବଳ ଡ୍ରାୟର ର ପ୍ରଶିକ୍ଷଣ ହୋଇଛି |କାର୍ଯ୍ୟକ୍ରମ ଟି ବାଲିଅନ୍ତା ର ସହକାରୀ କୃଷି ଅଧିକାରୀ ମନୋରଞ୍ଜନ ରାଉଳଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ଏଥିରେ ସିଫ ଅଧିନସ୍ଥ କେ.ବି.କେ -ଖୋର୍ଦ୍ଧା ର ବିଷୟବସ୍ତୁ ବିଶେଷଜ୍ଞ ଶେରେନ୍ଦ୍ର ସିଂ ଏଥିରେ ତତ୍ୱାବଧାନ କରିଥିଲେ |ପ୍ରାୟେ ୧୫୦ ଟି ସ୍ଥାନୀୟ ଲୋକଙ୍କ ପ୍ରତିନିଧିତ୍ବ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା|ପେଷ୍ଟ କଂଟ୍ରୋଲ ଇଣ୍ଡିଆ ର ପ୍ରତିନିଧି ଅନିଲ କୁମାର ମିତ୍ର ,କୃଷି ନିର୍ଦେଶାଳୟ (ବି.ଗି.ଇ.ଆର.ଏଇ. )ର ଅଧିକାରୀ ତରୁଣ କୁମାର ଛୋଟରାୟ,ସରୋଜ କୁମାର ଚାନ୍ଦ ଏଥିରେ ବିଶେଷ ଭାବେ ଯୋଗଦାନ କରିଥିଲେ |

ସୋଲାର ବବଳ ଡ୍ରାୟର  ଏକ ସ୍ବଳ୍ପମୂଲ୍ୟ ଯୁକ୍ତ ,ସରଳ ସୁନ୍ଦର ପ୍ରୌଦ୍ୟୋଗିକୀ ଯାହା ସୌରଶକ୍ତି ର ବ୍ୟବହାର ଦ୍ୱାରା ଧାନ ବା ଅନ୍ୟାନ୍ୟ ବୀଜ କୁ ସୁଖେଇବାରେ ସାହାଯ୍ୟ କରିଥାଏ |
ଏହାର ନିର୍ମାଣ ବେଶ ସରଳ ହୋଇଥିବାରୁ ,ବହନୀୟତା ରେ ବିଶେଷ ସମସ୍ୟା ହୁଏ ନାହିଁ  ଏବଂ  ଇନ୍ଧନ ଉପରେ ନିର୍ଭରଶୀଳ ନ ହୋଇ ,ଏହା ସ୍ୱତନ୍ତ୍ର ଭାବେ ସୌର ଶକ୍ତି ର ପ୍ରୟୋଗ କରିଥାଏ ଫଳରେ ଏହା ଚାଷୀମାନଙ୍କୁ ଅଳ୍ପଅମୂଲ୍ୟ ରେ  ଉପଲବ୍ଧ ହୋଇପାରିବ |ଏହା ଗୁଣାତ୍ମକ ଭାବେ ପାରମ୍ପରିକ ଧାନ ସୁଖେଇବା ପ୍ରଣାଳୀ ଠାରୁ ଅଧିକ ଉପଯୋଗୀ ଏବଂ ଏଥିରେ ଧାନ ର ମାତ୍ରା ରେ କୌଣସି ପ୍ରଭାବ ପଡେ ନାହିଁ କାରଣ ଏହାଦ୍ୱାରା ଧାନ କୁ ଖରା, ବର୍ଷା ,ଜନ୍ତୁ ବା ଯାନ୍ତ୍ରିକ ଆଦି ସମସ୍ତ ସମସ୍ୟା ରୁ ସୁରକ୍ଷା ମିଳିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments