1. କୃଷି ଖବର

ସ୍ତିଲ ର ଭୁବନେଶ୍ୱର ରେ ନୂତନ କୃଷିଜନ୍ତ୍ରପାତି ପ୍ରଦର୍ଶନ ..

ସ୍ତିଲ ର ଭୁବନେଶ୍ୱର ରେ ନୂତନ କୃଷିଜନ୍ତ୍ରପାତି ପ୍ରଦର୍ଶନ ..

KJ Staff
KJ Staff

ଗତ ଜୁନ ୩୦ ତାରିଖ ଦିନ ଅଗ୍ରଣୀ କୃଷି ଯନ୍ତ୍ରପାତି ନିର୍ମାତା ସ୍ତିଲ ଇଣ୍ଡିଆ ର ଭୁବନେଶ୍ୱର ଠାରେ ଡିଲର ମାନଙ୍କର ଗୋଟିଏ ବୈଠକ ଆୟୋଜନ ହୋଇଥିଲା |ପ୍ରଥମେ ଭୁବନେଶ୍ୱର ସ୍ତିତ ଭାରତୀୟ ଉଦ୍ୟାନ କୃଷି ଗବେଷଣା ପ୍ରତିଷ୍ଠାନ ଠାରେ ଯନ୍ତ୍ରାଂଶ ଗୁଡିକର କ୍ଷେତ୍ର ପରୀକ୍ଷା ଆୟୋଜନ କରାଯାଇଥିଲା |ସ୍ତିଲ ଇଣ୍ଡିଆ ର ସେଲ ଆଣ୍ଡ ସର୍ଭିସ ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୟ ବଶିଷ୍ଠ ଓ ଓଡ଼ିଶାର ଏରିଆ ସେଲସ ମ୍ୟାନେଜର ଶ୍ରୀଯୁକ୍ତ ସୁଦୀପ୍ତ ଭଟ୍ଟାଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କ୍ଷେତ୍ର ପ୍ରଦର୍ଶନ କୁ ରାଜ୍ୟ ର ବିଭିନ୍ନ ଅଂଶରୁ ଆସୁଥିବା ଡିଲର ମାନେ ଦେଖିଥିଲେ |

ସ୍ତିଲ ପ୍ରସ୍ତୁତ ପାୱାର ଉଇଡର ,ଆର୍ଥ ଅଗର ,ଚେନ ସ୍ପ୍ରେ ଓ ମିଷ୍ଟ ସ୍ପ୍ରେୟର ଆଦି କୃଷି ଯନ୍ତ୍ରାଂଶ ଗୁଡିକର ପ୍ରଦର୍ଶନ କରାଯାଇଥିଲା |ସମ୍ପ୍ରତି କୃଷକ ମାନଙ୍କ ପାଖରେ ଦେଖା ଯାଉଥିବା ସମସ୍ୟା କୁ ଅନୁଧ୍ୟାନ କରି ଜର୍ମାନୀ ର ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ଷତି ସମ୍ପର୍ଣ ସ୍ତିଲ ବିଭିନ୍ନ କ୍ଷୁଦ୍ର କୃଷି ଯନ୍ତ୍ରପାତି ର ପ୍ରସ୍ତୁତି ଚଳାଇଛନ୍ତି |
ସେହିପରି ଭାରତୀୟ କୃଷି କୁ ସୁହାଇଲା ଭଳି ସ୍ୱତନ୍ତ୍ର ଶକ୍ତି ଚାଳିତ ଯନ୍ତ୍ର ମଧ୍ୟ ପ୍ରସ୍ତୁତି କରିଛନ୍ତି |ଫଳ ଚାଷ ଓ ପନିପରିବା ଚାଷ ରେ କୃଷକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ଏହି ଯନ୍ତ୍ରାଦି ସାହାଯ୍ୟରେ ଦୂର ହୋଇପାରିବ ବୋଲି ଶ୍ରୀଯୁକ୍ତ ବଶିଷ୍ଠ ପ୍ରକାଶ କରିଥିଲେ |

ପରେ ଗ୍ରାଣ୍ଡ ସେଣ୍ଟ୍ରାଲ ହୋଟେଲ ଠାରେ ଏକ ବୈଠକ ର ଆୟୋଜନ କରାଯାଇଥିଲା |ଏଥିରେ ବିଭିନ୍ନ ବୈଷୟିକ ଦିଗ ଉପରେ ଆଲୋଚନା କରାଯାଇଥିଲା |କମ ପରିଶ୍ରମ ରେ ଓ କମ ଖର୍ଚ୍ଚ ରେ କୃଷକ ପାଇଁ କିପରି ଅଧିକ ଅମଳ ମିଳିପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା |ଗୋଟିଏ ମେସିନ କୁ ଆଧାର କରି ବିଭିନ୍ନ ଯନ୍ତ୍ର ର ପ୍ରସ୍ତୁତି କୁ ସମସ୍ତେ ପ୍ରଶଂସା କରିଥିଲେ |
ରାଜ୍ୟ ର ବିଭିନ୍ନ ଅଂଶ ରୁ ପ୍ରମୁଖ ଡିଲର ମାନେ ଏଥିରେ ଯୋଗ ଦେଇଥିଲେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments