1. କୃଷି ଖବର

ଦୋଷୀ କୁ ମିଳିବ କଠୋର ଦଣ୍ଡ !

ଦୋଷୀ କୁ ମିଳିବ କଠୋର ଦଣ୍ଡ !

KJ Staff
KJ Staff

ମହିଳା ସୁରକ୍ଷା ଲାଗି ସରକାର ଙ୍କର ବିଶେଷ ଆଲୋଚନା
ରାସ୍ତା କୁ ଓଲ୍ଲହାଇଲେ ଲକ୍ଷାଧିକ ମହିଳା..କମ୍ପିଲା ସଡକ ରୁ ସାଂସଦ
"ମୃତ୍ୟୁ ଦଣ୍ଡ "ଦେଲେ ମିଳିବ ନ୍ୟାୟ !

"ଧର୍ଷଣ କରି ଙ୍କୁ ମିଳିବ କଠୋର ଶାସ୍ତି ..ଏଭଳି ଜଘନ୍ୟ ଅପରାଧ ଲାଗି ସରକାର ନିୟମ ପରିବର୍ତନ ଲାଗି ମଧ୍ୟ ପଛଘୁଞ୍ଚା ଦେବେ ନାହିଁ "ବୋଲି ମତ ଦେଇଥିଲେ କେନ୍ଦ୍ର ସୁରକ୍ଷା ମନ୍ତ୍ରୀ ରାଜ ନାଥ ସିଂହ|
ହାଇଦ୍ରାବାଦ ରେ ଜଣେ ୨୭ ବର୍ଷ ର ପ୍ରାଣୀ ଚିକିତ୍ସାକ ଙ୍କ ଧର୍ଷଣ ପରେ ତାଙ୍କର ନିଷ୍ଠୁର ହତ୍ୟା ,ଦେଶ ରେ ଆଉ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି |
ରାଜରାସ୍ତା କୁ ଓଲ୍ହାଇଛନ୍ତି ଲକ୍ଷାଧିକ ମହିଳା ,ଦାବି କେବଳ ଫାସୀ ଏବଂ ଉଚିତ ଦଣ୍ଡ |

ଏନେଇ ଏହା ସାଂସଦ ରେ ମଧ୍ୟ ସ୍ୱର ଉତ୍ତାଳନ କରିଛି |ସାଂସଦ ର ସଦସ୍ୟ ମାନେ ମଧ୍ୟ ଏନେଇ ଦୋଷୀ କୁ ସାମୁହିକ ଫାସୀ ର ମଧ୍ୟ ରାୟ ଦେଇଛନ୍ତି |
ଏନେଇ ସରକାରୀ ନିୟମ ରେ ଖୁବ ଶୀଘ୍ର ପରିବର୍ତନ ଦେଖିବାକୁ ମିଳିପାରେ ଯାହା ଦ୍ୱାରା ଦୋଷୀ କୁ ଶୀଘ୍ର ,ହାରାହାରି ୩୦ ଦିନ ମଧ୍ୟରେ ଯେପରି ଦଣ୍ଡ ଦିଆଯିବ |
ନିର୍ଭୟା ମୋକଦ୍ଦମା ପରେ ପୂର୍ଣ୍ରବାର ଏହି ପରି ପରିସ୍ଥିତି ଦେଖିବାକୁ ମିଳିବା ବେଶ ଲଜ୍ୟାଜନକ ବୋଲି ମତ ଦେଇଥିଲେ ବିଜୁ ଜନତା ଦଳ ର ସଦସ୍ୟ ପିନାକୀ ମିଶ୍ର |

ଘଟଣା ର ସମୀକ୍ଷା ପ୍ରାରମ୍ଭ ରୁ ତେଲେଙ୍ଗାନା ର କଂଗ୍ରେସ ସଦସ୍ୟ ଶ୍ରୀ ଉତ୍ତମ କୁମାର ରେଡି ଏହି ଘଟଣା କୁ ଅମାନୁଷିକ ର ଦର୍ଜା ଦେଇଥିବା ସହ ପୋଲିସ ଏହି ଘଟଣା ର ଏଫ .ଏଇ.ଆର ରୁଜୁ କରିବାରେ ଦେଖିଥିବା ଖାମଖିଆଲୀ କୁ ମଧ୍ୟ ପରିହାସ କରିଛନ୍ତି |ଏହା ବ୍ୟତୀତ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ କୋର୍ଟ ର ଆଦେଶ କ ଅନୁଯାୟୀ କାର୍ଯ୍ୟ ମଧ୍ୟ କରି ନାହିଁ ବୋଲି ସେ ମତ ଦେଇଥିଲେ |
ତେଲେଗୁ ଦେଶମ ଦଳ ର ରାମ ମୋହନ ନାଇଡୁ ମଧ୍ୟ ସମଗ୍ର ପୁରୁଷ ଜାତି କୁ "ନା " ର ଅର୍ଥ ବୁଝିବାକୁ ପଡିବ ବୋଲି ମତ ଦେଇଥିଲେ |
ଏମ ପି ଅଣୂପ୍ରିୟ ପଟେଲ କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଶ ର ନାରୀ ଜାତି କୁ ସୁରକ୍ଷା ଏବଂ ସ୍ୱାଧୀନତା ର ମନୋଭାବ ପ୍ରଦାନ କରିପାରି ନାହାନ୍ତି |

ଘଟଣା ର ଅଧିକ ସମୀକ୍ଷା କରି ବିଏମ୍ସି ର ଦାନିଶ ଅଲି କହିଛନ୍ତି ଯେ ବର୍ତମାନ ଏହି ପରି ଅପରାଧ ର ନିର୍ଣ୍ଣୟ ମଧ୍ୟ ରାଜନୈତିକ ଆଧାର ରେ ଅଧିକ ନିଆଯାଉଛି ଯାହା ଦୋଷୀ ର ମାନାବାଳା କୁ ସୃଦୃଢ଼ କରୁଛି |ଏହି ପରି ଅପରାଧର ପୂର୍ଣ୍ଣଛେଦ ଲାଗି ସରକାର ଙ୍କୁ ଶୀଘ୍ର ଏକ କଠୋର ନିଷ୍ପତି ନେବାକୁ ପଡିବ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments