ମିଳିଲା ତାତି ରୁ ରିହାତି
ବଙ୍ଗୋପ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାରୁ ୮ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନ ରହିଛି| ଅନ୍ୟପକ୍ଷେ ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନ ରେ ତାପମାତ୍ରା କମ ରହିଥିଲା ବେଳେ ତାତି ରୁ ଅଳ୍ପ ରିହାତି ମିଳିଥିଲା |୪୦ ଡିଗ୍ରୀ ରୁ ଅଧିକ ତାପମାତ୍ରା ରେ ଉତପ୍ତ ସହର ଗୁଡିକରେ କାଲି ୩ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିଲା ବିଶେଷ କରି ତାତି ରେ ଜଳୁଥିବା ପଶ୍ଚିମ ଓଡିଶା ରେ ତାପମାତ୍ରା ୩୪ ଡିଗ୍ରୀ ରହିଥିଲା |
ଏହା ସହ ଏବେ ତାତି କମିବା ସାଙ୍ଗରେ ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ |ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ମଝିରେ ପୂର୍ବ କେନ୍ଦ୍ର ବଙ୍ଗୋପ ସାଗରରେ ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି | ଏହାର ପ୍ରଭାବ ରେ ଆସନ୍ତା କାଲି ଠାରୁ ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |ମଙ୍ଗଳବାର ଦିନ ୧୦ ରୁଅଧିକ ସ୍ଥାନରେ ପ୍ରବଳ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ବିଭାଗ |ଆଜି ଟିଟିଲାଗଡ଼ ରେ ସର୍ବାଧିକ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିଲା ବେଳେ ଭବାନୀପାଟଣା ୩୦ ଡିଗ୍ରୀ ରେକର୍ଡ କରାଯାଇଥିଲା |
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୪ ତାରିଖରେ କଳାହାଣ୍ଡି ,କନ୍ଧମାଳ ,ମାଲକାନଗିରି ,କୋରାପୁଟ ,ରାୟଗଡା ଗଜପତି ,ଗଂଜାମ ,ମୟୁରଭଞ୍ଜ ,କେନ୍ଦୁଝର ,ଭଦ୍ରକ ଯାଜପୁର ଜିଲାରେ ପ୍ରବଳ ବର୍ଷା ହେବ |ଏସବୁ ସ୍ଥାନରେ ଘଡଘଡି ବର୍ଷା ସହ ପବନର ବେଗ ୩୦ ରୁ ୪୦ କିମି ମଧ୍ୟରେ ରହିବ |ସେହିପରି ୬ ତାରିଖରେ ମୟୁରଭଞ୍ଜ ,ବାଲେଶ୍ୱର ଓ ଭଦ୍ରକ ,୭ ତାରିଖରେ ମାଲକାନଗିରି କୋରାପୁଟ ,ଗଜପତି ,ଗଂଜାମ ଓ ବାଲେଶ୍ୱର ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି |
Share your comments