1. କୃଷି ଖବର

ପନିପରିବା ମଞ୍ଜି ଉତ୍ପାଦନ ସମ୍ପର୍କିତ କର୍ମଶାଳା

ପନିପରିବା ମଞ୍ଜି ଉତ୍ପାଦନ ସମ୍ପର୍କିତ କର୍ମଶାଳା

KJ Staff
KJ Staff

ସମନ୍ବିତ ଉଦ୍ୟାନ କୃଷି ମିଶନ ସହାୟତାରେ କାର୍ଯ୍ୟକାରୀ ହେଉଥିବା ସିଡ଼ ପ୍ରକଳ୍ପ ଅଧୀନରେ କୃଷକ ଏବଂ କୃଷି ଭାଗିଦାରୀଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଉଦେଶ୍ୟରେ ଗତ ଜୁନ ୧୩ ତାରିଖରେ 'ପନିପରିବାରେ ମଞ୍ଜି ଉତ୍ପାଦନ' ସମ୍ବନ୍ଧିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି | ଭାରତୀୟ କୃଷି ଅନୁସନ୍ଧାନ ପରିଷଦର କେନ୍ଦ୍ରୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା, ବେଙ୍ଗଲୁର ଅଧିନସ୍ଥ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର (ଚେସ) ଆୟୋଜିତ ଏହି ଏକଦିନିଆ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ସରକାରଙ୍କ ଉଦ୍ୟାନକୃଷି ନିର୍ଦେଶକ ଡଃ.ବି.କେ. ଉପାଧ୍ୟାୟ କହିଲେଯେ ଓଡ଼ିଶାର ମଞ୍ଜି ଉତ୍ପାଦକଙ୍କ ଆବଶ୍ୟକତାକୁ ଆଧାରକରି ଓ ଗୁଣାତ୍ମକ ଉତ୍ପାଦନକୁ ଲକ୍ଷରଖି ସିଡ଼ ପ୍ରକଳ୍ପ ପ୍ରଚଳନ କରାଯାଇଥିଲା |

ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ସମ୍ପ୍ରସାରଣ ଶିକ୍ଷା ବିଭାଗର ଡିନ ଡଃ. ପି.କେ.ରାଉଳ ଚାଷୀ ମାନଙ୍କ ଦ୍ୱାରା ଆଦୃତ ହୋଇଥିବା ଆଞ୍ଚଳିକ କିସମ ଗୁଡିକୁ ମଧ୍ୟ ପ୍ରକଳ୍ପରେ ଗୁରୁତ୍ୱ ଦେବାକୁ ମତ ଦେଇଥିଲେ| ଅନ୍ୟତମ ଅତିଥି ତଥା ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥାର ନିର୍ଦେଶକ ଡଃ. ଏମ.ଆର. ଦୀନେଶ ଓଡିଶା ଚାଷୀଙ୍କୁ ପ୍ରକଳ୍ପର ସୁଯୋଗନେବାକୁ ଉତ୍ସାହିତ କରିଥିଲେö କାର୍ଯ୍ୟକ୍ରମ ଆରମ୍ଭରେ କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ତଥା ମୁଖ୍ୟ ଡଃ.ଜି.ସି.ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଓ ବୈଜ୍ଞାନିକ ଡଃ. ପି.ନରେଶ ଧନ୍ୟବାଦ ଅର୍ପଣ କରିଥିଲେ |

କାର୍ଯ୍ୟକ୍ରମ ମଧ୍ୟରେ ବହୁ ବିଶିଷ୍ଟ ବୈଜ୍ଞାନିକ ଗୁଣାତ୍ମକ ମଞ୍ଜି ଉତ୍ପାଦନ,ବିପଣନ ଓ ଆୟବୃଦ୍ଧି ସମ୍ପର୍କିତ ବାଖ୍ୟା ପ୍ରଦର୍ଶନ କରାଇଥିଲେ |କାର୍ଯ୍ୟକ୍ରମ ପରିପେକ୍ଷିରେ ଅତିଥିମାନେ ମଞ୍ଜି ଉତ୍ପାଦନ ସମ୍ବନ୍ଧିତ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ ରାଜ୍ୟର ବିଭିନ୍ନ ଅଂଶରୁ ଉଦ୍ୟାନ କୃଷି ଅଧିକାରୀ,ସ୍ବେଛାସେବୀ ଅନୁଷ୍ଠାନ ଓ ଶତାଧିକ ଚାଷୀ ଯୋଗଦେଇଥିଲେ | ଚେସର ପ୍ରଧାନ ବୈଜ୍ଞାନିକ ତଥା ସିଡ଼ ପ୍ରକଳ୍ପର ପ୍ରଧାନ ଇନଭେସ୍ଟିଗେଟର ଡଃ. ପି. ଶ୍ରୀନିବାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ| 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments