1. କୃଷି ଖବର

ସିଫା ଓ କେ. ଭି.କେ. ଖୋର୍ଦ୍ଧା ପାଳନ କଲେ ମହିଳା କୃଷି ଦିବସ

ଚଳିତ ମାସ ୪ ତାରିଖ ମଙ୍ଗଳବାର ଦିନ ସିଫା ଓ କେ. ଭି.କେ. ଖୋର୍ଦ୍ଧା ପାଳନ କରିଛନ୍ତି ମହିଳା କୃଷି ଦିବସ । ଦିବା ପ୍ରାୟେ ୧୧ ଟା ରେ ପ୍ରଦର୍ଶନୀ ର ଉଦ୍ଘାଟନ ପରେ ମୁଖ୍ୟ ଅତିଥି ମାନେ ମଞ୍ଚ ଧାରଣ କରିଥିଲେ ।

KJ Staff
KJ Staff

ଚଳିତ ମାସ ୪ ତାରିଖ ମଙ୍ଗଳବାର ଦିନ ସିଫା ଓ କେ. ଭି.କେ. ଖୋର୍ଦ୍ଧା ପାଳନ କରିଛନ୍ତି ମହିଳା କୃଷି ଦିବସ । ଦିବା ପ୍ରାୟେ ୧୧ ଟା ରେ ପ୍ରଦର୍ଶନୀ ର ଉଦ୍ଘାଟନ ପରେ ମୁଖ୍ୟ ଅତିଥି ମାନେ ମଞ୍ଚ ଧାରଣ କରିଥିଲେ । ସିଫା ର ନିର୍ଦେଶକ ଡ଼.ବିନ୍ଦୁ ଆର୍. ପଲେଇ ସ୍ବାଗତ ଭାଷଣ ଜରିଆରେ ଅତିଥି ମାନଙ୍କୁ ଆମନ୍ତ୍ରଣ କରିଥିଲା ବେଳେ ମହିଳା କୃଷକ ଦିବସ ର ଗୁରୁତ୍ୱପୂର୍ଣ୍ଣ ଦିଗ କୁ ଦର୍ଶାଇଥିଲେ ମୁଖ୍ୟ ବୈଜ୍ଞାନିକ ଡ଼.କେ. ଡି. ମହାପାତ୍ର।ସେହିପରି ବିଭିନ୍ନ ସଫଳ ମହିଳା କୃଷକଙ୍କ କାହାଣୀ ବର୍ଣ୍ଣନା କରିଥିଲେ ବସନ୍ତପେଡି, ଖୋର୍ଦ୍ଧା ର ମହିଳା କୃଷକ ନିରୁପମା ମହାନ୍ତି ଓ ରତି ପ୍ରଭା ଦାସ।ପରେ ମୁଖ୍ୟ ଅତିଥି ଶ୍ରୀମତୀ ଅସୀମା ପଟ୍ଟନାୟକ (ଓ. ଏଫ. ଏସ) ଉପସଚିବ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ,ଓଡ଼ିଶା ସରକାର ନିଜର ବକୃତା ଦ୍ୱାରା ମନ୍ତବ୍ୟ ଉପସ୍ଥାପନ କରିଥିଲେ।ଏହାର ସମାପ୍ତି ରେ କୃଷି ଓ ବୈଜ୍ଞାନିକଙ୍କ ପାରସ୍ପରିକ ଆଲୋଚନା ରେ ସାମିଲ୍ ହୋଇଥିଲେ ବାରିଷ୍ଟ ବ୍ୟକ୍ତିବିଶେଷ, ଡ଼ ଏସ. ସି. ରଥ (ମୁଖ୍ୟ ବୈଜ୍ଞାନିକ) , ଡ଼.ପି. ସ୍ୱାଇଁ, ଡ଼.ପି.କେ. ସାହୁ, ଏସ. କେ. ସ୍ୱାଇଁ, ଡ଼. ଏସ.ଏସ. ମିଶ୍ର, ଶ୍ରୀ କେ. ମୁର୍ମୁ ଏବଂ ଡ଼.ଏସ.କେ. ସାହୁ।

ସମାରୋହ ରେ ଯୋଗଦାନ କରିଥିଲେ ପ୍ରାୟେ ୩୦୦ ମହିଳା କୃଷକ ଏବଂ ସିଫା ର ଅଧିକାରୀ ।କୃଷି କ୍ଷେତ୍ର ରେ ନାରୀ ର ଅବଦାନ ଓ ଉତ୍ପାଦନ ବୃଦ୍ଧି ରେ ତାଙ୍କର ଭୂମିକା ସମ୍ମାନ ଦେବା ଲାଗି ପାଳନ କରାଯାଉଛି ବୋଲି କହିଥିଲେ , ଡଃ ବିନ୍ଦୁ ପଲ୍ଲାଇ। ମାଛ ଯାଆଁଳା ପାଳନ,ପ୍ରଜନନ, ଶୋଭାପ୍ରଦ ମାଛ ପାଳନ ଏବଂ ଅମଳ ପରେ ଅଧିକ ମୂଲ୍ୟର ଦ୍ରବ୍ୟ ପ୍ରସ୍ତୁତ କରି ମହିଳା ମାନେ ଏବେ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।ସେହିପରି ମହିଳା ମାନଙ୍କର ସମାଜ ପ୍ରତି ଥିବା ବହୁମୂଲ୍ୟ ଅବଦାନ ଓ ଆର୍ଥିକ ସୁଦୃଢତା ରେ ତାଙ୍କର ଭୂମିକା ର ବିସ୍ତାର ବର୍ଣ୍ଣନା କରିଥିଲେ ଉଦ୍ଭିଦ ସୁରକ୍ଷା ଅଧିକାରୀ ,ଶ୍ରୀମତୀ ଲିଟି ପଟ୍ଟନାୟକ|

 

ପରିଶେଷରେ ଡ଼ ଜି. ଏସ. ସାହା (ମୁଖ୍ୟ ବୈଜ୍ଞାନିକ ଓ ଏସ.ଆଇ.ସି)ମୁଖ୍ୟ ଅତିଥି ଓ ଦର୍ଶକ ମାନଙ୍କୁ ଧନ୍ୟବାଦ ଜ୍ଞାତ କରିଥିଲେ ଏବଂ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ର ସମାପନ ହୋଇଥିଲା ଏବଂ ଡଃ ପି.ଏନ୍. ଅନନ୍ତ (ବରିଷ୍ଠ ବୈଜ୍ଞାନିକ ଏବଂ କେ.ବି.କେ ମୁଖ୍ୟ ) ଏହାର ପରିଚାଳନା କରିଥିଲେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments