1. କୃଷି ଖବର

ସହରାଞ୍ଚଳ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା କର୍ମଶାଳା

ସହରାଞ୍ଚଳ ବର୍ଜ୍ୟ ବସ୍ତୁ ପରିଚାଳନା କର୍ମଶାଳା

KJ Staff
KJ Staff

ଜୁନ ୨୮ ତରିଖ ଦିନ ଭୁବନେଶ୍ୱର ସ୍ଥିତ ଅନୁଷ୍ଠାନ ଆଇ .ଆଇ.ଇ .ସି ଦ୍ୱାରା ସହରୀ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି |ଭୁବନେଶ୍ୱର ର ଇମେଜ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏହି କର୍ମଶାଳା ଆରମ୍ଭ ରେ ଆଇ ଆଇ ଇ.ସି ର ନିର୍ଦେଶକ ଡଃ ଶିଶିର କୁମାର ଦାସ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ |ନିଜର ସ୍ୱାଗତ ଭାଷଣ ରେ ଡଃ ଦାସ ଆଇ.ଜି.ଏସ .ଏସ ଏସ ଓ କ୍ରୀତାସ ଫ୍ରାନ୍ସ ପ୍ରାୟୋଜିତ ସମାଵେଶୀ ସେହେର -୨ ପ୍ରକଳ୍ପ ଅଧୀନରେ ଆୟୋଜିତ ଏହି କର୍ମଶାଳା ର ଆବଶ୍ୟକତା ସମ୍ପର୍କରେ ଧାରଣା ଦେଇଥିଲେ |

ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ର -ଖୋର୍ଦ୍ଧା (ସିଫା) ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ପି.ଏନ ଅନନ୍ତ ସହଜରେ ମାଟି ରେ ନ ମିଶୁଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ନିଜର ମନ୍ତବ୍ୟ ରଖିଥିଲେ |ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡଃ ଜୟକୃଷ୍ଣ ପାଣିଗ୍ରାହୀ ,ପ୍ରଫେସର ମହେନ୍ଦ୍ର ମହାନ୍ତି ,ସିଫାର ବୈଜ୍ଞାନିକ ଡଃ ସୁବାସ ସରକାର ପ୍ରମୁଖ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ତଥ୍ୟ ଭିତ୍ତିକ ପ୍ରଦର୍ଶନ ପରିବେଷଣ କରିଥିଲେ |
କାର୍ଯ୍ୟକ୍ରମ ଶେଷରେ ଆଇ.ଆଇ.ଏ.ସି. ର ସହନିର୍ଦେଶକ ଶ୍ରୀମତୀ ଶର୍ମିଲା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments