1. ସଫଳ କାହାଣୀ

ଏହି ବିଦେଶୀ ଫଳ ଚାଷ କଲେ ମିଳିବ ଲାଭ ; କରିବେ ଭଲ ରୋଜଗାର, ଜାଣନ୍ତୁ କିପରି...

Sudesna Nayak
Sudesna Nayak
Bhagirathi sahoo and his kashmiri red Berry farming

Bhagirathi sahoo and his kashmiri red Berry farming

ଯଦି ଆପଣମାନେ ମଧ୍ୟ କମ ବିନିଯୋଗ ସହିତ ଆପଣଙ୍କର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର କେବଳ ଆପଣମାନଙ୍କ ପାଇଁ । ଏହି ବ୍ୟବସାୟରେ ଆପଣଙ୍କୁ କମ୍ ଟଙ୍କା ବିନିଯୋଗ କରିବାକୁ ପଡ଼ିବ ଓ ଲାଭ ମଧ୍ୟ ବହୁତ ଭଲ ହେବ । ତେବେ ଚାଲନ୍ତୁ ଜାଣିବା ଏହି ବିଜନେସ ବିଷୟରେ...

ଦିନଥିଲା ଫଳ ଚାଷ କହିଲେ କାଶ୍ମୀରକୁ ବୁଝାଉଥିଲା । ସେଓ, ଅଙ୍ଗୁର ଠାରୁ ଆରମ୍ଭକରି ନାମୀଦାମୀ ଫଳ କାଶ୍ମୀରରୁ ଆମଦାନୀ ହେଉଥିଲା । କିନ୍ତୁ ଯୁଗ ଏବେ ବଦଳିଛି, ବଦଳିଛି ଚାଷ କରିବାର ଜ୍ଞାନ କୌଶଳ । କାଶ୍ମୀରର ନାମୀଦାମୀ ଫଳ ଚାଷ ଏବେ ଓଡ଼ିଶାର ଗାଁ ମାଟିରେ ଚାଷ ହେଉଛି ।

ଓଡ଼ିଶାରେ କାଶ୍ମୀର ରେଡ ବେରୀ ଚାଷ । କାଶ୍ମୀର ନାମିଦାମୀ ଫଳ ଚାଷ ଏବେ ଗାଁ ମାଟିରେ ହେଉଛି । କେତେବେଳେ ବଜାର ଦର ତ ଆଉ କେତେବେଳେ ସରକାରଙ୍କ ଉଦାସୀନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

ସୂଚନା ଅନୁଯାୟୀ, ସମବାୟ ବ୍ୟାଙ୍କର ସାଧାରଣ ପରିଚାଳକ ଚାକିରିରୁ ଅବସର ଗ୍ରହଣ କରିଥିବା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଡେଣୁଆଁ ଗ୍ରାମର ଭାଗିରଥି ସାହୁଙ୍କର ଉଦ୍ୟାନ ଚାଷରେ ଆଗ୍ରହ ତାଙ୍କ ପାଇଁ ପରିଣତ ବୟସରେ ଆୟର ସ୍ରୋତ ହୋଇଛି । ଡେଣୁଆଁ ଗ୍ରାମର ଭାଗିରଥି ସାହୁ ଗତ ବର୍ଷ ଫେସବୁକରୁ ଥାଇଲ୍ୟାଣ୍ଡର ଥାଇ କାଶ୍ମୀର ରେଡ ଆପଲ୍ ବେରି (Berry) ନାମକ ସେଓ ଜାତୀୟ ବରକୋଳି ଚାଷ ସମ୍ପର୍କରେ ଜାଣିବା ପରେ ତାଙ୍କର ଏହି ଚାଷ ପ୍ରତି ଆଗ୍ରହ ବଢିଥିଲା ।

ରେଡ ଆପଲ୍ ବେରି ଚାଷ କିପରି କରିବେ ,ଜାଣନ୍ତୁ...

ସମସ୍ତ ପ୍ରକାର ଜଳବାୟୁରେ ଏହି ଚାଷ ସମ୍ଭବ ହେଉଥିବାରୁ ଭାଗିରଥି ସାହୁ ୯ ମାସ ତଳେ ଅନଲାଇନ ମାଧ୍ୟମରେ ୫ ଶହ ଏହି ଚାରା ମଗାଇଥିଲେ । ନିଜର ୬ ଏକର ପରିମିତ ଜାଗାରେ ଗାତ ଖୋଳି ଖତସାର ଦେଇ ସେ ଥାଇ କାଶ୍ମୀର ରେଡ ଆପଲ୍ ବେରି (kashmiri red Berry farming) ଚାରା ରୋପଣ କରିଥିଲେ ।

ଏହି ଚାରା ବଢିବା ପରେ ୬ ମାସ ବେଳକୁ ଗଛରେ ଫୁଲ ଧରିଥିଲା। ତାଙ୍କୁ ଗୋଟିଏ ଚାରା ପ୍ରତି ୧୪୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିଥିଲା । ମାତ୍ର ୫ ଇଞ୍ଚରୁ ୬ ଇଞ୍ଚ ଉଚ୍ଚତାର ଏହି ଚାରା ୬ ମାସରେ ଫୁଲ ଧରି ୯ ମାସ ବେଳକୁ ଫଳ ଅମଳକ୍ଷମ ହୋଇଯାଇଛି । ଆଉ ଏବେ ସବୁ ଗଛରେ ଫଳ ଭର୍ତ୍ତି ହୋଇଯାଇଛି । ଥାକ ଥାକ ହୋଇ ଥାଇ କଶ୍ମୀର ରେଡ ଲାଲ ଟହଟହ ବେରୀ ଓହଳିଛି ।

ଏବେ ଏହି ଫଳକୁ ଭାଗିରଥି ସାହୁ ପାଟଣା, ତୁରୁମୁଙ୍ଗା, କେନ୍ଦୁଝର, ଝୁମ୍ପୁରା, ଚମ୍ପୁଆ ଆଦି ବଜାରରେ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି କରି ଭଲ ଆୟ କରୁଛନ୍ତି । ଇତି ମଧ୍ୟରେ ଲଗାଇଥିବା ଗଛରୁ ସେ ଅତି କମରେ ୧୫ କ୍ଵିଣ୍ଟାଲ ଫଳ ଉତ୍ପାଦନ କରି ବିକ୍ରି କରିସାରିଲେଣି ।

ପ୍ରକାଶ ଥାଉ ଯେ, ଏଥିସହିତ ଭାଗିରଥି ସାହୁ (Bhagirathi sahoo) ତାଙ୍କ ଉଦ୍ୟାନ ବଗିଚାରେ ବିରଳ ପ୍ରଜାତିର କୁକୁଡ଼ା ମଧ୍ୟ ରଖିଛନ୍ତି । କୁକୁଡ଼ାରୁ ଅଣ୍ଡା ଓ ମାଂସ ତାଙ୍କ ନିଜ ପରିବାର ପାଇଁ ଓ ବିକ୍ରି ପାଇଁ ମଧ୍ୟ ହେଉଛି । ପରିଣତ ବୟସରେ ଭାଗିରଥିଙ୍କ ଫଳ ଚାଷ ତାଙ୍କ ପାଇଁ ଆୟର ସ୍ରୋତ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

ଏହି ବିଜନେସ କଲେ ମିଳିବ ଲାଭ ; କରିବେ ଭଲ ରୋଜଗାର, ଜାଣନ୍ତୁ କିପରି...

ଉଚ୍ଚ ଶିକ୍ଷିତ ଯୁବକଙ୍କ ଚାଷ ନିଶା : ବାଡ଼ିରେ ଫଳେଇଛନ୍ତି ଲାଲ ଟହଟହ ରେଡ ବେରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments