
sambalpur young farmer divyaraj pearl farming in pond
କୃତ୍ରିମ ଉପାୟରେ ମୁକ୍ତା ଚାଷ (Pearl Farming) କରି ଚର୍ଚ୍ଚାରେ ସମ୍ବଲପୁରର ଯୁବ ଚାଷୀ ଦିବ୍ୟରାଜ (Divyaraj) । ପୂର୍ବରୁ କଳା ଧାନ ଓ କଳା ହଳଦୀ ଚାଷ କରି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଥିବା ବେଳେ ଫାର୍ମ ହାଉସରେ ମୁକ୍ତା ଚାଷ (Pearl Farming) ଆରମ୍ଭ କରି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟବସାୟିକ ଧାରଣା ଦେଉଛୁ, ଯାହାକି ଏକ ଭଲ ରୋଜଗାର ବୋଲି ପ୍ରମାଣିତ ହୋଇଛି ।
ଏବେ ଚର୍ଚ୍ଚାରେ ସମ୍ବଲପୁରର ଉଚ୍ଚଶିକ୍ଷିତ ଯୁବଚାଷୀ ଦିବ୍ୟରାଜ ବେରିହା । ବର୍ତ୍ତମାନ ସେ ନିଜ ଫାର୍ମହାଉସରେ ଆରମ୍ଭ କରିଛନ୍ତି ମୁକ୍ତା ଚାଷ (Pearl Farming)। ସମୁଦ୍ର ନହେଁ ପୋଖରୀରେ ମୁକ୍ତା ଚାଷ କରି ଚର୍ଚ୍ଚାରେ ଦିବ୍ୟରାଜ । ସମୁଦ୍ର ନହେଁ ପୋଖରୀ ଓ କୁଣ୍ଡରେ ମୁକ୍ତା ଚାଷ କରି ଚର୍ଚ୍ଚାରେ ଦିବ୍ୟରାଜ ।
ସମୁଦ୍ର ଲୁଣି ପାଣିରେ ମୁଖ୍ୟତଃ ପ୍ରାକୃତିକ ଉପାୟରେ ମୁକ୍ତା (Pearl) ତିଆରି ହେଉଥିବା ବେଳେ ଦିବ୍ୟରାଜ ନିଜ ଫାର୍ମହାଉସରେ ସିମେଣ୍ଟ କୁଣ୍ଡ ଓ ପୋଖରୀରେ ମଧୁର ଜଳରେ ଶାମୁକା ରଖି କୃତ୍ରିମ ଉପାୟରେ ମୁକ୍ତା ଚାଷ (Pearl Farming)ଆରମ୍ଭ କରିଛନ୍ତି । ଭୁବନେଶ୍ୱର (Bhubaneswar)ର ସିଫା ଠାରୁ ତାଲିମ ନେଇ ସେ ଏହି କୃତ୍ରିମ ମୁକ୍ତା ଚାଷ (Pearl Farming) ଆରମ୍ଭ କରିଛନ୍ତି ।
ଏହି ଚାଷ ପାଇଁ ସେ ନିଜର ଶିକ୍ଷାଗତ ଯୋଗ୍ୟତା ମୁତାବକ ଗବେଷଣା କରି ଚାଲିଛନ୍ତି । ଗତ ୨ ମାସ ତଳେ ୧୦ ଡେସିମିଲ ଜାଗାରେ ଏହି ଚାଷ ଆରମ୍ଭ କରିଥିଲେ ଦିବ୍ୟରାଜ । ଏଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ପାଖାପାଖି ଏକ ବର୍ଷ ପରେ ଶାମୁକାରୁ ମୋତି ଉତ୍ପାଦନ କରି ଲାଭବାନ ହେବାକୁ ଲକ୍ଷ୍ୟ ରଖିଛନ୍ତି ଦିବ୍ୟରାଜ ।
ଦିବ୍ୟରାଜଙ୍କ କହିବା ଅନୁଯାୟୀ, ଯେ କୌଣସି ବ୍ୟକ୍ତି ଉଚିତ ତାଲିମ ଗ୍ରହଣ କଲେ ଏହି ଚାଷ କରି ଭଲ ରୋଜଗାର କରି ପାରିବ । ଏକ ଏକର ଜମିର ପୋଖରୀରେ 20 ରୁ 25 ହଜାର ଶାମୁକା ଚାଷ ହୋଇପାରିବ । ଭଲ ଭାବେ ଏହି ଚାଷ କଲେ ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ 20 ରୁ 25 ଲକ୍ଷ ଟଙ୍କାର ମୁକ୍ତା ଉତ୍ପାଦନ କରି ପାରିବ ବୋଲି କହିଛନ୍ତି ଦିବ୍ୟରାଜ ।
ଅନ୍ୟପଟେ ଦିବ୍ୟରାଜଙ୍କ ଏହି ନିଆରା ମୁକ୍ତା ଚାଷକୁ ନେଇ ଏବେ ସ୍ଥାନୀୟ ଲୋକ ବେଶ ଉତ୍ସାହିତ । ଏଥିପାଇଁ ଦିବ୍ୟରାଜଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉ ବୋଲି ଦାବି ହେଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ପ୍ରୋତ୍ସାହନ ଦେଇ ଜିଲ୍ଲା ପ୍ରଶାସନ ମଧ୍ଯ ଏହି ଚାଷ କରେଇପାରିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ପ୍ରକାଶ ଥାଉ କି, ଦିବ୍ୟରାଜଙ୍କ ଏହି ନିଆରା ଉଦ୍ୟମ ଅନେକ ଯୁବକ ଯୁବତୀ ପାଇଁ ପ୍ରେରଣାଦାୟୀ ନିଶ୍ଚୟ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବହୁ ଯୁବକ ଏହିଭଳି ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବହୁ ଯୁବକ , ଯୁବତୀ ଏହିଭଳି ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଛି ।
ଏହି ବିଦେଶୀ ଫଳ ଚାଷ କଲେ ମିଳିବ ଲାଭ ; କରିବେ ଭଲ ରୋଜଗାର, ଜାଣନ୍ତୁ କିପରି...
ଏହି ବିଜନେସ କଲେ ମିଳିବ ଲାଭ ; କରିବେ ଭଲ ରୋଜଗାର, ଜାଣନ୍ତୁ କିପରି...
Share your comments