ଧନିଆ ପତ୍ରର ସ୍ୱାଦ ପାଇଁ ଖାସ କରି ସବୁ ଖାଦ୍ୟରେ ବ୍ୟବହାର କରାଯାଏ l ତେବେ ଆପଣ ଅତି ସହଜ ଉପାୟରେ ଧନିଆ ଚାଷ କରିପାରିବେ l

By-Tanushree Mahapatra

images credit : pexels 

ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି ଓ ମଞ୍ଜି ପାଇଁ ଆବଶ୍ୟକ । ଟାଣ ଖରା ପାଗ ଧନିଆ ଗଛର ବୃଦ୍ଧି କରେ l

ଚାଷ କରିବା ପୂର୍ବରୁ ଜମିକୁ ଭଲ ଭାବେ ହଳ କରି, ମାଟି ଗୁଣ୍ଡ କରି ହେକ୍ଟର ପ୍ରତି ୨୦ ଟନ୍ ସଢ଼ା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ । 

ହେକ୍ଟର ପ୍ରତି ୧୫ କିଗ୍ରା ବିହନକୁ ଥିରାମରେ ବିଶୋଧନ କରି ୧୦-୧୨ ଘଣ୍ଟା ପାଣିରେ ଭିଜାଇ ପଟାଳିରେ ଧାଡ଼ିରେ ବୁଣନ୍ତୁ । 

ବିହନ ବୁଣା ପରେ ପଟାଳୀ ଗୁଡ଼ିକ ନଡ଼ାରେ ଘୋଡ଼ାଇ ରଖନ୍ତୁ । ୧୦-୧୫ ଦିନ ମଧ୍ୟରେ ମଞ୍ଜି ଗଜା ହୋଇଯିବା ପରେ ନଡ଼ା କାଢ଼ି ନିଅନ୍ତୁ ।

ଗଛ ଉଠିବାର ଠିକ ୧୫ ଦିନ ପରେ ଫୁଲ ଧରିବାର ୪୫ଦିନ ପର୍ଯ୍ୟନ୍ତ ପତ୍ର ଓ ଅଗ ଖୁଣ୍ଟା କରି ଆପଣ ବ୍ୟବହାର କରିପାରିବେ କିମ୍ବା ବିକ୍ରି କରିପାରିବେ l

ଧନିଆ ଚାଷ କରିବା ଦ୍ୱାରା ୧୫ ରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ ଚାଷୀ l ଶୀତଦିନରେ ଏହା ଅଧିକ ଅମଳ ଦେଇଥାଏ ଏବଂ ବଜାରରେ ଅଧିକ ଚାହିଦା ମଧ୍ୟ ରହିଥାଏ l

ଜଳସେଚିତ ଜମି ପାଇଁ ୫ ରୁ ୬ କିଗ୍ରା ବିହନ ଏବଂ ଅଣଜଳସେଚିତ ଜମିରେ ୧୦ ରୁ ୧୨ କି.ଗ୍ରା ବିହନ ଦରକାର ହୋଇଥାଏ ।

Read More