By-Tanushree Mahapatra

ଖରାଦିନ ବାଇଁ ବେଶ ଉପକାରୀ କାକୁଡ଼ି । ଗରମ ଦିନରେ କାକୁଡି ଖାଇଲେ ଏହା ବିଭିନ୍ନ ସମସ୍ୟା ଦୂର କରିଥାଏ।

କାକୁଡ଼ିର ମଞ୍ଜିରେ ଗରମ ଦୂର କରୁଥିବା ଗୁଣ ଥାଏ। ଏହାକୁ ଖାଇଲେ ଶରୀର ଥଣ୍ଡା ହୋଇଥାଏ।

କାକୁଡ଼ିରେ ପ୍ରଚୁର ପରିମାଣର ଜଳୀୟ ଅଂଶ ଥାଏ। ତେଣୁ ଏହା ଶରୀରରେ ପାଣିର ଅଭାବକୁ ପୂରଣ କରିଥାଏ ।

ପ୍ରତିଦିନ ଅଧା ଗ୍ଲାସ କାକୁଡ଼ି ଓ ଟମାଟୋ ରସ ପିଇବା ଦ୍ୱାରା ଉପକାର ମିଳିଥାଏ। ଆବଶ୍ୟକ ହେଲେ ସେଥିରେ ଚିନି ମିଶାଇ ପାରିବେ।

ଗରମ ଦିନରେ ସାଧାରଣତଃ ପିତ୍ତ ଦୋଷ ସୃଷ୍ଟି ହୋଇଥାଏ। ନିୟମିତ ଭାବେ କାକୁଡ଼ି ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।

ଏହାଛଡ଼ା କୋଷ୍ଠକାଠିନ୍ୟ, ଛାତି ଜ୍ୱଳାପୋଡ଼ା ହେବା, ଗ୍ୟାସ ସମ୍ବନ୍ଧୀୟ ସମସ୍ୟା କମ୍ ହୋଇଥାଏ କାକୁଡ଼ି ଖାଇବା ଦ୍ୱାରା ।

କାକୁଡ଼ିରେ ଥିବା ମିନେରାଲ୍ସ ଶରୀରରେ କୋଲେଷ୍ଟେରୋଲର ସ୍ତରକୁ ନିୟନ୍ତ୍ରିତ କରି ରଖିଥାଏ। ତେଣୁ ମଧୁମେହ, ହୃଦରୋଗୀଙ୍କ ପାଇଁ ଏହା ଉପକାରୀ।

ମେଦବହୁଳ ସମସ୍ୟାରେ ପୀଡ଼ିତ ଲୋକମାନେ ମଧ୍ୟ କାକୁଡ଼ି ଖାଇବା ଖୁବ ଭଲ l ଏହା ଓଜନ କମାଇବାରେ ସାହାଯ୍ୟ କରେ l

ଖରାଯୋଗୁଁ ଆଖି ପୋଡୁଥିଲେ ଆଖିରେ କାକୁଡ଼ିକୁ କାଟି ରଖିଲେ ଆରାମ ମିଳିଥାଏ । କାକୁଡ଼ିରେ ଥିବା ପୋଷକ ଶରୀର ପାଇଁ ଖୁବ ଉପକାରୀ l

Read More